ମା’
କମଳାକାନ୍ତ ପଣ୍ଡା (କଳ୍ପାନ୍ତ)
ନ ଥାଏ ରାସ୍ତା
ନ ଥାଏ ବିକଳ୍ପ
ସମୟ ପାଂଶୁଳ
ସମୟ ହିଁ ଉଲୁଡୁକୁ ଉଲୁଡୁକୁ
ଯିଏ ପାର୍ପିକ
ଶୋଇବାର ସ୍ଥାନ ଗଛମୂଳ
ବସିବାର ସ୍ଥାନ ବିଛୁଆତି ବଣ!
ଆହୁରି ପଢ଼ନ୍ତୁ- Neglected: ରାଜରାସ୍ତାରେ ମାନସିକ ବିକୃତ ଅସହାୟ ବୃଦ୍ଧା, ପ୍ରଶାସନ ନିରବଦ୍ରଷ୍ଟା
କେବେ ସରିବ
ପୋଖତି-ବୈରାଗ୍ୟ।
କେବେ?
ଘଡ଼ିଆଳ ସହ
ନିର୍ଜନ ନଈପଠାରେ
ମୁହାଁମୁହିଁ ହୋଇଗଲେ
‘‘ମା’ ଲୋ’’ ବାହାରିପଡ଼େ ପାଟିରୁ
ଶବ୍ଦରେ ଏତେ ଶକ୍ତି
ଏତେ ମମତା ଥାଏ ଯେ
ଖାଦକ ଓ ଖାଦ୍ୟ
ଫେରନ୍ତି ଶାନ୍ତିରେ
ଯେ ଯାହା ବାଟରେ,
ମା’ ନ କାନ୍ଦୁ ବୋଲି।
ମା’ ତ ପାବନଧ୍ବନି
ପାତ୍ରତାର ତୁଳନା କାହିଁ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/31/maa-2025-12-31-17-27-00.jpg)