ଶୀତଦିନେ ଆମେ ସକାଳୁ ସକାଳୁ କୁହୁଡ଼ି ପଡ଼ିଥିବା ଦେଖୁ। ଜଳ ବିନ୍ଦୁ ଓ ବରଫ ସ୍ଫଟିକରେ ଗଠିତ କୁହୁଡ଼ି ବିଷୟରେ ନିମ୍ନୋକ୍ତ ରୋଚକ ତଥ୍ୟ ନିଶ୍ଚିତ ଭାବେ ଜ୍ଞାନବର୍ଦ୍ଧକ। ଭୂମିରେ ମେଘ: ଭୂମିର ବହୁତ ନିକଟରେ ସୃଷ୍ଟି ହେଉଥିବା ମେଘ ହେଉଛି କୁହୁଡ଼ି। ଗଠନ ପ୍ରକ୍ରିୟା: ବାୟୁ ଅତ୍ୟଧିକ ଥଣ୍ଡା ହୋଇଗଲେ ତାହା ଜଳୀୟ ବାଷ୍ପକୁ ଛୋଟଛୋଟ ଜଳବିନ୍ଦୁ ଓ ବରଫ ସ୍ଫଟିକରେ ଘନୀଭୂତ କରିଦିଏ। ଏଥିରୁ କୁହୁଡ଼ି ସୃଷ୍ଟି ହୁଏ।
Horoscope 2025 December 23: ଜାଣନ୍ତୁ ଆଜିର ରାଶିଫଳ
ଆର୍ଦ୍ରତାର ଉତ୍ସ: ନଦୀ, ହ୍ରଦ ଓ ଓଦା ଭୂମିରୁ ବାହାରୁଥିବା ଜଳକଣା ପବନ ସହିତ ମିଶି କୁହୁଡ଼ି ସୃଷ୍ଟି କରେ।
ଫସଲ ପାଇଁ ଲାଭଦାୟକ: କୁହୁଡ଼ି ଫସଲ ପାଇଁ ଭଲ, କାରଣ ଏହା ଆର୍ଦ୍ରତା ପ୍ରଦାନ କରିବା ସହ ମୃଦୁ ତାପମାତ୍ରା ବଜାୟ ରଖେ, ଯାହା ଉଦ୍ଭିଦମାନଙ୍କ ପାଇଁ ଲାଭଦାୟକ।
ଜୀବଜନ୍ତୁଙ୍କ ପାଇଁ ଜୀବନଦାୟକ: ମରୁଭୂମି ଓ ଅନ୍ୟାନ୍ୟ ସ୍ଥାନରେ ଅନେକ ଛୋଟ ଛୋଟ ପ୍ରାଣୀ କୁହୁଡ଼ି ବିନ୍ଦୁ ଦ୍ୱାରା ସୃଷ୍ଟି ହେଉଥିବା ପାଣି ପିଇ ଦୀର୍ଘଦିନ ବଞ୍ଚି ରହନ୍ତି।
ଦୃଶ୍ୟମାନତା ହ୍ରାସ: ବିଭିନ୍ନ ପାଗ ଓ ପରିସ୍ଥିତିରେ ସୃଷ୍ଟି ହେଉଥିବା ଭିନ୍ନଭିନ୍ନ ଧରଣର କୁହୁଡ଼ି ଦୃଶ୍ୟମାନତାକୁ ହ୍ରାସକରେ। କେବେକେବେ ଦୃଶ୍ୟମାନତା ୧ କିଲୋମିଟରରୁ କମ୍ ହୋଇଯାଏ।
ସାମରିକ ରଣନୀତି: ଶତ୍ରୁମାନଙ୍କଠାରୁ ଲୁଚିବା ପାଇଁ ଓ ସେମାନଙ୍କୁ ଚକମା ଦେବା ପାଇଁ ସୈନିକମାନେ କୁହୁଡ଼ିଆ ପାଗର ଫାଇଦା ଉଠାଇଥାନ୍ତି।
କୁହୁଡ଼ି ବନାମ କାକର: କୁହୁଡ଼ି ଅଧିକ ଘନ ହୋଇଥାଏ ଓ ଦୃଶ୍ୟମାନତା ୧ କିଲୋମିଟରରୁ କମ୍ ରହିଥାଏ, ମାତ୍ର କାକରର ଘନତ୍ବ କମ୍ ଏବଂ ଦୃଶ୍ୟମାନତା ୧ କିଲୋମିଟରରୁ ଅଧିକ ରହିଥାଏ।
‘ବିଲେଇ’ ସହିତ ତୁଳନା: କବି କାର୍ଲ ସାଣ୍ଡବର୍ଗ କୁହୁଡ଼ିକୁ ଏକ ଶାନ୍ତ ବିଲେଇ ସହିତ ତୁଳନା କରିଛନ୍ତି, ଯିଏ ନିରବରେ ସହର ଉପରେ ଘୂରି ବୁଲୁଥାଏ।
Follow Us