Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

Advertisment

ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁଅ ଲୁଲୁ ଏବଂ ଜୁଲୁ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।  ତାଙ୍କ ସହ ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ଓ ୫୦ରୁ ଅଧିକ ସରପଂଚ ଓ ସମିତି ସଭ୍ୟ ବିଜେପିରେ ସାମିଲ ହେଲା ପରେ ଭଦ୍ରକ ଜିଲ୍ଲାରେ ବିଜେଡି ଦିନକୁଦିନ ଦୁର୍ବଳ ହେଉଥିବା ଚର୍ଚ୍ଚା ହେଉଛି।

ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁଅ ଲୁଲୁ ଏବଂ ଜୁଲୁ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।  ତାଙ୍କ ସହ ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ଓ ୫୦ରୁ ଅଧିକ ସରପଂଚ ଓ ସମିତି ସଭ୍ୟ ବିଜେପିରେ ସାମିଲ ହେଲା ପରେ ଭଦ୍ରକ ଜିଲ୍ଲାରେ ବିଜେଡି ଦିନକୁଦିନ ଦୁର୍ବଳ ହେଉଥିବା ଚର୍ଚ୍ଚା ହେଉଛି।

Untitled-32

BJD leader Sanjib Mallick and Lulu Samal of Bhadrak politics.

ଭଦ୍ରକ (ହରିହର ନାୟକ): ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁଅ ଲୁଲୁ ଏବଂ ଜୁଲୁ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।  ତାଙ୍କ ସହ ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ଓ  ୫୦ରୁ ଅଧିକ ସରପଂଚ ଓ ସମିତି ସଭ୍ୟ ବିଜେପିରେ ସାମିଲ ହେଲା ପରେ ଭଦ୍ରକ ଜିଲ୍ଲାରେ ବିଜେଡି ଦିନକୁଦିନ ଦୁର୍ବଳ ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପଟରେ ଜିଲ୍ଲାରେ ବିଜେପି ଶକ୍ତିଶାଳୀ ହେଉଛି। ପ୍ରଫୁଲ୍ଲଙ୍କ ପୁଅ ଲୁଲୁ ସାମଲ ବିଜେଡି ଦଳ ଛାଡ଼ିବା ଦିନ ଠାରୁ ଯାହା ଟାର୍ଗେଟ ନେଇଥିଲେ ତାହା କରିକି ଦେଖାଇଛନ୍ତି। ସେ କହିଥିଲେ ଭଦ୍ରକ ଜିଲ୍ଲାରୁ ବିଜେଡିର ଗଡ଼ ଭାଙ୍ଗି ଦେବେ। ବାସ୍ତବରେ ସେ ତାହାହିଁ କାର୍ଯ୍ୟରେ କରି ଦେଖାଉଛନ୍ତି। ଜିଲ୍ଲାରେ ବିଜେଡି ସଙ୍ଗଠନକୁ ଏକ ପ୍ରକାର ଭାଙ୍ଗି ଛର ଖାର କରିଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲାର ୭ ବ୍ଲକରୁ ୪ ବ୍ଲକ ନେଇଗଲେ ଏବଂ ଆଉ ୩ ବ୍ଲକ ଉପରେ ମଧ୍ୟ ନଜର ରଖିଛନ୍ତି। 

ବନ୍ତ ବ୍ଲକର ବିଜେଡି ନେତା ତଥା ଅଧ୍ୟକ୍ଷ ମନୋରଞ୍ଜନ ଘଡ଼ାଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଭଦ୍ରକ ବ୍ଲକ ଅଧ୍ୟକ୍ଷା  ଉର୍ମିଳା ନାୟକ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଭଦ୍ରକ ଜିଲ୍ଲାରେ ବିଜେଡିର ଭାଡ଼ି ସଫା ହେବାକୁ ବସିଛି। ନିଜେ ଲୁଲୁ ସାମଲ ମଧ୍ୟ ନିଜର ଶତାଧିକ ସମର୍ଥକଙ୍କ ଗହଣରେ ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯୋଗଦେବା ପରେ ଭଣ୍ଡାରିପୋଖରୀ ବ୍ଲକର ବିଜେଡି ଦୁର୍ଗ ଭାଙ୍ଗି ଯାଇଛି। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କୁ କର୍ମୀ ଭରସା ନକରି ଲୁଲୁଙ୍କ ସମର୍ଥନରେ ବିଜେପିରେ ଯୋଗଦେବା ପରେ କାହାକୁ ନେଇ ସଂଜୀବ ସଙ୍ଗଠନ ସଜାଡ଼ିବେ ସେଇ ଚିନ୍ତାରେ ରହି ସଂଜୀବଙ୍କ ଆଖିରୁ ନିଦ ହଜି ଗଲାଣି। ନିଜ ପାଦ ତକର ମାଟି ଖସି ଯାଉଥିବା ବେଳେ ସଂଜୀବ ଏବେ ନିଜ ନିର୍ବାଚନ ମଣ୍ଡଳୀରେ ହତାଶ ହୋଇଯାଇଛନ୍ତି। ବିଜେଡି ସଂଗଠନ ଭାଙ୍ଗି ଛାଇ ଖାର ହୋଇଯାଇଥିବା ବେଳେ ଏବେ ବିଧାୟକ ସଂଜୀବ ଙ୍କ ଉପରେ ଦଳର ନେତା ନବୀନ ପଟ୍ଟନାୟକ ଆଉ ଭରସା କରି ପାରିନାହାଁନ୍ତି। ନିଜ ଅଞ୍ଚଲରେ କିଭଳି ବିଜେଡି ଦଳର ସ୍ଥିତି ରକ୍ଷା କରାଯାଇ ପାରିବ ସେ ନେଇ ବିଜେଡି ବିଧାୟକ ସଂଜୀବ ମଲ୍ଲିକ ଚିନ୍ତାରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: BJD's Bhadrak worries: ବିଜେଡିର ଭଦ୍ରକ ଚିନ୍ତା: ଇସ୍ତଫା ପର୍ବ ଜାରି, ବାସୁଦେବପୁର ବ୍ଲକ୍‌ ଅଧ୍ୟକ୍ଷଙ୍କ ଇସ୍ତଫା

କର୍ମୀମାନଙ୍କୁ ମନାଇବାକୁ ଉଦ୍ୟମ

ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ଦଳୀୟ ବିଜେଡି କର୍ମୀମାନଙ୍କୁ ମନାଇ ନିଜ ଦଳରେ ରଖିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ବିଜେଡିକୁ ଭଣ୍ଡାରିଖୋରୀରେ ବଞ୍ଚାଇ ରଖିବାକୁ ସଂଜୀବ ଉଦ୍ୟମ ଆରମ୍ଭ କରିଛନ୍ତି। କର୍ମୀଙ୍କୁ ପାଖରୁ ଡାକିବା ସହ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀମାନକୁ ଡାକି ଦଳକୁ ସୁଦୃଢ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ହେଲେ ସଂଜୀବଙ୍କ ବୈଠକକୁ ଆଉ ଆଗ ଭଳି କର୍ମୀ ଆଶୁ ନାହାନ୍ତି। ତାଙ୍କ ଉପରୁ ଦଳର କର୍ମୀ ଓ ଲୋକେ ଭରସା କରି ପାରୁ ନାହାନ୍ତି। ଆଗକୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ପ୍ରଫୁଲ୍ଲଙ୍କ ଦୁଇ ପୁତ୍ର ଲୁଲୁ ଓ ଜୁଲୁ ବିଜେଡି ଦଳକୁ ଭାଙ୍ଗିବାକୁ ଯୋଜନା କରିବେ ବୋଲି ଯୁଦ୍ଧ ଦେହି ଡାକରା ଦେବା ପରିସ୍ଥିତିରେ ଅଛନ୍ତି। ବିଧାୟକ ସଂଜୀବ ମଲ୍ଲିକ ପ୍ରଫୁଲ୍ଲ ସାମଲ ପରିବାରକୁ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରସଙ୍ଗ ଉଠାଇ ବଦନାମ କରିବାକୁ ଯୋଜନା କରିଥିବା ବେଳେ ଇଞ୍ଜିନିୟରିଂ କଲେଜ ପାଇଁ ବିଜେଡିର ୩ ବ୍ଲକ ଅଧ୍ୟକ୍ଷ ଦଳ ଛାଡୁଛନ୍ତି ବୋଲି ସଂଜୀବ ମଲ୍ଲିକ ପ୍ରଫୁଲ୍ଲ ସାମଲ ପରିବାରକୁ ଆକ୍ଷେପ କରି ଗଣମାଧ୍ୟମ ଆଗରେ ବିବୃତି ଦେଇ ଥିଲେ। ଗଣମାଧ୍ୟମ ଆଗରେ ସଂଜୀବ ପ୍ରଫୁଲ୍ଲ ପରିବାରକୁ ଟାର୍ଗେଟ କରିଥିବା ବେଳେ ବିଜେଡି ଦଳକୁ ମୂଳରୁ ଭାଙ୍ଗି ରୁଜି ଚୁରମାର୍ କରି ଦେଇ ସଂଜୀବଙ୍କ  ରାଜନୀତି ଭଣ୍ଡାରିପୋଖରୀ ଓ ଭଦ୍ରକରୁ  ଶେଷ କରିଦେବାକୁ ଲୁଲୁ ଗୋଟି ଚାଳନା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: Perseverance Of Nehru Legacy: ନେହେରୁଙ୍କ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ କଂଗ୍ରେସ ମହାନ ନେତାଙ୍କୁ କୋଣଠେସା କରିଥିଲା: ବିଜେପି

ଭୁଲି ନାହାନ୍ତି ଚକ୍ରାନ୍ତ!

ବିଜେଡି ଦଳରେ ଥିବା ବେଳେ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ଇଡି ଚଢ଼ାଉର ଚକ୍ରାନକୁ ଏବେ ବି ଭୁଲି ପାରୁ ନାହାନ୍ତି ପ୍ରଫୁଲ୍ଲଙ୍କ ପରିବାର ସଦସ୍ୟ। ଏହି ବଦନାମର ପ୍ରତିଷୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି ପ୍ରଫୁଲ୍ଲ ସାମଲଙ୍କ ପରିବାର ସଦସ୍ୟ। ସଂଜୀବ ମଲ୍ଲିକ ଓ ଲୁଲୁ ସାମଲଙ୍କ ମଧ୍ୟରେ ଚାଲିଥିବା ଏଭଳି ଛକା ପଞ୍ଝା ରାଜନୀତି ଭିତରେ ଦଳୀୟ କର୍ମୀ ଦେଖୁଛନ୍ତି କାହା ପାଖକୁ ଗଲେ ଅଧିକ ସୁରକ୍ଷିତ ରହିବେ। ଏବେ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାରରେ ରହିଥିବା ବେଳେ ଲୋକେ ବିଜେପି ଆଡ଼କୁ ମୁହଁଉଁ ଥିବାର ଦେଖା ଯାଉଛି।  ଅନ୍ୟପକ୍ଷରେ ସଂଜୀବ  ଭଣ୍ଡାରିପୋଖରୀ  ନିଜର ଗଡ କିଭଳି ସୁରକ୍ଷିତ ରଖିବେ ତାକୁ ନେଇ ବଡ଼ ପ୍ରଶ୍ନବାଚୀ  ସୃଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe