Literature: କବିତା ‘ଦୂତୀର ଚିଠି’ ପିନାକୀ ମିଶ୍ରଙ୍କ କଲମରୁ...

Advertisment

କବିତାଟିରେ କବି ବାପାଙ୍କ ପ୍ରସଙ୍ଗରେ ଏକ ପ୍ରତିବେଦନ ବାଢ଼ିଛନ୍ତି। ନିଜର କୁଶଳମଙ୍ଗଳ କଥା ବାପାଙ୍କୁ ଜଣାଇଛନ୍ତି ଏହି କବିତା ମାଧ୍ୟମରେ। ଝିଅଟିଏ କିପରି ମନର କଥା ବେଦନା ଚିଠି ମାଧ୍ୟମରେ ଜଣାଏ ବାସ୍ତବିକ୍‌ କବିତା ଦୂତିର ଚିଠି ଏହାର ନିଚ୍ଛକ ପ୍ରତିଫଳନ।

କବିତାଟିରେ କବି ବାପାଙ୍କ ପ୍ରସଙ୍ଗରେ ଏକ ପ୍ରତିବେଦନ ବାଢ଼ିଛନ୍ତି। ନିଜର କୁଶଳମଙ୍ଗଳ କଥା ବାପାଙ୍କୁ ଜଣାଇଛନ୍ତି ଏହି କବିତା ମାଧ୍ୟମରେ। ଝିଅଟିଏ କିପରି ମନର କଥା ବେଦନା ଚିଠି ମାଧ୍ୟମରେ ଜଣାଏ ବାସ୍ତବିକ୍‌ କବିତା ଦୂତିର ଚିଠି ଏହାର ନିଚ୍ଛକ ପ୍ରତିଫଳନ।

qq

Photograph: (internet)

ଦୂତୀର ଚିଠି

ପିନାକୀ ମିଶ୍ର 

ବାପା, ଏତେ ଆଉ ଭାବନି
ମୁଁ ଭଲରେ ଅଛି
ତୁମେ ଆଉ ଯିବନି ଜ୍ୟୋତିଷଙ୍କ ପାଖକୁ।

ତୁମେ କଳା, ମୁଁ କଳା 
ଦିଅଁ ବି ତ କଳା
ହଁ, ପ୍ରସ୍ତାବ ଆସିଲେ 
ଝିଅ କେମିତି ଜାଣିବା ମୁସ୍କିଲ୍,
ଷାଠିଏ ସଜକୁ ମଲ୍ଲୀଫୁଲ ଗୋରା
ନାହିଁ ତ ନାହିଁ,
ଆହୁରି କେତେ ଆସନ୍ତୁ, ଚର୍ଚ୍ଚା ପାଇ ଯାଆନ୍ତୁ।

କୁହ ତ ବାପା, କେମିତି ବୋଝ ହେଲି ତୁମର?
ଝିଅ ବାପଘରେ ଅଛି ତ ଥାଉ,
ତୁମେ ମୋର ପୂରିଲା ପୃଥିବୀ 
ମୁଁ ତୁମର ଗଜମୋତି ହାର,
ଫାଷ୍ଟ୍‌ଫୁଡ୍‌ରେ ଫୁଲୁଛି ସହର
ଛନଛନିଆ ଥାଉ ଆମ ବାଡ଼ିଶାଗ।

ଆହୁରି ପଢ଼ନ୍ତୁ- Raised Tariffs:ମହିଳା ନେତାଙ୍କ କଥା କହିବା ଶୈଳୀ ପସନ୍ଦ ଆସିଲା ନାହିଁ ତେଣୁ କ୍ରୋଧରେ ଶୁଳ୍କ ବୃଦ୍ଧି କଲି:ଟ୍ରମ୍ପ

ମୋ ବୟସ ବଢୁଛି ତ- ବଢୁ 
କନ୍ୟାଦାନ କରିବାକୁ ଏତେ ଆତୁର କୋହ!
ବର ଖୋଜିଖୋଜି ତୁମେ ନୟାନ୍ତ ହେଲଣି,
ଇଏ ପା ମନରାଜିର ଦୁନିଆ,
ପ୍ରସ୍ତାବ, ଜାତକମେଳ ଶୁଭଦିନ
ତୁଳସୀମୂଳେ ନିର୍ମାଲ୍ୟଟେକା, ମଙ୍ଗଳମନ୍ତ୍ର
ଝୋଟିପକା ବେଦୀ, ବଉଳପାଟ ଲୁଗା
ଦଶଦିଗପାଳ ସାକ୍ଷୀ, ଝିଅର ଦଶଦୋଷ କ୍ଷମା,
ଏସବୁ ଏତେ ଭାବୁଛ କାହିଁକି ବାପା?

ଯୋଗ ଫିଟିବ କେବେ(?), ଥାଉ ତୁମ ଅନୁରଣନ,
ରୋଗାକ୍ରାନ୍ତ ପରି ଦିଶିଲଣି 
କେବେଠୁ ଘରୁ ପଦାକୁ ବାହାରିନି ମାଆ 
କେବେଠୁ ତୁମେ ମନଖୋଲି ଟିକେ ହସିନ।

ଆହୁରି ପଢ଼ନ୍ତୁ- Ajit Pawar Plane Crash: ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା; ଶେଷ ମୁହୂର୍ତ୍ତରେ ବଦଳିଥିଲେ ପାଇଲଟ୍‌

ତୁମେ ବି ସିଧା ଚାହିଁପାରୁନ ମୋତେ
ଜେଜେମା କହୁଥିଲା- ଯେବେ ଜନ୍ମ ହେଲି 
ଶିବଙ୍କୁ ଅଧିଆ ପଡ଼ିଥିଲ, ନାଗ ଚଢ଼େଇଲ
ସାହିଭାଇଙ୍କୁ ଖୁଏଇଥିଲ, 
ଏବେ ନିଜେ ଗଣ୍ଡେ ଭଲକି ଖାଉନ, ରାତିରେ ଶୋଉନ,
କେମିତି ବୁଝେଇବି ତୁମକୁ?

ମୋ: ୯୪୩୮୧୧୮୩୯୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe