Advertisment

Literature: ମନୋଜ କୁମାର ବେହେରାଙ୍କ ଅନୁଦିତ ଗଳ୍ପ ‘ସ୍ୱପ୍ନରେ ଈଶ୍ୱରଙ୍କ ଦର୍ଶନ’

Advertisment

ଏତେ ବଡ଼ ସୃଷ୍ଟି, ଏହା ସ୍ୱଚାଳିତ ନୁହେଁ। ଏହାର ନିୟନ୍ତା ନିଶ୍ଚୟ ଅଛନ୍ତି। ଯାହାଙ୍କ ହାତରେ ଏହାର ଲଗାମ ଅଛି। ଏମିତି ହୁଅନ୍ତାନି, କେବେ ଭଗବାନଙ୍କ ସହିତ ଦେଖାହେଇଯାଆନ୍ତା! ମୁଁ ତାଙ୍କ ସହିତ ସାକ୍ଷାତ୍‌କାରଟିଏ ନିଅନ୍ତି। ବାସ୍‌!

ଏତେ ବଡ଼ ସୃଷ୍ଟି, ଏହା ସ୍ୱଚାଳିତ ନୁହେଁ। ଏହାର ନିୟନ୍ତା ନିଶ୍ଚୟ ଅଛନ୍ତି। ଯାହାଙ୍କ ହାତରେ ଏହାର ଲଗାମ ଅଛି। ଏମିତି ହୁଅନ୍ତାନି, କେବେ ଭଗବାନଙ୍କ ସହିତ ଦେଖାହେଇଯାଆନ୍ତା! ମୁଁ ତାଙ୍କ ସହିତ ସାକ୍ଷାତ୍‌କାରଟିଏ ନିଅନ୍ତି। ବାସ୍‌!

e

Photograph: (sambad)

ସ୍ୱପ୍ନରେ ଈଶ୍ୱରଙ୍କ ଦର୍ଶନ

ହିନ୍ଦୀ: ସୀମା ଲୋହିଆ
ଅନୁସୃଜନ: ମନୋଜ କୁମାର ବେହେରା

ଏତେ ବଡ଼ ସୃଷ୍ଟି, ଏହା ସ୍ୱଚାଳିତ ନୁହେଁ। ଏହାର ନିୟନ୍ତା ନିଶ୍ଚୟ ଅଛନ୍ତି। ଯାହାଙ୍କ ହାତରେ ଏହାର ଲଗାମ ଅଛି। କିନ୍ତୁ ଏହି ବିଷୟ ଆଉ ଏଥିସହ ସମ୍ବନ୍ଧିତ ଅନ୍ୟ ବିଷୟ ଉପରେ ମୁଁ ଯେତେବେଳେ ଚିନ୍ତନ କରୁଛି ଆଉ ସ୍ୱୟଂକୁ ନିରୁତ୍ତର ରଖିପାରୁନି। ଏମିତି ହୁଅନ୍ତାନି, କେବେ ଭଗବାନଙ୍କ ସହିତ ଦେଖାହେଇଯାଆନ୍ତା! ମୁଁ ତାଙ୍କ ସହିତ ସାକ୍ଷାତ୍‌କାରଟିଏ ନିଅନ୍ତି। ବାସ୍‌! ଏହା ଭାବି ଭାବି ମୋର ଆଖି ଲାଗିଗଲା ଆଉ ସ୍ୱପ୍ନରେ ଈଶ୍ୱରଙ୍କ ଦର୍ଶନ ହେଲା। ମୁଁ ଭଗବାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲି।

ପ୍ରଥମ ପ୍ରଶ୍ନ- ଭଗବାନ! ମୁଁ ଏତେ ବର୍ଷ ହେଲା ମନ୍ଦିର ଯାଉଛି, ଆପଣଙ୍କ ସ୍ତୁତି କରୁଛି, ତଥାପି ମନରେ ସନ୍ତୋଷ ଆସୁନାହିଁ। ଉତ୍ତର ମିଳିଲା- ତୁମ ଦେହ ତ ମନ୍ଦିର ପରି, କିନ୍ତୁ କେବେ ତୁମର ମନ ଦେହ ସହିତ ପୂରା ସମୟ ରହିପାରୁନାହିଁ।

ଆହୁରି ପଢ଼ନ୍ତୁ- 🔴 LIVE | News Updates 27th Dec 2025: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆରଏସଏସକୁ ପ୍ରଶଂସା କଲେ ଦିଗବିଜୟ ସିଂ

ଦ୍ୱିତୀୟ ପ୍ରଶ୍ନ- ଭଗବାନ! ସବୁଲୋକଙ୍କୁ ଆପଣଙ୍କ ଅସ୍ତିତ୍ୱ ଉପରେ ବିଶ୍ୱାସ ନାହିଁ। ଅନେକ ନାସ୍ତିକ ଅଛନ୍ତି, ସେମାନଙ୍କ କହିବା କଥା ହେଲା ଈଶ୍ୱର ଯଦି ଅଛନ୍ତି ତା’ହେଲେ ଦେଖା କାହିଁକି ଦେଉନାହାନ୍ତି? ଉତ୍ତର ମିଳିଲା- ସାର୍ବଭୌମିକ ସତ୍ତା ପ୍ରତି ବିଶ୍ୱାସ ଏବଂ ପ୍ରେମର ଆବଶ୍ୟକତା ହୋଇଥାଏ, ଅନୁଭବରୁ ଏହାର ଅସ୍ତିତ୍ୱକୁ ଭେଟିହୁଏ। କ୍ଷୀରରେ ଲହୁଣି ଦେଖାଯାଏ ନାହିଁ। କିନ୍ତୁ ଲହୁଣି କ୍ଷୀରରୁ ହିଁ ବାହାରିଥାଏ। ଏଥିପାଇଁ ପ୍ରକ୍ରିୟା ପୂରା କରିବାକୁ ପଡ଼େ। ଏହିଭଳି ଈଶ୍ୱର ଦର୍ଶନ ପାଇଁ ମନୁଷ୍ୟକୁ ମନ ମନ୍ଥନ ଓ ଏକାଗ୍ରତାର ଆବଶ୍ୟକତା ଥାଏ।

ତୃତୀୟ ପ୍ରଶ୍ନ- ଭଗବାନ! ସମସ୍ତେ କହନ୍ତି ଯେ ମାରିବାବାଲା ଆପଣ ଆଉ ବଞ୍ଚେଇବାବାଲା ମଧ୍ୟ ଆପଣ। ତା’ହେଲେ ଆପଣ ଜଣେ ଭଲ ମଣିଷକୁ ଅସମୟରେ ମୃତ୍ୟୁ ଦେଇଥାନ୍ତି ଆଉ ଗୋଟିଏ ଖରାପ ଲୋକକୁ ଦୀର୍ଘ ଜୀବନ କାହିଁକି ଦିଅନ୍ତି? ଉତ୍ତର ମିଳିଲା- ପ୍ରତ୍ୟେକ ମନୁଷ୍ୟ ନିଜ କର୍ମର ଫଳ ଅବଶ୍ୟ ଭୋଗିଥାଏ। ଯାହାର ଯେମିତି କର୍ମ, ସେମାନଙ୍କ ଜିଇବା, ମରିବାର ସମୟ ଉପରେ ନିର୍ଭର କରିଥାଏ।

ଚତୁର୍ଥ ପ୍ରଶ୍ନ- ଭଗବାନ! ବହୁତ ଖରାପ ଲାଗିଥାଏ ଯେତେବେଳେ ଆମେ ଦେଖିଥାଉ ଯେ କୌଣସି ଖରାପ ବ୍ୟକ୍ତି ମଧ୍ୟ ସୁଖ ସୁବିଧା ଭୋଗିଥାଏ। ଆଉ ଗୋଟିଏ ଭଲ ବ୍ୟକ୍ତି କଷ୍ଟପ୍ରଦ ଜୀବନଯାପନ କରିଥାଏ। ଆପଣ ଏମିତି କାହିଁକି କରିଥାନ୍ତି? ଉତ୍ତର ମିଳିଲା- ବତ୍ସ! ପ୍ରତ୍ୟେକ ବ୍ୟକ୍ତିର କର୍ମଫଳ ତାକୁ ଭୋଗିବାକୁ ପଡ଼ିଥାଏ। ତୁମେ ଶୁଣୁଥିବ ଯେମିତି କର୍ମ ସେମିତି ଫଳ ଦେବେ ଭଗବାନ। ଯେଉଁ ବ୍ୟକ୍ତି ବର୍ତ୍ତମାନରେ ତୁମକୁ ଖରାପ ଦେଖାଯାଉଛି। ତା’ ଖାତାରେ ବାକିଥିବା ଭଲ କର୍ମର କାରଣ ହିଁ ସେ ସୁଖ ସୁବିଧା ଭୋଗିବା ନଜରକୁ ଆସିଥାଏ। ଆଉ ଯେଉଁ ଭଲ ବ୍ୟକ୍ତିକୁ କଷ୍ଟରେ ଦେଖିଥାଅ ଏହା କର୍ମ ଖାତାରେ ପୁଣ୍ୟର ଶୂନ୍ୟତା କାରଣରୁ ହୋଇଥାଏ।

ଆହୁରି ପଢ଼ନ୍ତୁ- Tamasa Story: ଧନ ତୁ ଫେରି ଆ: ତମସାଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ

ପଞ୍ଚମ ପ୍ରଶ୍ନ- ଭଗବାନ! କ’ଣ ମନୁଷ୍ୟ ନିଜ କର୍ମ ଦ୍ୱାରା ସ୍ୱର୍ଗ ଅଥବା ନର୍କ ପ୍ରାପ୍ତ ହେଇଥାଏ? ଉତ୍ତର ମିଳିଲା- ସ୍ୱର୍ଗ ଆଉ ନର୍କ ଆମ ଭିତରେ ହିଁ ଅଛି। ମନୁଷ୍ୟ ଏହା ନିଜ ଭିତରେ ଭୋଗିଥାଏ। ଯଦି ସେ ଖରାପ କର୍ମ କରିବ ତାହା ତା’ ପାଇଁ ନର୍କ ସଦୃଶ ହେବ। ଆଉ ଭଲ କର୍ମ କରିଲେ ତାହା ସ୍ବର୍ଗର ଅନୁଭବ ଆଣିଦେବ। ସ୍ୱର୍ଗ ଆଉ ନର୍କର ଏହି ଅନୁଭୂତି ପଛରେ ବିଜ୍ଞାନ କିମ୍ବା ମନୋବିଜ୍ଞାନକୁ ବୁଝିବାକୁ ହେବ। ପ୍ରକୃତରେ ମନୁଷ୍ୟ ନିଜର କର୍ମରୁ ହିଁ ଉକ୍ତ ସ୍ୱର୍ଗ ଆଉ ନର୍କ ପାଆନ୍ତି। ଯେମିତି ମତି ସେମିତି ଗତି। ଯେମିତି ଗତି ସେମିତି ନର୍କ।
ଆଉ ପ୍ରଶ୍ନର ଉତ୍ତର ପାଇବା ପାଇଁ ମୋ ଭିତରେ ଜିଜ୍ଞାସା ବଢ଼ି ଚାଲିଥିବା ବେଳେ ଆଲାର୍ମ ବାଜିଉଠିଲା। ମୋର ଆଖି ଖୋଲିଗଲା। ସେତେବେଳକୁ ଭୋର୍‌ ସାଢ଼େ ଚାରିଟା ବାଜିସାରିଥିଲା। 

ମୋ: ୭୯୭୮୮୩୦୬୧୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe