ପୁରୀ: ଜଗନ୍ନାଥ ଆମ ଜୀବନ, ଆମ ପ୍ରାଣ.. ସିଏ ଏ ଯୁଗର ଚଳନ୍ତି ପ୍ରତିମା । ପ୍ରତି ଓଡିଆଙ୍କ ଆରାଧ୍ଯ ଦେବତା, ସିଏ ଆମ ରାହା ବି ସାହା ବି । ଓଡିଆ ଭୋକରେ ରହିଯିବ ପଛେ, ଜଗନ୍ନାଥଙ୍କ ବିନା ରହିପାରିବନି । ଜଗନ୍ନାଥ ଯେଉଁଠି, ଜୀବନ ସେଇଠି, ଜନତା ସେଇଠି, ଗହଳି ବି ସେଇଠି..
/filters:format(webp)/sambad/media/media_files/2025/07/10/gudeabeakaao-6m-2025-07-10-14-41-54.jpg)
ସରିଛି ରଥଯାତ୍ରା, ନବଦିନାତ୍ମକ ଯାତ୍ରା ସାରି, ଶ୍ରୀମନ୍ଦିର ବାହାରେ ନିଜର ଲୀଳାଖେଳା ସାରି ରଥରୁ ରତ୍ନବେଦୀକୁ ବାହୁଡିଯାଇଛନ୍ତି ଶ୍ରୀଜିଉ । ଇତି ମଧ୍ଯରେ ନୀଳାଦ୍ରିବିଜେକୁ ଦୁଇ ଦିନ ବିତିଲାଣି ହେଲେ ଏମିତି ଲାଗୁଛି ମଣିମା ବୋଧେ ବଡଦାଣ୍ଡରେ ଏବେବି ରହିଛନ୍ତି । ନୀଳାଦ୍ରିବିଜେ ପରେ ଶ୍ରୀମନ୍ଦିରରେ ପୂର୍ଣ୍ଣତା ଥିବା ବେଳେ ରଥରେ ଶୂନ୍ୟତା ଖେଳିଛି ସତ କିନ୍ତୁ ସିଂହଦ୍ବାର ସାମ୍ନାରେ ଦଣ୍ଡାୟମାନ ସେ ରଥକୁ ଦେଖିଲେ ଏବେବି ବିଗତ ଦିନର କଥା, ବ୍ୟଥ, ଗହଳି, ଭିଡ, ଭାବ, ଭକ୍ତିର କଥା ମନେପଡିଯାଉଛି ।
/filters:format(webp)/sambad/media/media_files/2025/07/10/guhnwizagaafc0n-2025-07-10-14-42-13.jpg)
ଯେବେ ଜଗନ୍ନାଥ ବଡଦାଣ୍ଡରେ ଥିଲେ, ରଥଯାତ୍ରାରେ ବାହାରି ବାହୁଡାଯାତ୍ରା କଲେ ଆଉ ବଡଦାଣ୍ଡରୁ ସାରା ବିଶ୍ବକୁ ଦର୍ଶନ ଦେଲେ ସେତେବେଳେ ଜଗା ପାଇଁ ବଡଦାଣ୍ଡରେ ସୃଷ୍ଟି ହୋଇଥିଲା ଜନଜୁଆର । କୋଟି କୋଟି ଭକ୍ତଙ୍କ ଭିଡ଼ରେ ଲହଡି ଭାଙ୍ଗୁଥିଲା ଭାବର ବଡ଼ଦାଣ୍ଡ । ପୁରୀରେ ସବୁ ସ୍ଥାନରେ ଭକ୍ତ ଥିଲେ, ରଥାରୂଢ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଉଥିଲେ । ଯଦିଓ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଯାତ୍ରା ପାଇଁ ଆସିଥିଲେ ଜଗନ୍ନାଥ । କିନ୍ତୁ ଭକ୍ତ ତ କେବଳ ଜଗନ୍ନାଥଙ୍କୁ ହିଁ ଦର୍ଶନ କରିବାକୁ ଗହଳି ଲଗାଉଥିଲା.. ଜୟ ଜଗନ୍ନାଥର ନାରା ଦେଉଥିଲା । କାରଣ ଜଗାଟା ଆମର ଗହଳି ପ୍ରିୟ ଠାକୁର ।
/filters:format(webp)/sambad/media/media_files/2025/07/10/gvfwy6zwgaazwb2-2025-07-10-14-42-35.jpg)
ସାରା ରାଜ୍ୟରୁ.. ସାରା ଦେଶରୁ, ସାରା ବିଶ୍ବରୁ ଭକ୍ତ ପୁରୀ ମୁହାଁ ହୋଇଥିଲେ କେବଳ ଆଉ କେବଳ ଜଗନ୍ନାଥଙ୍କ ଦର୍ଶନ ପାଇଁ, ଚକାଆଖିର ଟିକେ ଝଲକ ପାଇବା ପାଇଁ ଏବଂ ମହାପ୍ରଭୁଙ୍କ ଆଗରେ ଛିଡା ହୋଇ ତାଙ୍କୁ ଦୁଃଖ ଜଣାଇବା ପାଇଁ.. ଇତି ମଧ୍ୟରେ ସାଆନ୍ତେ ଶ୍ରୀମନ୍ଦିରକୁ ବିଜେ କରି ସାରିଲେଣି ହେଲେ ଏବେବି ସୋସିଆଲ ମିଡିଆରେ ମଣିମାଙ୍କୁ ନେଇ ଫଟୋ, ଭିଡିଓ ଏବଂ ରିଲ୍ସ ଟ୍ରେଣ୍ଡରେ ରହିଛି । ରଥଯାତ୍ରା ଏବଂ ମହାପ୍ରଭୁଙ୍କୁ ନେଇ ଅନେକ ଗୀତ ଆଜି ବି ସୋସିଆଲ ମିଡିଆରେ ଚର୍ଚ୍ଚା କରାଯାଉଥିବା ଦେଖିବାକୁ ମିଳିଛି ।
/filters:format(webp)/sambad/media/media_files/2025/07/10/515718411_2518779755144429_968162847660097891_n-2025-07-10-14-43-14.jpg)
ତେବେ କେମିତି ଥିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟର ଦୃଶ୍ୟ, କେତେ ଥିଲା ଭିଡ , ଜଗା ଆଗରେ କେମିତି ଲାଗିଥିଲା ଗହଳି.. କିଛି ଫଟୋ ଦେଖିଲେ ଏବେବି ବଡଦାଣ୍ଡର ସେ ଦିନ ସବୁର କଥା ଆଖିରେ ନାଚି ଯାଉଛି ।
/filters:format(webp)/sambad/media/media_files/2025/07/10/gveyj3baaaembr0-2025-07-10-14-43-32.jpg)
ଅଧିକ ପଢନ୍ତୁ-
ରଥରୁ ରତ୍ନବେଦୀ ଫେରିଲେ ବ୍ରହ୍ମାଣ୍ଡ ଠାକୁର: ଝୁରୁଛନ୍ତି ରଥ-ପଥ-ଜଗତ.. ଆହେ ଜଗନ୍ନାଥ
/filters:format(webp)/sambad/media/media_files/2025/07/10/515980816_2518779671811104_6639554496922826026_n-2025-07-10-14-44-07.jpg)
/filters:format(webp)/sambad/media/media_files/2025/07/10/516665793_2518782588477479_2641508384347509552_n-2025-07-10-14-44-07.jpg)
ଅଧିକ ପଢନ୍ତୁ-
ଜଣା ଅଜଣା ଜଗନ୍ନାଥ: ମଙ୍ଗଳାର୍ପଣ ! ଶ୍ରୀଗୁଣ୍ଡିଚା ଯାତ୍ରାର ଅନନ୍ୟ ବିଧି, କଣ ଏହାର ମହାତ୍ମ୍ୟ ? ଜାଣନ୍ତୁ..
/filters:format(webp)/sambad/media/media_files/2025/07/10/516725092_2518781725144232_2857830236883568345_n-2025-07-10-14-44-07.jpg)
/filters:format(webp)/sambad/media/media_files/2025/07/10/517098508_2518781668477571_8553383145424709204_n-2025-07-10-14-44-07.jpg)
ଅଧିକ ପଢନ୍ତୁ-
ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ: ଦିନେ ଶ୍ରୀକ୍ଷେତ୍ରରେ ୬ଟି ରଥରେ ହେଉଥିଲା ରଥଯାତ୍ରା, ଜାଣନ୍ତୁ କାରଣ..
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/10/new-project-10-2025-07-10-14-41-06.jpg)