ଭୁବନେଶ୍ୱର: ଜବରଦଖଲର ଭୂସ୍ବର୍ଗ ପାଲଟିଛି ରାଜଧାନୀ। ଯିଏ ଯେଉଁଠି ପାରୁଛି, ସରକାରୀ ଜାଗା ମାଡ଼ି ବସୁଛି। ଜବରଦଖଲର ଦିନ କେଇଟା ଭିତରେ ଝାଟିମାଟି ଘର କଂକ୍ରିଟ୍ହୋଇଯାଉଛି। ଯେହେତୁ ଜବରଦଖଲ ସହଜ ହୋଇଯାଇଛି, ସ୍ବଚ୍ଛଳ ବର୍ଗ ବି ଏହା ପଛରେ ଦୌଡ଼ିଛନ୍ତି। ଘର କରି ଭଡ଼ାରେ ଲଗାଉଛନ୍ତି। ଚଳିତବର୍ଷର ଜବରଦଖଲ ଉଚ୍ଛେଦରୁ ଏହା ସ୍ପଷ୍ଟ ହୋଇଛି। ଏକଥା ସତ ଯେ ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ସାରା ରାଜ୍ୟରୁ ଏଭଳି ଜବରଦଖଲ ଉଚ୍ଛେଦକୁ ଜୋରଦାର କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି।
Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ
ଗତ ୨୦ ବର୍ଷ ଭିତରେ ରାଜଧାନୀରେ ସର୍ବାଧିକ ଜବରଦଖଲ ହୋଇଛି ଏବଂ ସେହି ଅନୁସାରେ ମାଳମାଳ ବସ୍ତି ବି ଗଢ଼ିଉଠିଛି। ୨୦୨୩ ଗଣନା ଅନୁସାରେ ରାଜଧାନୀରେ ୪୩୬ଟି ବସ୍ତି ଥିଲା, ଏବେ ସଂଖ୍ୟା ୫୦୦ ଡେଇଁଗଲାଣି। ୪୩୬ରୁ ସ୍ବୀକୃତିପ୍ରାପ୍ତ ବସ୍ତିସଂଖ୍ୟା ମାତ୍ର ୧୧୬, ବାକି ୩୨୦ ବସ୍ତି ଅଣସ୍ବୀକୃତିପ୍ରାପ୍ତ। ଯେହେତୁ ବସ୍ତିବାସିନ୍ଦା ଉଚ୍ଛେଦ ପରେ ସରକାରୀ ଆବାସ ପାଉଛନ୍ତି, ଏହାର ସୁଯୋଗ ନେଇ ସ୍ବଚ୍ଛଳବର୍ଗ ବି ବସ୍ତିବାସିନ୍ଦା ପରିଚୟରେ ଆବାସ ହାତେଇବା ଅଭ୍ୟାସରେ ପରିଣତ ହୋଇଗଲାଣି। ତେବେ ଏତେ ବର୍ଷ ଧରି ଏଭଳି ଜବରଦଖଲକୁ କିଏ ବଳ ଦେଉଥିଲା? କାହା ଇଙ୍ଗିତରେ ସରକାରୀ ଜାଗାକୁ ଜବରଦଖଲ ପାଇଁ ପ୍ରୋତ୍ସାହନ ମିଳୁଥିଲା? ରାଜଧାନୀ ଭୁବନେଶ୍ବରରୁ ଜବରଦଖଲ ଉଚ୍ଛେଦ ପାଇଁ ୨୦୧୪ ମସିହାରୁ ଗଠିତ କେନ୍ଦ୍ରୀୟ ଏନ୍ଫୋର୍ସମେଣ୍ଟ ମନିଟରିଂ କମିଟି ଏବଂ ଏହା ଅଧୀନ ୬ ସ୍ବତନ୍ତ୍ର ସ୍କ୍ବାଡ୍କରୁଥିଲେ କ’ଣ?
୨୦୨୪ରେ ୨୫ ଏକର, ୨୦୨୫ରେ ୯୨ ଏକର ଉଚ୍ଛେଦ
୨୦୨୩ରେ ବସ୍ତିସଂଖ୍ୟା ୪୩୬, ଏବେ ୫ଶହ ଟପିଲାଣି
କ’ଣ କରୁଥିଲେ କେନ୍ଦ୍ରୀୟ କମିଟି ଓ ସ୍ବତନ୍ତ୍ର ସ୍କାଡ୍
ଚଳିତବର୍ଷ ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବରଦଖଲ କଥାକୁ ସ୍ବୀକାର କରି କହିଥିଲେ, ରାଜଧାନୀ ଭୁବନେଶ୍ବରରେ ସାଧାରଣ ପ୍ରଶାସନ ବିଭାଗର ୨୪ହଜାର ୯୯୦ ଏକର ସରକାରୀ ଜମି ରହିଛି, ଯେଉଁଥିରୁ ୫୦୦.୧୫୬ ଏକର ଜମି ଜବରଦଖଲରେ ରହିଛି। ଭୁବନେଶ୍ବର ମହାନଗର ନିଗମର ୫୭ଟି ମୌଜାରେ ଏଭଳି ଜବରଦଖଲ ହୋଇଛି ଏବଂ ଏ ନେଇ ୧୧ହଜାର ୬ଟି ଜବରଦଖଲ ମାମଲା ରୁଜୁହୋଇଛି। ଜୟଦେବବିହାର, ନୟାପଲ୍ଲୀ ନୀଳକଣ୍ଠନଗର, ବରମୁଣ୍ଡା, ଭୀମପୁର, କପିଳପ୍ରସାଦ, ବିଜେବିନଗର, ଗୋବିନ୍ଦପ୍ରସାଦ, ଗାଡ଼କଣ, ଚନ୍ଦ୍ରଶେଖରପୁର, ପଟିଆ, ଡୁମୁଡୁମା ମୌଜାରେ ବେଶି ଜବରଦଖଲ କରାଯାଇଛି। ସହରର ସବୁଠୁ ଦାମୀ ଅଞ୍ଚଳ କୁହାଯାଉଥିବା ବାପୁଜୀନଗର, ଅଶୋକନଗର, ଖାରବେଳନଗର, ଭୌମନଗର, କେଶରୀନଗର, ଗଙ୍ଗନଗର, ସୂର୍ଯ୍ୟନଗର, ସତ୍ୟନଗର, ସହିଦନଗର, ବମିଖାଲ ବି ଏଥିରୁ ବାଦ୍ ପଡ଼ିନି।
Bangladesh: ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ
ଏଠାରେ କେଉଁଠି ୫ ଏକର ତ କେଉଁଠି ୭ ଏକର ସରକାରୀ ଜାଗାକୁ ଜବରଦଖଲକାରୀ ମାଡ଼ି ବସିଛନ୍ତି। ଜୟଦେବବିହାରରେ ସର୍ବାଧିକ ୧୪୮.୮୭୦ ଏକର ଜାଗା ଜବରଦଖଲରେ ରହିଛି। ୫ଶହ ଏକର ଜବରଦଖଲ ଜମିରୁ ୨ ବର୍ଷରେ ପ୍ରାୟ ୧୧୭ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି। ୨୦୨୪ ମସିହାରେ ୯୬ଟି ଜବରଦଖଲ ନୋଟିସ୍ ହୋଇଥିଲା, ଯେଉଁଥିରୁ ୬୭ଟି କାର୍ଯ୍ୟକାରୀ କରାଯାଇଛି ଓ ୨୫.୧୧୫ ଏକର ଜମି ଜବରଦଖଲମୁକ୍ତ ହୋଇଛି। ୨୦୨୫ ମସିହାରେ ୪୨୯ଟି ଜବରଦଖଲ ନୋଟିସ୍ ହୋଇଥିଲା, ଏଥିରୁ ୨୫୪ଟି କାର୍ଯ୍ୟକାରୀ କରାଯାଇଛି ଏବଂ ପ୍ରାୟ ୯୨ ଏକର ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଆହୁରି ପ୍ରାୟ ୩୮୩ ଏକର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବାକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/06/dagdadgagd-2026-01-06-02-03-00.jpg)