Ward No. 8: ଅଧପନ୍ତରିଆ ୮ ନମ୍ବର ୱାର୍ଡ କାର୍ଯ୍ୟାଳୟ ପ୍ରସଙ୍ଗ: ଜନଶୁଣାଣିରେ ଫେରାଦ ହେଲେ ଲୋକେ, ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ

Advertisment

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୮ ନମ୍ବର ୱାର୍ଡ କାର୍ଯ୍ୟାଳୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟିଏ ପଟେ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉନି କି ପାଚେରି ବୁଲା ସରୁଛି। ଆଉ ଅନ୍ୟପଟେ ଅଞ୍ଚଳବାସୀ ତାତିଲେଣି।

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୮ ନମ୍ବର ୱାର୍ଡ କାର୍ଯ୍ୟାଳୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟିଏ ପଟେ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉନି କି ପାଚେରି ବୁଲା ସରୁଛି। ଆଉ ଅନ୍ୟପଟେ ଅଞ୍ଚଳବାସୀ ତାତିଲେଣି।

fs46fshhf

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୮ ନମ୍ବର ୱାର୍ଡ କାର୍ଯ୍ୟାଳୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟିଏ ପଟେ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉନି କି ପାଚେରି ବୁଲା ସରୁଛି। ଆଉ ଅନ୍ୟପଟେ ଅଞ୍ଚଳବାସୀ ତାତିଲେଣି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେଉ ନ ଥିବାରୁ ଆନ୍ଦୋଳନ ପନ୍ଥା ଆପଣାଇବାକୁ ଚେତାବନୀ ଦେଲେଣି। ଗତ ସପ୍ତାହରେ ୮ ନମ୍ବର ୱାର୍ଡ ଅନ୍ତର୍ଗତ ହାଉସିଂବୋର୍ଡ କଲୋନିବାସୀ ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣିରେ ଉପସ୍ଥିତ ରହି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଇତିମଧ୍ୟରେ ୭ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଯଥା ପୂର୍ବଂ ତଥା ପର ନ୍ୟାୟରେ ସେଭଳି ରହିଛି ଅଧା ଗଢ଼ା କୋଠା।

BMC Mayor: କାହାର ହେବ ବିଏମସି ମେୟର ଆସନ ? ଏକନାଥ ସିନ୍ଦେ ନା ବିଜେପି ? ଅଳ୍ପ ଆସନ, ଦାବି ପ୍ରବଳ...

 ବିଏମ୍‌ସି ଜନଶୁଣାଣିରେ ଭାଗନେଇ ଅଞ୍ଚଳବାସୀ ଦର୍ଶାଇଥିଲେ ଯେ ଦୁଇ ବର୍ଷ ଧରି ଆମ କଲୋନିରେ ବିଏମ୍‌ସି ଦ୍ବାରା ୱାର୍ଡ ଅଫିସ୍‌ ନିର୍ମାଣଧୀନ ଅବସ୍ଥାରେ ରହିଛି। ୮ ମାସ ତଳେ କାର୍ଯ୍ୟାଳୟ କାମ ଶେଷ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଅଫିସ୍‌ ପାଚେରି କାର୍ଯ୍ୟ ଚାଲୁଥିବା ବେଳେ ସେହି ସ୍ଥାନରେ ଥିବା ବସ୍ତି ଓ ବାହାର କିଛି ଅସାମାଜିକ ଲୋକ ଆସି କାମ ବନ୍ଦ କରିଥିଲେ। ସେଠାରେ ଏକ କ୍ଲବ ସହ ପାର୍କିଂ କରିବାକୁ କହି ବାଉଁଶ ବାନ୍ଧି ରଖିଛନ୍ତି ଏବଂ ପାଚେରି କାମ କରାଇ ଦେଉନାହାନ୍ତି। ଦିନତମାମ ସେମାନେ ସେଠାରେ ବସାଉଠା କରୁଛନ୍ତି। ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ରାତିରେ ମଦ୍ୟପାନ କରିବା ସହ ଭୋଜିଭାତର ଆସର ଜମୁଛି। ଯେଉଁଥିପାଇଁ ବହୁ ସମୟରେ ପାଟିତୁଣ୍ଡ ହେଉଛି। ଅର୍ଧନିର୍ମିତ ଏହି କାର୍ଯ୍ୟାଳୟ ନିକଟ ଦେଇ ଯାଇଥିବା ଏକମାତ୍ର ରାସ୍ତା ଡମଣା ହାଟକୁ କଲୋନି ସହ ସଂଯୋଗ କରୁଛି।

ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ
ସରକାରୀ କାର୍ଯ୍ୟରେ ବାଧା କାହିଁକି?

ସପ୍ତାହକୁ ତିନିଦିନ ହାଟ ହେଉଥିବାରୁ ମହିଳାମାନେ ପିଲାଙ୍କୁ ଧରି ସେହି ରାସ୍ତା ଦେଇ ହାଟକୁ ଯିବା ଆସିବା କରିଥାନ୍ତି। ମାତ୍ର ଅସାମାଜିକଙ୍କ କାର୍ଯ୍ୟକଳାପ ଯୋଗୁ କଲୋନିବାସୀ ସେହି ରାସ୍ତା ଦେଇ ଯିବା ଆସିବା କରିବାକୁ ଅସୁରକ୍ଷିତ ମଣୁଛନ୍ତି। ଏସମ୍ପର୍କରେ ବିଏମ୍‌ସି ଉତ୍ତର ଜୋନ୍‌ ଜେଡିସିଙ୍କୁ ତିନିଥର ଯୋଗାଯୋଗ କରାଯାଇଛି। ସେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଏହି ଅସାମାଜିକତତ୍ତ୍ବଙ୍କ ପ୍ରତି ଅହେତୁକ ଅନୁକମ୍ପା କହିଁକି? ସରକାରୀ କାର୍ଯ୍ୟରେ ବାଧା ଦେଲା ପରେ ମଧ୍ୟ ସରକାରୀ କଳ ନିରବ କାହିଁକି? ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୱାର୍ଡ ତଥା କଲୋନିବାସୀ ନିବେଦନ କରିଛନ୍ତି। ବିଏମ୍‌ସି ଉତ୍ତର ଜୋନ୍‌ର ଜୋନାଲ୍‌ ଡେପୁଟି କମିସନର ମନ୍ମଥ ନାୟକ କହିଛନ୍ତି ଯେ ୱାର୍ଡ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସାଧାରଣ ପ୍ରଶାସନ ବିଭାଗ ସହ ଏନେଇ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ମାପଚୁପ ହୋଇ ପାଚେରି ବୁଲାଇବା ଦିଗରେ ପଦକ୍ଷେପ ନିଆଯିବ। 

Kochi Water Metro: କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୮ ନମ୍ବର ୱାର୍ଡ କାର୍ଯ୍ୟାଳୟ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିକାଶ କରିବାକୁ ଏକ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲା।  କେବଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବଡ଼ ସମ୍ମିଳନୀ କକ୍ଷ ସହିତ କର୍ପୋରେଟରଙ୍କ ରୁମ୍‌ ସମେତ ୱାର୍ଡ ଅଫିସର, ସିଇଓ, ଇଞ୍ଜିନିୟର ବସିବାକୁ ରୁମ୍‌ ବ୍ୟବସ୍ଥା ହୋଇଛି। ଲୋକ ବସିବା ପାଇଁ ହଲ୍‌ ମଧ୍ୟ ରହିଛି। ପାଚେରି ଅଧା ହୋଇ ଅଟକି ରହିଛି। ୱାର୍ଡ କାର୍ଯ୍ୟାଳୟ କ୍ୟାମ୍ପସରେ ସୁରକ୍ଷା କର୍ମୀ, ୱେଟିଂ ରୁମ୍‌, ଶୌଚାଳୟ ନିର୍ମାଣ, ଗାଡ଼ି ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଥିଲେ ମଧ୍ୟ କାମ ଆଗେଇପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe