Urban Health and Wellness Center: ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର: ମାର୍ଚ୍ଚରୁ ମିଳିବନି ଘରଭଡ଼ା, ନିଜସ୍ୱ କୋଠା ପାଇଁ ବି ନାହିଁ ଅର୍ଥ

Advertisment

ଭୁବନେଶ୍ବରରେ ତୃଣମୁଳ ସ୍ତରରେ ସ୍ବାସ୍ଥ୍ୟସେବା ଯୋଗାଉଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁଏଚ୍‌ଡବ୍ଲ୍ୟୁସି) ଏବେ ବନ୍ଦ ହେବା ସ୍ଥିତିରେ। ଆସନ୍ତା ମାର୍ଚ୍ଚ ମାସ ପରେ ଭଡ଼ାଘରେ ଚାଲୁଥିବା  ୟୁଏଚ୍‌ଡବ୍ଲ୍ୟୁସିଗୁଡ଼ିକର ଘରଭଡ଼ା ଟଙ୍କା ସ୍ବାସ୍ଥ୍ୟ ବିଭାଗ ଆଉ ଦେବ ନାହିଁ।

ଭୁବନେଶ୍ବରରେ ତୃଣମୁଳ ସ୍ତରରେ ସ୍ବାସ୍ଥ୍ୟସେବା ଯୋଗାଉଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁଏଚ୍‌ଡବ୍ଲ୍ୟୁସି) ଏବେ ବନ୍ଦ ହେବା ସ୍ଥିତିରେ। ଆସନ୍ତା ମାର୍ଚ୍ଚ ମାସ ପରେ ଭଡ଼ାଘରେ ଚାଲୁଥିବା  ୟୁଏଚ୍‌ଡବ୍ଲ୍ୟୁସିଗୁଡ଼ିକର ଘରଭଡ଼ା ଟଙ୍କା ସ୍ବାସ୍ଥ୍ୟ ବିଭାଗ ଆଉ ଦେବ ନାହିଁ।

gjgdjdgjcnbbn

ଖଣ୍ଡଗିରି: ଭୁବନେଶ୍ବରରେ ତୃଣମୁଳ ସ୍ତରରେ ସ୍ବାସ୍ଥ୍ୟସେବା ଯୋଗାଉଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁଏଚ୍‌ଡବ୍ଲ୍ୟୁସି) ଏବେ ବନ୍ଦ ହେବା ସ୍ଥିତିରେ। ଆସନ୍ତା ମାର୍ଚ୍ଚ ମାସ ପରେ ଭଡ଼ାଘରେ ଚାଲୁଥିବା  ୟୁଏଚ୍‌ଡବ୍ଲ୍ୟୁସିଗୁଡ଼ିକର ଘରଭଡ଼ା ଟଙ୍କା ସ୍ବାସ୍ଥ୍ୟ ବିଭାଗ ଆଉ ଦେବ ନାହିଁ। ନିଜସ୍ୱ ଘର ନିର୍ମାଣ ପାଇଁ ବ୍ୟୟ ବରାଦ ମଧ୍ୟ ନାହିଁ। ମାର୍ଚ୍ଚ ମାସ ପୂର୍ବରୁ କୌଣସି ବରିଷ୍ଠ ନାଗରିକ ସଂଘ, କମ୍ୟୁନିଟି ହଲ୍ ଭଳି ସର୍ବସାଧାରଣ ବ୍ୟବହାର ସ୍ଥାନକୁ ଏହି କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।

ED vs Mamata controversy: ଇଡି ବନାମ ମମତା ବିବାଦ ତେଜିଲା: ଏବେ ସୁପ୍ରିମ୍‌କୋର୍ଟରେ ଲଢ଼େଇ, ପ୍ରମାଣ ଚୋରି ଅଭିଯୋଗରେ ମାମଲା ଦାୟର କଲା ଇଡି

ଭୁବନେଶ୍ବରରେ ୧୮ଟି ୟୁଏଚ୍‌ଡବ୍‌ଲୁସି ରହିଛି। ବରମୁଣ୍ଡା ରେଣ୍ଟାଲ କଲୋନି, ଭିଏସ୍‌ଏସ୍‌ନଗର, ସାମନ୍ତରାପୁର ଓ ଆଚାର୍ଯ୍ୟବିହାର କେନ୍ଦ୍ରର ନିଜସ୍ୱ ଘର ରହିଛି। ଅନ୍ୟ ୧୪ଟି କେନ୍ଦ୍ର ଯଥା, ଲକ୍ଷ୍ମୀସାଗର, ଆଇଗିଣିଆ, ବଡ଼ଗଡ଼ ଶବରସାହି, ଚକେଇସିଆଣି, ପଳାସପଲ୍ଲୀ, ସୁନ୍ଦରପଦା, କଳିଙ୍ଗବିହାର, ସେକ୍ଟର -୫ ନୀଳାଦ୍ରିବିହାର, ପାତ୍ରପଡ଼ା, ଶ୍ରୀବିହାର, ହଂସପାଳ, ପଳାଶୁଣୀ, କଳାରାହାଙ୍ଗ, ଫକିରମୋହନନଗର‌ରେ ଭଡ଼ାଘରେ ଚାଲିଛି। କେନ୍ଦ୍ର ପିଛା ଘରଭଡ଼ା ବାବଦକୁ ମାସିକ ସର୍ବନିମ୍ନ ୨୪ ହଜାର ହିସାବରେ ୩ଲକ୍ଷ ୩୬ହଜାର ଟଙ୍କା ଖର୍ଚ୍ଚ ହେଉଛି। ମାର୍ଚ୍ଚ ମାସରୁ ଘରଭଡ଼ା ନମିଳିବା ନେଇ ସ୍ପଷ୍ଟ ହେବା ପରେ ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଜୋନାଲ୍‌ ଡେପୁଟି କମିସନରଙ୍କୁ ଦାୟିତ୍ବ ଦିଆଯାଇଛି।

ନିଜସ୍ୱ କୋଠା ପାଇଁ ବି ନାହିଁ ଅର୍ଥ
କମ୍ୟୁନିଟି ସେଣ୍ଟରରେ ଚଳାଇବାକୁ ପରାମର୍ଶ

ସେ ଏ ଦାୟିତ୍ବ ସମ୍ପୃକ୍ତ ଅଞ୍ଚଳର କର୍ପୋରେଟରମାନଙ୍କୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ପ୍ରତି ଅଞ୍ଚଳରେ କମ୍ୟୁନିଟି ହଲ୍‌ ଭଳି ସୁବିଧା ନାହିଁ। ଯେଉଁଠି ବି ଅଛି ସେଥିରେ ୟୁଏଚ୍‌ଡବ୍ଲ୍ୟୁସି ପାଇଁ ଭିତ୍ତିଭୂମି ନାହିଁ। ତେଣୁ କର୍ପୋରେଟରମାନେ  କେନ୍ଦ୍ର ପାଇଁ ଜମି ଯୋଗାଇ ଦେବାକୁ ସାଧାରଣ ପ୍ରଶାସନ ବିଭାଗ (ଜିଏ)କୁ ଅନୁ‌ରୋଧ କରିଛନ୍ତି। କିନ୍ତୁ ମାର୍ଚ୍ଚ ମାସ ମଧ୍ୟରେ ଜମି ମିଳିବା ଓ ଗୃହ ନିର୍ମାଣ ହେବା ସମ୍ଭବ ନୁହେଁ। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୟୁଏଚ୍‌ଡବ୍ଲ୍ୟୁସି ନିର୍ମାଣ ପାଇଁ ଟଙ୍କା ଦେବା ନେଇ କିଛି ଯୋଜନା ହୋଇନି। ଜାଗା ମିଳିଗଲେ ମଧ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଟଙ୍କା କିଏ ଦେବ ତାହା  ଅସ୍ପଷ୍ଟ ଥିବାରୁ, କେନ୍ଦ୍ରଗୁଡ଼ିକର ଭବିଷ୍ୟତ ଯେ ଅନ୍ଧାର, ତାହା ଜଳଜଳ ଦିଶୁଛି। 

Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ

ସୂଚନାଯୋଗ୍ୟ ଯେ ୱେଲ୍‌ନେସ ସେଣ୍ଟରରେ ସ୍ୱାସ୍ଥ୍ୟପରୀକ୍ଷା ସହ ଔଷଧ, ଗର୍ଭବତୀ, ଶିଶୁମାନଙ୍କ ଟିକା, ପୋଷଣ ବ୍ୟବସ୍ଥା ଉପଲବ୍ଧ ହେଉଛି। ଏଥିପାଇଁ  ଜଣେ ମେଡିକାଲ ଅଫିସରଙ୍କ ସମେତ ଜଣେ ଷ୍ଟାଫ୍‌ ନର୍ସ, ଜଣେ ଫାର୍ମାସିଷ୍ଟ, ଜଣେ ପରୀକ୍ଷାଗାର ଟେକ୍‌ନିସିଆନ୍‌, ଜଣେ ଫିଜିଓଥେରାପିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ଏଠାରେ ୯ ପ୍ରକାରର ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ ଅତି କମ୍‌ରେ ୩ଟି କୋଠରୀ ଆବଶ୍ୟକ।  ଏଭଳି କ୍ଷେତ୍ରରେ କୌଣସି କମ୍ୟୁନିଟି ସେଣ୍ଟରରେ ଏଭଳି ସୁବିଧା ମିଳିବା ନେଇ ସନ୍ଦେହ ରହିଛି। ଏ ନେଇ ୨୪ ନମ୍ବର ୱାର୍ଡ କର୍ପୋରେଟର ଦୀପକ ମିଶ୍ର କହିଛନ୍ତି, ଅଞ୍ଚଳରେ ୟୁଏଚ୍‌ଡବ୍ଲ୍ୟୁସି ଖୋଲିବା ପରେ ମାସକୁ ୫୦ହଜାରରୁ ଅଧିକ ରୋଗୀ ଏଠାରେ ସେବା ପାଉଛନ୍ତି। ଏବେ ‌କମ୍ୟୁନିଟି ହଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛୁ। ହେଲେ ଏହା ସ୍ବାସ୍ଥ୍ୟସେବା ପାଇଁ ଆଦୌ ଉପଯୁକ୍ତ ସ୍ଥାନ ନୁହେଁ। ସରକାର ଲୋକଙ୍କ ଆବଶ୍ୟକତାକୁ ନଜରରରେ ରଖି କେନ୍ଦ୍ର ପାଇଁ ଭଡ଼ା ବ୍ୟବସ୍ଥା କରନ୍ତୁ କିମ୍ବା ନିଜସ୍ୱ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରନ୍ତୁ। ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ନୀଳମଣି ସେନାପତି କହିଛନ୍ତି, ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସବୁଠାରୁ ଭଲ ସ୍ଥାନ ବଛାଯାଇ କେନ୍ଦ୍ର ସ୍ଥାନାନ୍ତର କରାଯିବ। ସରକାର ନିଷ୍ପତ୍ତି ନେଲେ ଆବଶ୍ୟକ ସ୍ଥାନରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe