Bihar Election 2025: ‘ଏନ୍‌ଡିଏ’ର ଐତିହାସିକ ବିଜୟ, ବିରୋଧୀ ମହାଗଠବନ୍ଧନ ଚୂରମାର

ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ଏନ୍‌ଡିଏ ଐତିହାସିକ ବିଜୟ ହାସଲ କରି ୨୪୩ ଆସନରୁ ୨୦୨ ଜିତିଛି। ବିଜେପି ୮୯ ଓ ଜେଡିୟୁ ୮୫ ଆସନ ପାଇ ବିଜୟୀ ହୋଇଛି, ଯେଉଁଠାରେ ‌ଏଲଜେପି ୧୯, ହାମ ୫ ଏବଂ ଆରଏଲ୍‌ଏଏମ୍‌ ୪ ଆସନ ଲାଭ କରିଛି। ଅନ୍ୟପଟେ ବିରୋଧୀ ମହାଗଠବନ୍ଧନ ମାତ୍ର ୩୫ ଆସନରେ ସୀମିତ ହୋଇଛି।

Bihar election

NDA wins in Bihar assembly election. Photograph: (sambad.in)

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ଏନ୍‌ଡିଏ ଏକ ଐତିହାସିକ ବିଜୟ ହାସଲ କରି ରାଜ୍ୟର ରାଜନୈତିକ ଚିତ୍ର ପରିବର୍ତ୍ତନ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ୱରେ ମହାଗଠବନ୍ଧନକୁ ଏନ୍‌ଡିଏ କଠିନ ଆଘାତ ଦେଇ ନିଜ କ୍ଷମତା ଜାରି ରଖିଛି।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନ୍‌ଡିଏ ୨୦୨ ଆସନ ଜିତି ଏକ ରେକର୍ଡ ସୃଷ୍ଟି କରିଛି। ଏହାରେ ଭାରତୀୟ ଜନତା ପାର୍ଟି ୮୯ ଆସନ ଓ ଜେଡିଉ ୮୫ ଆସନ ଦଖଲ କରିଛି। କେବଳ ଏତିକି ନୁହେଁ, ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ୧୯, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚ୍‌ଏମ୍‌) ୫ ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆରଏଲ୍‌ଏମ୍‌) ୪ଟି ଆସନରେ ଜୟଲାଭ କରିଛି।

ଆହୁରି ପଢ଼ନ୍ତୁ: AIMIM Offer to Nitish: ବିହାରରେ ସରକାର ଗଠନ କରିବାକୁ ନିତୀଶଙ୍କୁ ଖୋଲା ଅଫର ଦେଲେ ଓୱାଇସି

ଅନ୍ୟପଟେ, ବିରୋଧୀ ମହାଗଠବନ୍ଧନ କେବଳ ୩୫ ଆସନରେ ସୀମିତ ହୋଇ ପଡ଼ିଛି। ଆରଜେଡି ୨୫, କଂଗ୍ରେସ ୬, ବାମଦଳ ୩ ଓ ଆଇଆଇପି ୧ଟି ଆସନ ଲାଭ କରିଛି। ବିକାଶଶୀଳ ଇନ୍ସାନ ପାର୍ଟି (ଭିଆଇପି) ଏଥର ଖାତା ଖୋଲି ପାରିନାହିଁ।

ଆହୁରି ପଢ଼ନ୍ତୁ: Rohini Acharya Quits Politics: ରାଜନୀତି ଛାଡ଼ିବା ସହ ପରିବାର ସହିତ ସମ୍ପର୍କ ଭାଙ୍ଗିଲେ ଲାଲୁଙ୍କ ଝିଅ

ଏହି ଫଳାଫଳ ଏନ୍‌ଡିଏର ରାଜନୈତିକ ଆଧିପତ୍ୟକୁ ଆରୋ ମଜବୁତ କରିଛି, ସେପଟେ ଇଣ୍ଡିଆ ମହାଗଠବନ୍ଧନର ଭବିଷ୍ୟତକୁ ପ୍ରଶ୍ନଚିହ୍ନରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe