Advertisment

Traffic jam under the flyover: ଫ୍ଲାଏଓଭର ତଳେ ଅଣାୟତ୍ତ ଟ୍ରାଫିକ୍‌ ଭିଡ଼: ଉଠାଦୋକାନୀଙ୍କ କବ୍‌ଜାରେ ସର୍ଭିସ୍‌ ରୋଡ୍

Advertisment

ବହୁ ବର୍ଷ ଧରି ଜଟଣୀର ଦୁଃଖ ଭାବେ କୁଖ୍ୟାତି ଅର୍ଜନ କରିଥିବା ଜଟଣୀ ଭୂତଳ ରାସ୍ତାର ବିକଳ୍ପ ଭାବେ ନିର୍ମାଣ ହେଲା ଫ୍ଲାଏଓଭର। ଜଟଣୀବାସୀଙ୍କ ବହୁ ବର୍ଷର ଦାବି ପରେ ରାଜ୍ୟ ପୂର୍ତ୍ତ ବିଭାଗ ଓ ରେଳବାଇ ମିଳିତ ଭାବେ ଏହି ଉଡ଼ନ୍ତା ପୋଲ ନିର୍ମାଣ କଲେ।

ବହୁ ବର୍ଷ ଧରି ଜଟଣୀର ଦୁଃଖ ଭାବେ କୁଖ୍ୟାତି ଅର୍ଜନ କରିଥିବା ଜଟଣୀ ଭୂତଳ ରାସ୍ତାର ବିକଳ୍ପ ଭାବେ ନିର୍ମାଣ ହେଲା ଫ୍ଲାଏଓଭର। ଜଟଣୀବାସୀଙ୍କ ବହୁ ବର୍ଷର ଦାବି ପରେ ରାଜ୍ୟ ପୂର୍ତ୍ତ ବିଭାଗ ଓ ରେଳବାଇ ମିଳିତ ଭାବେ ଏହି ଉଡ଼ନ୍ତା ପୋଲ ନିର୍ମାଣ କଲେ।

fshhfshfsxbvbvvb

ଜଟଣୀ: ବହୁ ବର୍ଷ ଧରି ଜଟଣୀର ଦୁଃଖ ଭାବେ କୁଖ୍ୟାତି ଅର୍ଜନ କରିଥିବା ଜଟଣୀ ଭୂତଳ ରାସ୍ତାର ବିକଳ୍ପ ଭାବେ ନିର୍ମାଣ ହେଲା ଫ୍ଲାଏଓଭର। ଜଟଣୀବାସୀଙ୍କ ବହୁ ବର୍ଷର ଦାବି ପରେ ରାଜ୍ୟ ପୂର୍ତ୍ତ ବିଭାଗ ଓ ରେଳବାଇ ମିଳିତ ଭାବେ ଏହି ଉଡ଼ନ୍ତା ପୋଲ ନିର୍ମାଣ କଲେ। ଫଳରେ ଭୂତଳ ରାସ୍ତାର ଦୁଃଖ ଦୂର ହେଲା। ମାତ୍ର ଟ୍ରାଫିକ୍‌ ଭିଡ଼ର ଯନ୍ତ୍ରଣା ଦୂର ହୋଇପାରିଲା ନାହିଁ। ଗୋଟିଏ କଷ୍ଟ ଭଲ ଭାବେ ଦୂର ନ ହେଉଣୁ, ଅଣାୟତ୍ତ ଟ୍ରାଫିକ୍‌ ଭିଡ଼ ଲୋକଙ୍କୁ କନ୍ଦେଇଲାଣି। ଫ୍ଲାଏଓଭର ତଳେ ସର୍ଭିସ୍‌ ରୋଡ୍‌କୁ ଉଠାଦୋକାନୀମା‌ନେ କବ୍‌ଜା କରି ରଖିଥିବାରୁ ଜଟଣୀବାସୀଙ୍କ ପାଇଁ ଟ୍ରାଫିକ୍‌ ଭିଡ଼ ଯନ୍ତ୍ରଣା ବଢ଼ିବାରେ ଲାଗିଛି। 

୩.୨୫ ଲକ୍ଷ କର୍ମୀଙ୍କୁ ନେଇ ବିଶ୍ୱର ସର୍ବବୃହତ ସିଏପିଏଫ୍ ସାଜିଛି ସିଆରପିଏଫ୍: ଶାହ

ଜଟଣୀ ସହରର ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନ କହିଲେ ସୀତାରାମ ଛକକୁ ବୁଝାଏ। ଜଟଣୀ ଟାଉନ୍‌ ଦେଇ ଖୋର୍ଦ୍ଧା-ପିପିଲିକୁ ଲମ୍ବିଥିବା ମୁଖ୍ୟ ରାସ୍ତା ଉପରେ ଅବସ୍ଥିତ ଏହି ଛକ ହିଁ ରାଜାବଜାର, ବଡ଼ବଜାର, ଖୋର୍ଦ୍ଧାରୋଡ୍‌ ରେଳଷ୍ଟେସନ୍‌ ଆଦିର ମୁଖ୍ୟ ସଂଯୋଗସ୍ଥଳ। ଏବେ ଏଠି ସଂଧ୍ୟା ହେଉହେଉ ଟ୍ରାଫିକ୍ ସମସ୍ୟା ଅଣାୟତ୍ତ ହୋଇପଡ଼ୁଛି। ଫ୍ଲାଏଓଭର ନିର୍ମାଣ ହେବା ପରେ ତଳେ ସର୍ଭିସ୍‌ ରୋଡ୍‌ କଡ଼ରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ କିଛି ଦିନ ପରେ ସେମାନେ ପୁଣି ବ୍ରିଜ୍ ତଳକୁ କବ୍‌ଜା କରିନେଲେଣି। ଏହି ସବୁ ଦୋକାନର ଗ୍ରାହକମାନେ ସର୍ଭିସ୍‌ ରୋଡ୍‌ର ଉଭୟ ପାର୍ଶ୍ବରେ ବାଇକ୍‌ ପାର୍କିଂ କରୁଥିବାରୁ ଭିଡ଼ ଆହୁରି ବଢ଼ିଯାଉଛି। ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଦୁଇ ପାର୍ଶ୍ବରେ ଏମିତି ଭିଡ଼ ହେଉଛି ଯେ ଚାଲିଚାଲି ଯିବା ବି ସମ୍ଭବ ହେଉନାହିଁ।

PMAY: ସହରାଞ୍ଚଳ ଗୃହନିର୍ମାଣ ମିସନକୁ ସୁଦୃଢ଼ କରିବ ‘ପିଏମଏୱାଇ-ଅର୍ବାନ ବନ୍ଧୁ’

କାର୍‌ ଭଳି ଚାରିଚକିଆ ଗାଡ଼ି ପଶିଗଲେ, କଥା ସରିଲା। ସେହିଭଳି ଜଟଣୀ ଦେଇ ଯାତାୟାତ କରୁଥିବା ଆମ ବସ୍‌ ଏହି ଅଂଶରେ ପଶିବା ପ‌ରେ ଅସମ୍ଭାଳ ସ୍ଥିତି ଦେଖିବାକୁ ମିଳୁଛି। ଏଭଳି ସମୟରେ ଯଦି ରୋଗୀ ନେଉଥିବା ଆମ୍ବୁଲାନ୍‌ସ ଆସିଗଲା, ତାହା ବେଶ୍‌ କିଛି ସମୟ ଫସିରହିବା ନିଶ୍ଚିତ। ଏ ସମସ୍ୟା କେବଳ ଉଠାଦୋକାନୀଙ୍କ ପାଇଁ ଉପୁଜୁଛି ବୋଲି ଜଟଣୀବାସୀ ଅଭିଯୋଗ କରିଛନ୍ତି ଏବଂ ପୌରପାଳିକା ପୁଣି ଉଠାଦୋକାନୀମାନଙ୍କୁ ହଟାଉ ବୋଲି ଦାବି କରିଛନ୍ତି। ଏନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି ଯେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା, ମାତ୍ର ସେମାନେ ପୁଣି ବସିଲେଣି। ଟ୍ରାଫିକ୍‌ ସମସ୍ୟା ବାବଦରେ ବହୁ ଅଭିଯୋଗ ଆସୁଛି। ତେଣୁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe