Air Pollution ୨ ଘଣ୍ଟା ଢୋ ଢାରେ ଅଣନିଶ୍ବାସୀ ରାଜଧାନୀବାସୀ: ଧୂଆଁରେ ଭର୍ତ୍ତି ଭୁବନେଶ୍ବର ଆକାଶ… କାହାରି ପଡୁନି ଫରକ୍

ଦୀପାବଳିରେ ଧୂଆଁ ହେଇଗଲା ଭୁବନେଶ୍ବର ଆକାଶ । ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ଗୋଟେପଟେ ଲୋକେ ଦୀପାବଳି ମନାଇବାକୁ ଯାଇ ପ୍ରଚୁର ବାଣ ଫୁଟାଉଥିବା ବେଳେ ଢୋ ଢା ଶବ୍ଦ… ଚଡ଼ ଚଡ଼ ଶବ୍ଦରେ କମ୍ପୁଛି ଗଗନ ପବନ

smoky sky  in bhubaneswar

smoky sky in bhubaneswar Photograph: (sambad.in)

ଭୁବନେଶ୍ବର: ଦୀପାବଳିରେ ଧୂଆଁ ହେଇଗଲା ଭୁବନେଶ୍ବର ଆକାଶ । ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ଗୋଟେପଟେ ଲୋକେ ଦୀପାବଳି ମନାଇବାକୁ ଯାଇ ପ୍ରଚୁର ବାଣ ଫୁଟାଉଥିବା ବେଳେ ଢୋ ଢା ଶବ୍ଦ… ଚଡ଼ ଚଡ଼ ଶବ୍ଦରେ କମ୍ପୁଛି ଗଗନ ପବନ । ଆକାଶରେ ଭଳିକି ଭଲି ବାଣ ଫୁଟୁଥିବା ବେଳେ ତା ଚମକରେ ପୂରା ଆକାଶ ଆଲୋକିତ ହେଉଥି । ଭୁବନେଶ୍ବରରୁ କଟକ ଆକାଶ ଏକ ପ୍ରକାର ଚମକୁ ଥିବା ବେଳେ ପରିବେଶ କିନ୍ତୁ ପୂରା ବିଗିଡ଼ି ଗଲାଣି । ୨ ଘଣ୍ଟାରେ ଧୂଆଁରେ ଭର୍ତ୍ତି ହେଇଗଲାଣି ଭୁବନେଶ୍ବର ଆକାଶ । 

WhatsApp Image 2025-10-20 at 21.11.17

ଯଦିଓ ସଂଧ୍ଯା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ନିଷ୍ପତ୍ତି ହୋଇଥିଲା ଏବଂ ଏହା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଥିଲା କିନ୍ତୁ ସେସବୁକୁ ବାଏଁ ବାଏଁ କରି ଉଡାଇ ଦେଇଉଛନ୍ତି ଲୋକେ । ଏତେ ବାଣ ଫୁଟିଛି ଯେ ରାସ୍ତା ଘାଟ ସବୁ ଧୂଆଁ ପାଲଟିଯାଇଛି ।

ଆହୁରି ପଢନ୍ତୁ-

Crackers Blast: ଚାଇନା ବାଣ ଛିଣ୍ଡାଇଲା ଯୁବକଙ୍କ ହାତ ପାପୁଲି

WhatsApp Image 2025-10-20 at 21.11.20

ଦୀପାବଳି ପାଇଁ ଭୁବନେଶ୍ବରରେ ସନ୍ଧ୍ୟା ସମୟରୁ ଫୁଟୁଛି ବାଣ । ଚାରିଆଡ଼େ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗର୍ଜୁଛି ଆକାଶ । ପରିବେଶ ପ୍ରତି ଯୁବିପିଢ଼ି ବିମୁଖ ଥିବା ବେଳେ ବାରୁଦର ଖୁସି ପାଇଁ ପରିବେଶକୁ ବାର୍ ବଜେଇ ଦେଲେଣି । ମଣିଷର ସାମୟିକ ଖୁସି ପାଇଁ ପରିବେଶକୁ ପ୍ରଦୂଷଣ ହେଇଚାଲିଛି । ବାଣ ଧୁଆଁରେ ରାଜଧାନୀ ପୂରା ଆଚ୍ଛାଦିତ। 

ଅଧିକ ପଢନ୍ତୁ-

Alert, Firecracker: ସାବଧାନ ! ଆମାନିଆ… ୨ ଘଣ୍ଟାରୁ ଅଧିକ ବାଣ ଫୁଟାଇଲେ ବାନ୍ଧିନେବ ପୋଲିସ, ରାତି ୯ ପରେ ଢୋ ଢା… ମନା

WhatsApp Image 2025-10-20 at 21.11.21

Bhubaneswar | Diwali | firecracker

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe