Illegal Works: ଭଦ୍ରକରେ ବୃଦ୍ଧି ପାଉଛି ବେଆଇନ ଇଟା ଭାଟି

ବେଆଇନ ଭାବେ ଗଢ଼ି ଉଠୁଥିବା ଇଟା ଭାଟିଗୁଡିକ ଏବେ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏହି ଅଞ୍ଚଳର ମାଟି ଇଟା ତିଆରି ପାଇଁ ଉପଯୋଗୀ ହେବାରୁ ବେପାରୀମାନେ ମନଇଚ୍ଛା ଇଟା ଭାଟି ନିର୍ମାଣ କରି ବେପାର ଚଳାଇ ଆସୁଛନ୍ତି।

Bhadrak

Illegal brick in bhadrak district. Photograph: (sambad.in)

ଭଦ୍ରକ (ଡ, ହରିହର ନାୟକ): ଧାମନଗର ବ୍ଲକ ପଧାନୀ ଅଞ୍ଚଳରେ ବେଆଇନ ଭାବେ ଗଢ଼ି ଉଠୁଥିବା ଇଟା ଭାଟିଗୁଡିକ ଏବେ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏହି ଅଞ୍ଚଳର ମାଟି ଇଟା ତିଆରି ପାଇଁ ଉପଯୋଗୀ ହେବାରୁ ବେପାରୀମାନେ ମନଇଚ୍ଛା ଇଟା ଭାଟି ନିର୍ମାଣ କରି ବେପାର ଚଳାଇ ଆସୁଛନ୍ତି। ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ଏହି ବେପାରୀଙ୍କ ରାଜ ଚାଲୁଛି। ସରକାରୀ ଜମି, ସ୍କୁଲ ଓ ଡାକ୍ତରଖାନା ପାଖରେ ଥିବା ଅନାବାଦୀ ଜମି, ନଦୀ ପଠା ଆଦିକୁ ବେଆଇନ ଭାବରେ ଦଖଲ କରି ଭାଟି ଗଢ଼ାଯାଉଛି।

ମାଳମାଳ ଇଟାଭାଟି

କେବଳ ଧୂଷୁରୀ ନୁହଁ, ଚାନ୍ଦବାଲି ବ୍ଲକ୍ ଦୋହରା, ଆରଡି, ସୁନ୍ଦରପୁରରେ ମଧ୍ୟ ମାଳ ମାଳ ଇଟା ଭାଟି ରହିଛି। ଉପରୋକ୍ତ ବିଷୟରେ ପ୍ରଶାସନର ନିରବ ସମର୍ଥନ ଥିବା ଅଭିଯୋଗ ଉଠିଛି, ଯାହା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଅନୁମତି ବିନା ଇଟା ପୋଡ଼ିବା, ଅନଭିଜ୍ଞ ଡ୍ରାଇଭର ଦ୍ବାରା ଟ୍ରାକ୍ଟର ଚାଳନା, ରାସ୍ତା ନଷ୍ଟ ଓ ଦୁର୍ଘଟଣା ଘଟିବା ଘଟଣା ସାଧାରଣ ଲୋକଙ୍କ ଜୀବନକୁ ଅସୁବିଧାରେ ପକାଇ ଦେଉଛି। ଏହି ଭାଟିଗୁଡିକର ଧୂଆଁ ଓ ଧୂଳି ବାୟୁ ପ୍ରଦୂଷଣ ବଢ଼ାଇ ମୁଣ୍ଡ ବ୍ୟଥା ଶ୍ୱାସକଷ୍ଟ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛିI ନଦୀ ପଠାରୁ ମାଟି ଖୋଳି ନେବା ଫଳରେ ବୈତରଣୀ ନଦୀର ଗତିପଥ ପରିବର୍ଶିତ ହେବାର ଆଶଙ୍କା ଜଣାପଡ଼ିଛି, ଯାହା ଭବିଷ୍ୟତରେ ବନ୍ୟା ଓ ଭୂମିକ୍ଷୟ ଭଳି ବିପଦ ସୃଷ୍ଟି କରିପାରେ।

ଆହୁରି ପଢ଼ନ୍ତୁ: Pakistan Supreme Court: ପାକିସ୍ତାନର ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ, ୧୨ ଆହତ

ଅଭିଯୋଗକୁ ଅଣଦେଖା

ସ୍ଥାନୀୟ ଲୋକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ବିଶେଷ ପଦକ୍ଷେପ ନିଆଯାଇନାହିଁ। ଏପରି ଅବସ୍ଥାରେ ଜିଲ୍ଲା ପ୍ରଶାସନ ଗୁରୁତ୍ବର ସହ ସମସ୍ୟାକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ତ୍ବରିତ ଗ୍ରହଣ କରିବାକୁ ଜନସାଧାରଣ ଦାବି କରୁଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀ କୂଳରେ ବେଆଇନ ଭାବରେ ଇଟା ଭାଟି ଗଢି ଉଠିଛି। ଭଦ୍ରକ ସୀମାର ବନ୍ତ୍ ବ୍ଲକ ଅନ୍ତର୍ଗତ ବନ୍ତ ତହସିଲର ଆଗରପଡ଼ା, ମହାନ୍ତିପଡ଼ା, କଣ୍ଡବା, ଭଦ୍ରକ ବ୍ଲକର ଭଦ୍ରକ ତହସିଲ ଅନ୍ତର୍ଗତ କାଉପୁର, ଚଢିଆ, ଓଲଙ୍ଗ  ଆଦି ଅଞ୍ଚଳର ସାଳନ୍ଦୀ ନଦୀ କୂଳରେ ବେଆଇନ ଭାବରେ ଇଟା ଭାଟି ଗଢ଼ୁଛି।

ଆହୁରି ପଢ଼ନ୍ତୁ: Bhubaneswar Smart City Limited: ସବୁଜ ସୌନ୍ଦର୍ଯ୍ୟକରଣ ପରିବେଶ ଅନୁକୂଳ ପଦକ୍ଷେପ ବିଫଳ: ଜନପଥରେ ବାଉଁଶ ବ୍ୟାରିକେଡ୍ ବଦଳରେ ଲାଗିବ ଷ୍ଟିଲ୍ ଗ୍ରୀଲ୍

ପ୍ରଦୂଷଣ ବୃଦ୍ଧି

ଏହି ଇଟା ଭାଟି ବୃଦ୍ଧି ପାଉ ଥିବାରୁ  ପ୍ରଦୂଷଣ ବଢୁଛି। ରାଜସ୍ୱ ହାନୀ ହେଉଛି। ରାଜସ୍ୱ ବିଭାଗ  ସବୁ ଜାଣି ଥିଲେ ମଧ୍ୟ ନିରବ ରହିଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଜିଲ୍ଲାରେ ବେଆଇନ ଇଟା ଭାଟି ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି  ଆନ୍ଦୋଳନ ଜୋରଦାର ହେବ ବୋଲି ସ୍ଥାନୀୟ ଅଞ୍ଚରୁ ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe