ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟପାଇଁ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଜି ଦୁଇଜଣ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପାଟକୁରା ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଏନେଇ ବାଚସ୍ପତିଙ୍କୁ ବିଜେଡି ତରଫରୁ ସୂଚନା ଦିଆଯାଇଛି। ଦଳର ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତି ପରେ ବିଜେଡି ଭିତରେ କମ୍ପନ ଦେଖିବାକୁ ମିଳିଛି । ଏହି ଦୁଇନେତା ବାରମ୍ବାର ବିଜେଡି ଓ ଦଳର ସୁପ୍ରିମୋଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଅଭିଯୋଗ ହେଉଥିଲା
ଆହୁରି ପଢ଼ନ୍ତୁ: Judgement: ସୁପ୍ରିମକୋର୍ଟଙ୍କ ରାୟ: ଟାଇଗର ଗ୍ଲୋବାଲ୍ ଗଣିବ ପୁଞ୍ଜିଲାଭ ଟିକସ
ବିଜେଡିର କାର୍ଯ୍ୟାନୁଷ୍ଠାନ ନେଇ ଅରବିନ୍ଦ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି, ଦଳ ପାଇଁ କାମ କରିଛି। ଦଳ ବିରୋଧୀ କାମ କରି ନାହିଁ। ମୋ ଜାଣତରେ କୌଣସି ଦଳ ବିରୋଧୀ କାମ କରିନାହିଁ। ମୋର ନିଲମ୍ବନ ନେଇ ଗଣମାଧ୍ୟମରୁ ଜାଣିବାକୁ ପାଇଁଛ।
ଆହୁରି ପଢ଼ନ୍ତୁ: Javelin Throw: ଜୟଙ୍କଠୁ ପୋଚେଷ୍ଟ୍ରମ୍ରେ ପ୍ରଶିକ୍ଷଣ ନେବେ ନୀରଜ
Follow Us