Uncertainty: ଅନିଶ୍ଚିତତାରେ କୁଆଖାଇ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ

Advertisment

ରାଜ୍ୟ ସରକାର କୁଆଖାଇକୁ ନେଇ ଯେଉଁ ପର୍ଯ୍ୟଟନ ଭିତ୍ତିଭୂମି ପ୍ରସ୍ତୁତିର ସ୍ବପ୍ନ ଦେଖାଇଥିଲେ, ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କୁଆଖାଇ ବ୍ୟାରେଜ୍‌ଉପରେ ଏହାର....

ରାଜ୍ୟ ସରକାର କୁଆଖାଇକୁ ନେଇ ଯେଉଁ ପର୍ଯ୍ୟଟନ ଭିତ୍ତିଭୂମି ପ୍ରସ୍ତୁତିର ସ୍ବପ୍ନ ଦେଖାଇଥିଲେ, ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କୁଆଖାଇ ବ୍ୟାରେଜ୍‌ଉପରେ ଏହାର....

Untitled-7

ଭୁବନେଶ୍ୱର: ରାଜ୍ୟ ସରକାର କୁଆଖାଇକୁ ନେଇ ଯେଉଁ ପର୍ଯ୍ୟଟନ ଭିତ୍ତିଭୂମି ପ୍ରସ୍ତୁତିର ସ୍ବପ୍ନ ଦେଖାଇଥିଲେ, ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କୁଆଖାଇ ବ୍ୟାରେଜ୍‌ଉପରେ ଏହାର ଭାଗ୍ୟ ନିର୍ଭର କରୁଛି। କିନ୍ତୁ ବ୍ୟାରେଜ୍‌ପ୍ରକଳ୍ପ ଜମି ବିବାଦ ଭିତରେ ଫସିଯାଇଛି। ତେଣୁ କୁଆଖାଇରେ ଆଇଲାଣ୍ଡ, ବୋଟିଂ ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ ଯୋଜନା ପୂର୍ଣ୍ଣରୂପ ନେବା ନେଇ ଆଶଙ୍କା ଦେଖାଦେଇଛି। କୁଆଖାଇ ଉପରେ କୁଶଭଦ୍ରା ସୌନ୍ଦର୍ଯ୍ୟୀକରଣ ଯୋଜନା ନିର୍ଭର କରୁଥିବାରୁ ଏହା ବି ଫଳପ୍ରଦ ହେବ କି  ନାହିଁ, ତା’ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The fruit market: ଫଳବଜାର ନିର୍ମାଣ ହେଲା, ଦୋକାନ ଖୋଲିଲାନି


ରାଜ୍ୟ ସରକାର ଉଭୟ କୁଆଖାଇ ଓ କୁଶଭଦ୍ରା ନଦୀରେ ବ୍ୟାରେଜ୍‌(ଇନ୍‌ଷ୍ଟ୍ରିମ ଷ୍ଟୋରେଜ୍‌ଷ୍ଟ୍ରକଚର୍‌) ନିର୍ମାଣ କରୁଛନ୍ତି। କୁଆଖାଇରେ ୧୯୨ ମିଟର ଓ କୁଶଭଦ୍ରାରେ ୧୪୧ ମିଟରର ବ୍ୟାରେଜ ନିର୍ମାଣ ହେବ। ମହାନଦୀ ରିଭର୍‌ଫ୍ରଣ୍ଟ ଯୋଜନାରେ ଏହି ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ଜଳସଂପଦ ବିଭାଗକୁ ୨୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତହିଁରୁ କେବଳ କୁଆଖାଇ ବ୍ୟାରେଜ୍‌ପାଇଁ ୧୨୭ କୋଟି ଟଙ୍କା ମଞ୍ଜୁର ହୋଇଛି। ୨ ବର୍ଷ ଭିତରେ କାମ ସାରିବାର ଲକ୍ଷ୍ୟ ଥିଲା। ଏହି ବ୍ୟାରେଜ୍‌ର ନକ୍ସା ପ୍ରସ୍ତୁତି ବେଳେ କିଛି ବେସରକାରୀ ଜମି ଅଧିଗ୍ରହଣର ଆବଶ୍ୟକତା ପଡ଼ିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହି ଘରୋଇ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇନି। ଏଣୁ ୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ବି ବ୍ୟାରେଜ ଷ୍ଟ୍ରକ୍‌ଚର୍‌ନିର୍ମାଣ ହୋଇପାରୁନି।

Protest against marital rape: ଦୀର୍ଘତମ ଶାଢ଼ିରେ ବୈବାହିକ ବଳାତ୍କାରର ପ୍ରତିବାଦ

 ରାଜ୍ୟ ସରକାର ଗତବର୍ଷ ନଭେମ୍ବରରେ ମହାନଦୀ ରିଭରଫ୍ରଣ୍ଟ୍‌ଯୋଜନାରେ ରାଜ୍ୟର ଅନେକ ନଦୀତଟ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପାଇଁ ୨୪୦ କୋଟି ଟଙ୍କା ମଞ୍ଜୁର କରିଥିଲେ, ଯେଉଁଥିରେ ଐତିହାସିକ କୁଆଖାଇ ଓ କୁଶଭଦ୍ରା ନଦୀପଠା ସୌନ୍ଦର୍ଯ୍ୟୀକରଣ ଯୋଜନା ଅନ୍ତର୍ଭୁକ୍ତ ରହିଛି। ଏଥିପାଇଁ ୮୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଜଳ ସମ୍ପଦ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବେ। ଏହି ଯୋଜନା ୨୦୨୫-୨୬ରୁ ଆରମ୍ଭ ହୋଇ ୨୦୨୭-୨୮ରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯୋଜନାରେ କୁଆଖାଇ ନଦୀର ଦୁଇପାର୍ଶ୍ବରେ ଥିବା ବିସ୍ତୃତ ତଟବର୍ତ୍ତୀ ଅଞ୍ଚଳ ସହ ଅନ୍ୟାନ୍ୟ ବିକାଶମୂଳକ କାମ ପାଇଁ ଯୋଜନା ହୋଇଛି। ନଦୀକୂଳରେ ସହର ପାଇଁ ସାମାଜିକ ଓ ସାଂସ୍କୃତିକ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଘରୋଇ ସହଭାଗିତାରେ ଜଳକ୍ରୀଡ଼ା, ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ, ହର୍ବାଲ ଉଦ୍ୟାନ ଆଦିର ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣ ଯୋଜନା କରାଯାଇଛି। ଭୁବନେଶ୍ବରର ପାଣ୍ଡରା ନିକଟ କୁଆଖାଇରେ ଏହି ବିକାଶ କାମ କରିବାକୁ ଯୋଜନା ହୋଇଛି। ଯୋଜନା ଅନୁଯାୟୀ, ନଦୀତଟ ସୁରକ୍ଷା କାର୍ଯ୍ୟ ସହ ନଦୀକୂଳ ଘାଟର ବିକାଶ କରାଯିବ। ରିଙ୍ଗ୍‌ରୋଡ୍‌ସହ ଭ୍ୟୁ ପଏଣ୍ଟ, ଭାସମାନ ଜେଟି, ଲକ୍‌ଗେଟ୍‌, ସେତୁ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀ ଭିତରେ ପାଦଚଲା ରାସ୍ତା ନିର୍ମାଣ କରାଯିବ। କିନ୍ତୁ ସବୁକିଛି କୁଆଖାଇ ବ୍ୟାରେଜ୍‌ଉପରେ ନିର୍ଭର କରୁଛି। ଯୋଜନା ଅନୁଯାୟୀ, କୁଆଖାଇ ବ୍ୟାରେଜ ନିର୍ମାଣ କରି ବର୍ଷାଜଳକୁ ସଂରକ୍ଷଣ କରି ଦ୍ବୀପ (ଆଇଲାଣ୍ଡ) ସଦୃଶ ଅଞ୍ଚଳ ସୃଷ୍ଟି କରାଯିବ। ବ୍ୟାରେଜ୍‌କୁ ଲାଗି କୁଆଖାଇ ବ୍ରିଜ୍‌ପାର୍ଶ୍ବକୁ ଏହି କୃତ୍ରିମ ଦ୍ୱୀପ ସୃଷ୍ଟି କରାଯିବ। ଯେଉଁଠି ଭୁବନେଶ୍ବର ବୁଲି ଆସୁଥିବା ପର୍ଯ୍ୟଟକ ତଥା ଆଗନ୍ତୁକମାନେ ବୋଟିଂ ସାଙ୍ଗକୁ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ। ପ୍ରାତଃଭ୍ରମଣ ପାଇଁ ବି ଏହାକୁ ପ୍ରକୃଷ୍ଟ ସ୍ଥାନ କରିବାକୁ ଯୋଜନା କରାଯାଇଛି। କିନ୍ତୁ ଜମି ବିବାଦ କାରଣରୁ ବ୍ୟାରେଜ୍‌କାମ ବିଳମ୍ବ ହେଉଥିବାରୁ କୁଆଖାଇ ସୌନ୍ଦର୍ଯ୍ୟୀକରଣ କାମ ଅଦ୍ୟାବଧି ଆରମ୍ଭ ହୋଇପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe