ସମ୍ବାଦ ସାହିତ୍ୟ ପକ୍ଷ ୨୦୨୬

ସମ୍ବାଦ ସାହିତ୍ୟ ପକ୍ଷର ଦ୍ବିତୀୟ ସଂସ୍କରଣ ‘ସାହିତ୍ୟ ପକ୍ଷ ୨୦୨୬’। ଗତବର୍ଷ ଭଳି ଏହା ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏକ ପାକ୍ଷିକ ସାରସ୍ବତ ପର୍ବ। ଫେବ୍ରୁଆରି ୧ରୁ ୧୫ ତାରିଖ ଯାଏ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ‘ଆମ ଓଡ଼ିଶା’ର ନୂତନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। 

Advertisment

 ଏହି ୧୫ ଦିନିଆ ସୃଜନ ସମାରୋହରେ ପ୍ରଥମ ସଂସ୍କରଣ ଭଳି ଆମ ଭାଷା-ସାହିତ୍ୟର ପ୍ରାୟ ସବୁ ବିଭାଗ ଓ ବିଭବକୁ ତୋଳି ଧରିବାର ପ୍ରୟାସ କରାଯାଇଛି। ଏଥିରେ ଓଡ଼ିଶାର ପ୍ରତିଟି କୋଣରୁ ସାହିତ୍ୟିକଙ୍କୁ ସାମିଲ କରାଯାଉଛି। ଆପଣମାନଙ୍କ ଯୋଗଦାନ ଆମ ସଭାକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ତୁଲାଇବ। ଏଣୁ ଆପମାନଙ୍କ ଉପସ୍ଥିତି ଆମମାନଙ୍କର ଏକାନ୍ତ କାମ୍ୟ। ଆଶା କରୁଛୁ ଆପଣମାନ‌େ ନିଶ୍ଚୟ ଆସିବେ ଏବଂ ଉତ୍ସବକୁ ଉପଭୋଗ କରିବା ସହ ଆମର ଏହି ପ୍ରୟାସକୁ ସଫଳ କରିବେ।

ଅପେକ୍ଷାରେ ସମ୍ବାଦ ପରିବାର...

ସ୍ଥାନ: 

‘ଆମ ଓଡ଼ିଶା’ କାର୍ଯ୍ୟାଳୟ (ନୂତନ)
ସ୍ଥାନ: ବି-୩, ୟୁନିଟ୍ ୮ (ଡେଲ୍‌ଟା ଆଇ.ବି. ସାମ୍ନା), ଗୋପବନ୍ଧୁ ନଗର, 
ଭୁବନେଶ୍ବର, ୭୫୧୦୧୨
ଇ-ମେଲ୍‌: [email protected]

କେମିତି ଯିବେ: (ଲାଇଭ୍‌ ଲୋକେସନ୍‌)

https://maps.app.goo.gl/cJG2DS3o84ZUGfor8