One-horned rhino in Kaziranga: କାଜିରଙ୍ଗାରେ ସୀମିତ ଏକଶିଙ୍ଗିଆ ଗଣ୍ଡାର

Advertisment

ଅତୀତରେ ସମଗ୍ର ଭାରତରେ ବିଚରଣ କରୁଥିଲେ ଏକଶିଙ୍ଗିଆ ଗଣ୍ଡାର ବା ‘ଵାନ୍‌-ହର୍ନଡ୍‌ ରାଇନୋସୋରସ୍‌’। ସମ୍ପ୍ରତି ସେମାନେ କେବଳ ଦେଶର ପୂର୍ବ ପ୍ରାନ୍ତରେ ଦେଖାଯାଉଛନ୍ତି।

ଅତୀତରେ ସମଗ୍ର ଭାରତରେ ବିଚରଣ କରୁଥିଲେ ଏକଶିଙ୍ଗିଆ ଗଣ୍ଡାର ବା ‘ଵାନ୍‌-ହର୍ନଡ୍‌ ରାଇନୋସୋରସ୍‌’। ସମ୍ପ୍ରତି ସେମାନେ କେବଳ ଦେଶର ପୂର୍ବ ପ୍ରାନ୍ତରେ ଦେଖାଯାଉଛନ୍ତି।

hsfhhfsxvbxbvbv

ଅତୀତରେ ସମଗ୍ର ଭାରତରେ ବିଚରଣ କରୁଥିଲେ ଏକଶିଙ୍ଗିଆ ଗଣ୍ଡାର ବା ‘ଵାନ୍‌-ହର୍ନଡ୍‌ ରାଇନୋସୋରସ୍‌’। ସମ୍ପ୍ରତି ସେମାନେ କେବଳ ଦେଶର ପୂର୍ବ ପ୍ରାନ୍ତରେ ଦେଖାଯାଉଛନ୍ତି। ଏହାର କାରଣ ଖୋଜୁଥିବା ଗବେଷକମାନେ ଆସାମସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନର ଚମକପ୍ରଦ ଇତିବୃତ୍ତ ଆବିଷ୍କାର କରି ଜାଣିପାରିଛନ୍ତି- ସେ ସ୍ଥାନ କାହିଁକି ଏକଶିଙ୍ଗିଆ ଗଣ୍ଡାରଙ୍କ ନିବାସ ହେଲା। 

OIL: ତୈଳ ସଂରକ୍ଷଣ ସଚେତନତା ଅଭିଯାନ ‘ସକ୍ଷମ ୨୦୨୬’

‘କ୍ୟାଟିନା ଜର୍ଣ୍ଣାଲ୍‌’ ଏବଂ  ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଦ୍ବାରା ଏ ନୂତନ ଗବେଷଣା ପ୍ରକାଶିତ ହୋଇଛି। ଗବେଷକମାନେ ସେ ଜାତୀୟ ଉଦ୍ୟାନରେ ଥିବା ଜଳାଭୂମିର କର୍ଦ୍ଦମ ବିଶ୍ଳେଷଣ କରି ହଜାରହଜାର ବର୍ଷ ଧରି କିପରି ଜଳବାୟୁ ପରିବର୍ତ୍ତିତ ହୋଇଚାଲିଥିଲା ସେ ରହସ୍ୟ ଉନ୍ମୋଚନ କରିଛନ୍ତି। ଏଥିପାଇଁ ଗବେଷକମାନେ କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟସ୍ଥ ସୋହୋଲା ଆର୍ଦ୍ରଭୂମିରୁ କିଛି କାଦୁଅ ନମୁନା ସଂଗ୍ରହ କରିଥିଲେ। ତାହାର ପ୍ରତି ସ୍ତରରେ ରହିଛି ଆଦିମ ତରୁଲତାରୁ ପତିତ ପରାଗରେଣୁ ଏବଂ ଜୀବଜନ୍ତୁଙ୍କ ମଳରେ ଥିବା ଅଣୁଜୀବ। ଏସବୁ ସୂକ୍ଷ୍ମାତିସୂକ୍ଷ୍ମ ସନ୍ତକ ଅତୀତ ବନସ୍ପତି, ଜଳବାୟୁ ସ୍ଥାନାନ୍ତରଣ, ବିଦେଶାଗତ ତରୁଲତା ବିସ୍ତାରଣ ଓ ଗଣ୍ଡାର ଭଳି ତୃଣଭୋଜୀ ଜୀବ ସେଠାରେ କିଭଳି ବସବାସ କରୁଥିଲେ ସେ ସବୁ ବୃତ୍ତାନ୍ତ ସୂଚାଏ। ଗବେଷଣାରୁ ଜଣାପଡ଼ିଛି ଯେ ସମ୍ପ୍ରତି କାଜିରଙ୍ଗା ଯେମିତି ଦିଶୁଛି ଅତୀତରେ ତା’ଠାରୁ ବହୁଳାଂଶରେ ଭିନ୍ନ ଥିଲା। ୩,୩୦୦ ବର୍ଷରୁ ଅଧିକ ତଳେ ସେ ଇଲାକାରେ ବନଭୂମି ଘନତ୍ବ, ଆର୍ଦ୍ରଭୂମି ଗଭୀରତା ଓ ବନ୍ୟପ୍ରାଣୀ ବିଚରଣଧାରାରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି।

Amit Shah: ୧୨ ବର୍ଷ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ନୂତନ ସୁବର୍ଣ୍ଣ ଅଧ୍ୟାୟ: ଶାହ

ଆଗେ ସେ ଇଲାକାରେ ସ୍ବଳ୍ପ ଜୀବଜନ୍ତୁ ଥିଲେ, କିନ୍ତୁ ଅରଣ୍ୟରାଜି ଥିଲା ନିଘଞ୍ଚ ଏବଂ ଦଳା ଥିଲା ସୁଗଭୀର। ପରେ ଅରଣ୍ୟରାଜି ଅଘଞ୍ଚ, ପାଟ ଅଗଭୀର ହୋଇଆସିବାରୁ ସେଠାରେ ଅଧିକସଂଖ୍ୟକ ତୃଣଭୋଜୀ ପ୍ରାଣୀଙ୍କ ରାଜୁତି ବଢ଼ିଲା। କିନ୍ତୁ, ‘ହଲସିନ୍‌’ କାଳ ଶେଷଆଡ଼କୁ, ବିଶେଷତଃ ‘ଲିଟିଲ୍‌ ଆଇସ୍‌ ଏଜ୍‌’ ସମୟରେ ଘଟିଥିବା ଜଳବାୟୁ ପରିବର୍ତ୍ତନ, ବାସସ୍ଥାନ କ୍ଷୟ, ମାତ୍ରାଧିକ ଶିକାର ଓ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଗଣ୍ଡାର ଉତ୍ତରପଶ୍ଚିମ ଭାରତରୁ ଅପସରିଗଲେ। ‘ହଲସିନ୍‌’ ଏଭଳି ଏକ କାଳଖଣ୍ଡ ଥିଲା ଯେତେବେଳେ ଜଳବାୟୁ ପରିବର୍ତ୍ତନ ସହିତ ଶିକାର ପରି ମାନବୀୟ କାର୍ଯ୍ୟକଳାପ ବେଶ୍‌ ବୃଦ୍ଧି ପାଇଥିଲା। ସେହିଭଳି ‘ହଲସିନ୍‌’ କାଳର ଶେଷ ଭାଗରେ ଉପସ୍ଥିତ ହୋଇଥିବା ‘ଲିଟିଲ୍‌ ଆଇସ୍‌ ଏଜ୍’ରେ ଦୀର୍ଘ ବର୍ଷ ଧରି ଭୀଷଣ ଥଣ୍ଡା ଅନୁଭୂତ ହୋଇଥିଲା। ଜନସଂଖ୍ୟା ସ୍ବଳ୍ପ ଥିବା ହେତୁ ଆସାମ ସମେତ ଉତ୍ତରପୂର୍ବ ଭାରତ ଅପେକ୍ଷାକୃତ ଅପରିବର୍ତ୍ତିତ ରହିଲା। ଏହି ହେତୁ ଗଣ୍ଡାରମାନେ ପୂର୍ବାଭିମୁଖୀ ହୋଇ କାଜିରଙ୍ଗାରେ ଠୁଳହେଲେ। କାଳକ୍ରମେ ତାହା ହିଁ ସେମାନଙ୍କର ନିରାପଦ ନିବାସ ହୋଇଗଲା। ବିଶ୍ବବ୍ୟାପୀ, ବିଶେଷକରି ଦକ୍ଷିଣପୂର୍ବ ଏସିଆରେ ପାଖାପାଖି ୬୦ ପ୍ରତିଶତ ବୃହଦ୍‌କାୟ ତୃଣଭୋଜୀ ପ୍ରାଣୀ ଜାତି ବିଲୟମୁଖୀ ପରିସ୍ଥିତିରେ ଉପଗତ ହୋଇଥିବା ବେଳେ ଗବେଷକମାନେ ଏଭଳି ତଥ୍ୟାବଳି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe