ଭାରତ ୨୦୭୦ ସୁଦ୍ଧା ସବୁଜଗୃହ ବାଷ୍ପ ନିର୍ଗମନକୁ ଶୂନ କରିବା ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୨୦୩୦ ସୁଦ୍ଧା ୩୪ ଲକ୍ଷ ଏବଂ ୨୦୪୭ ସୁଦ୍ଧା ସାଢ଼େ ତିନି କୋଟି ସବୁଜ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଦେଶର ନାଗରିକମାନେ ଦ୍ରୁତ ଗତିରେ ଉଷ୍ମ ହେଉଥିବା ପରିବେଶ ସହ ଖାପଖୁଆଇ ନବସୃଜନ ଓ ପରିେବଶ ଅନୁକୂଳ କାର୍ଯ୍ୟ କରିବା ପାଇଁ କେତେ ପ୍ରସ୍ତୁତ, ତାହା ଉପରେ ହିଁ ଦେଶର ସ୍ୱଚ୍ଛ-ଶକ୍ତି ଗ୍ରହଣୀୟତା ନିର୍ଭର କରୁଛି। ସେହି ପ୍ରସ୍ତୁତି ଜଳବାୟୁ ଶିକ୍ଷା ଉପରେ ନିର୍ଭର କରେ। ଜଳବାୟୁ ସାକ୍ଷରତା ବିନା ଭାରତର ଜନସଂଖ୍ୟାଗତ ଲାଭ ଏବଂ ସବୁଜ ମହତ୍ବାକାଂକ୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
Punjab : କବାଡ଼ି ଟୁର୍ଣ୍ଣାମେଣ୍ଟ ସମୟରେ ଗୁଳିଚାଳନା, ଖେଳାଳି ମୃତ
ବର୍ତ୍ତମାନ ସମୟରେ ଭାରତରେ ଜଳବାୟୁ ଶିକ୍ଷା କେବଳ ପରିବେଶଗତ ଶିକ୍ଷା ମାଧ୍ୟମରେ ପରୋକ୍ଷରେ ପ୍ରଦାନ କରାଯାଉଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ୨୦୨୩ରେ ଜଳବାୟୁ ପରିବର୍ତ୍ତନକୁ ସୁସଂହତ କରିବାର ଆବଶ୍ୟକତାକୁ ସ୍ୱୀକାର କରାଯାଇଛି ସତ, କିନ୍ତୁ ଏହାକୁ ପ୍ରତ୍ୟକ୍ଷ ଭାବେ ପାଠ୍ୟକ୍ରମରେ ସାମିଲ୍ କରାଯାଇନାହିଁ। ୨୦୨୫ ମସିହାର ଜାତୀୟ ସର୍ବେକ୍ଷଣ ଅନୁଯାୟୀ, ୯୧% ଭାରତୀୟ ବିଶ୍ୱ ଉତ୍ତପ୍ତୀକରଣର ପ୍ରଭାବ ଅନୁଭବ କରିଛନ୍ତି ବୋଲି କହିଛନ୍ତି, କିନ୍ତୁ ସେଥିପାଇଁ ମାନବୀୟ କାର୍ଯ୍ୟକଳାପ ମୁଖ୍ୟତଃ ଦାୟୀ ବୋଲି ୩୮% ବିଶ୍ୱାସ କରନ୍ତି ନାହିଁ। ୨୦୨୪ ମସିହାର ଅନ୍ୟ ଏକ ଅଧ୍ୟୟନରୁ ଦିଲ୍ଲୀ-ଏନ୍ସିଆର୍ରେ ୮୯% ଛାତ୍ର ଜଳବାୟୁ ପରିବର୍ତ୍ତନ ବିଷୟରେ ଚିନ୍ତିତ ଥିଲେ ମଧ୍ୟ ଏ ବାବଦରେ ସବିଶେଷ ଅବଗତ ନୁହନ୍ତି। ନିମ୍ନ ଆୟକାରୀ ଗୋଷ୍ଠୀଙ୍କ ମଧ୍ୟରେ ବି ସଚେତନତାର ସ୍ତର କମ୍ ରହିଛି ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି।
ଏବେ ଭାରତରେ ଜଳବାୟୁ ଶିକ୍ଷା କେବଳ ପରିବେଶଗତ ଶିକ୍ଷା ମାଧ୍ୟମରେ ପରୋକ୍ଷରେ ପ୍ରଦାନ କରାଯାଉଛି। କିନ୍ତୁ ଜଳବାୟୁ ଶିକ୍ଷାକୁ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଧନ୍ଦାମୂଳକ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ସାମିଲ କରିବା ଜରୁରି ହୋଇପଡ଼ିଛି।
Burden Of Family On Minor Son: ବିଧବା ଝିଅ-ମା’ଙ୍କୁ ମିଳୁନି ଭତ୍ତା: ପାଠ ଛାଡି ପରିବାର ଚଳାଉଛନ୍ତି ନାବାଳକ ପୁଅ
ତେଣୁ ଜଳବାୟୁ ଶିକ୍ଷାକୁ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା, ବୃତ୍ତିଗତ ତାଲିମ ଏବଂ ଧନ୍ଦାମୂଳକ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ସାମିଲ କରିବା ଜରୁରି ହୋଇପଡ଼ିଛି। ଜଳବାୟୁ ଶିକ୍ଷା ପାଇଁ ଏକ ଜାତୀୟ ଢାଞ୍ଚା ପ୍ରସ୍ତୁତ କରି ବିବିଧ ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ। ଏଥିସହ ରାଜ୍ୟ ସ୍ତରରେ ସ୍ଥାନୀୟ ବାସ୍ତବତା ସହିତ ପ୍ରସ୍ତୁତ ବିଷୟବସ୍ତୁ ପଢ଼ାରେ ସାମିଲ୍ କରିବା ମଧ୍ୟ ଜରୁରି। ଏହା ବୈଜ୍ଞାନିକ ବୁଝାମଣା, ବ୍ୟବସ୍ଥିତ ଚିନ୍ତନ ଓ ସମାଧାନ ସୂତ୍ର ନିରୂପଣ ଭଳି ସ୍ପଷ୍ଟ ଶିକ୍ଷଣ ଫଳାଫଳ ପ୍ରଦାନ କରିବ। ଜଳବାୟୁ ଶିକ୍ଷା ଦ୍ବାରା ଉପକୂଳ ଅଞ୍ଚଳର ଛାତ୍ରଛାତ୍ରୀ ସମୁଦ୍ର ସ୍ତର ବୃଦ୍ଧି ଏବଂ ଉପକୂଳର ସ୍ଥାୟିତ୍ବ ପରୀକ୍ଷା କରିପାରିବେ ତ ହିମାଳୟ ସଂଲଗ୍ନ ଶୁଷ୍କ ରାଜ୍ୟର ଛାତ୍ରଛାତ୍ରୀ ହିମବାହ ସଂକୋଚନ ଓ ସୀମିତ ଜଳରେ କୃଷି ଉପରେ ଧ୍ୟାନ ଦେଇପାରିବେ। ଜଳବାୟୁ ପରିବର୍ତ୍ତନ ବିରୁଦ୍ଧ ଲଢ଼େଇରେ ଭାରତ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବାବେଳେ, ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଜାତୀୟ ଜଳବାୟୁ ଶିକ୍ଷା ଢାଞ୍ଚା ପ୍ରତିଷ୍ଠା କରିବାର ସମୟ ବର୍ତ୍ତମାନ ଉପନୀତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/16/dagdaaddga-2025-12-16-01-05-15.jpg)