Literature: ଦର୍ପଣଟିଏ ଥାଉ: ସରୋଜ ବଳଙ୍କ କଲମରୁ...

Advertisment

ଏହି କବିତାଟିରେ ଆତ୍ମ-ପରିଶୋଧନ ଓ ସ୍ଵ-ସାକ୍ଷାତ୍‌କାର ବିଷୟରେ କୁହାଯାଇଛି। ଦୈହିକ ସ୍ଥିତି ଓ ଶକ୍ତିକୁ ତ୍ୟାଗ କରି ଏକ ସତ ଓ ସଫଳ ଜୀବନ ଆଗକୁ ନେବା ଉପରେ ଏହି କବି ଧ୍ୟାନ ଦେଇଛନ୍ତି।

ଏହି କବିତାଟିରେ ଆତ୍ମ-ପରିଶୋଧନ ଓ ସ୍ଵ-ସାକ୍ଷାତ୍‌କାର ବିଷୟରେ କୁହାଯାଇଛି। ଦୈହିକ ସ୍ଥିତି ଓ ଶକ୍ତିକୁ ତ୍ୟାଗ କରି ଏକ ସତ ଓ ସଫଳ ଜୀବନ ଆଗକୁ ନେବା ଉପରେ ଏହି କବି ଧ୍ୟାନ ଦେଇଛନ୍ତି।

Untitled

Photograph: (internet)

ଦର୍ପଣଟିଏ ଥାଉ

ସରୋଜ ବଳ

ନାଁ କରା କମ୍ପାନି
ଦି’ ଚାରି ହଳ ଦାମିକା ପୋଷାକ
ଥାଉ କି ନଥାଉ
ଦେହମୁଣ୍ଡ ପୋଛିବାକୁ କିନ୍ତୁ
ଗାମୁଛା ଖଣ୍ଡେ ଥାଉ
ଥାଉ ତା’ ଭିତରେ ଝାଳଗନ୍ଧର
ଦଲକାଏ ଧଇଁସଇଁ ସମୟ

ଖାଲି ପଡ଼ିଥାଉ ଫୁଲକୁଣ୍ଡ କି
ଶୁଖି ମରିଯାଉ ପଛେ ଗେଣ୍ଡୁଗଛ
ଚଉଁରାରେ କିନ୍ତୁ
ଚହଲୁଥାଉ କେଇପତ୍ର ତୁଳସୀ
ଜଟାରେ ତା’ର ଖୋଷାଥାଉ
ବିଶ୍ୱାସର ଆୟୁର୍ବେଦୀୟ ଖୁସି

ସରିଯାଉ ପଛେ ଜାଳେଣି
ଲିଭିଯାଉ ପଛେ ଚୁଲି
ଉଷ୍ମତା ଟିକେ ବାକିଥାଉ ବଳକା ପାଉଁଶରେ
ଶୋଇଥାଉ ପୁଷିବିଲେଇଟିଏ
ଜାକିହେଇ ଚୁଲିକୁ, ଅଳପ ନିଦରେ

ଆହୁରି ପଢ଼ନ୍ତୁ- Fake Funeral, Madhya Pradesh: ସମ୍ମାନ ପାଇଁ ଶବ ସାଜିଲା ଝିଅ ! ପ୍ରେମ କରି ବାହାହେଲା ବୋଲି ମଶାଣୀରେ ଝିଅର ମିଛ ଶବସତ୍କାର କଲା ପରିବାର

ନଥାଉ ପଛେ ବାସ୍ନାତେଲ
ମୁହଁର ପ୍ରଲେପ
ଓଠ ପାଇଁ ନାଲିରଙ୍ଗ
ଆଖି ପାଇଁ କଳା
ନିଶ ସାଇଜ କରିବାକୁ ନଥାଉ କଇଁଚି
ନଥାଉ ପାନିଆ ଅଝଟ କେଶ ପାଇଁ
ଯାଏଆସେ ନାହିଁ

ଆହୁରି ପଢ଼ନ୍ତୁ- 🔴 LIVE | News Updates 23th Dec 2025: ସାମୁହିକ ବଳି ସହିତ ଶୁଲିଆ ଯାତ୍ରା ଆରମ୍ଭ ,ମେଡ୍ ଇନ୍ ଚାଇନା ବିଶ୍ୱ ପାଇଁ ବିପଦ,ଉତ୍ତର ଭାରତରେ ଶୀତ ଲହରୀ

ଖାଲି ତୁମ
ମୌଳିକ ହସର ବୟସ ମାପିବାକୁ
ଦର୍ପଣଟିଏ ଥାଉ
ଥାଉ, ଦେଖେଇବା ପାଇଁ
ତୁମ ଦର୍ପର ବ୍ରଣ!

ମୋ: ୯୯୩୮୫ ୩୯୩୭୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe