Advertisment

ଅତୀତର ଆତଙ୍କିତ ଫର୍ଦ୍ଦ: ବିଶ୍ବର ୧୦ ଶକ୍ତିଶାଳୀ ଭୂକମ୍ପ, ଜାଣନ୍ତୁ କେଉଁଠି କେଉଁ ମସିହାରେ ଲାଗିଥିଲା ଝଟକା...

Advertisment

୧୯୫୨ ମସିହା ପରେ ରୁଷର କାମଚଟକାରେ ଏହା ସବୁଠୁ ବଡ଼ ଶକ୍ତିଶାଳୀ ଭୂମିକମ୍ପ କୁହାଯାଉଥିବା ବେଳେ ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର..

୧୯୫୨ ମସିହା ପରେ ରୁଷର କାମଚଟକାରେ ଏହା ସବୁଠୁ ବଡ଼ ଶକ୍ତିଶାଳୀ ଭୂମିକମ୍ପ କୁହାଯାଉଥିବା ବେଳେ ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର..

10 quake

ନୂଆଦିଲ୍ଲୀ: ଭୂକମ୍ପରେ ଥରହର ହୋଇଛି ରୁଷ । ସକାଳୁ ସକାଳୁ ୮.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ରୁଷରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୟଙ୍କର ଭୂକମ୍ପ ପରେ ସୁନାମୀ ମାଡ଼ି ଆସିଛି । ୧୯୫୨ ମସିହା ପରେ ରୁଷର କାମଚଟକାରେ ଏହା ସବୁଠୁ ବଡ଼ ଶକ୍ତିଶାଳୀ ଭୂମିକମ୍ପ କୁହାଯାଉଥିବା ବେଳେ ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର । ଜାପାନର ୧୬ଟି ସ୍ଥାନରେ ସୁନାମୀର ପ୍ରଭାବ ଦେଖିବାକୁ ମିଳିଲାଣି । ଆମେରିକାର କାଲିଫର୍ଣ୍ଣିଆ ଏବଂ ହାଓ୍ଵାଇରେ ବି ସୁନାମୀର ଆତଙ୍କ ଦେଖିବାକୁ ମିଳିଲାଣି । 

ତେବେ ଏହି ଶକ୍ତିଶାଳୀ ଭୂକମ୍ପ ଅତୀତର କିଛି ଭୟଙ୍କର ଭୂକମ୍ପ କଥା ମନେ ପକାଇ ଦେଇଛି । ଜାଣନ୍ତୁ କେଉଁ ମସିହାରେ କେଉଁଠି କେତେ ତୀବ୍ରତାର ହୋଇଥିଲା ଶକ୍ତିଶାଳୀ ଭୂମିକମ୍ପ ?

ବିଶ୍ବର ୧୦ ଶକ୍ତିଶାଳୀ ଭୂକମ୍ପ

୧- ୧୯୬୦ରେ ଚିଲିରେ ହୋଇଥିଲା ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୯.୫ ଥିବା ବେଳେ ଏଥିରେ ୧୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦ ଲକ୍ଷ ଲୋକ ବେଘର ହୋଇଥିଲେ ।
୨- ୧୯୬୪ରେ ଆମେରିକାର ଆଲାସ୍କାରେ ହୋଇଥିଲା ୯.୨ ତୀବ୍ରତାର ଭୂକମ୍ପ । ଯେଉଁଥିରେ ୧୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨.୩ ଆରବ ଡଲାରର କ୍ଷତି ହୋଇଥିଲା ।
୩- ଇଣ୍ଡୋନେସିଆର ସୁମାତ୍ରାରେ ୨୦୦୪ରେ ୯.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯେଉଁଥିରେ ୨ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ।
୪- ଜାପାନର ତୋହୋକୁରେ ୨୦୧୧ରେ ବି ୯.୧ ତୀବ୍ରତାର ଭୂକମ୍ପ ଆସିଥିଲା ଯେଉଁଥିରେ ୧୫ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଦେଢ ଲକ୍ଷ ଲୋକ ବାସହରା ହୋଇଥିଲେ ।
୫- ରୁଷର କାମଚଟକାରେ ୧୯୫୨ରେ ୯.୦ ତୀବ୍ରତାର ଭୂକମ୍ପ ହୋଇଥିଲା । ଯେଉଁଥିରେ ୧୦ କ୍ଷ ଡଲାରର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଅଧିକ ପଢନ୍ତୁ-

ଭୟଙ୍କର ଭୂକମ୍ପ ପରେ ସୁନାମୀ ଆତଙ୍କ: ମାଡ଼ି ଆସିଲାଣି ସମୁଦ୍ର, ଜାପାନର ୧୬ଟି ସ୍ଥାନରେ ଉଠିଲାଣି ବଡ଼ ବଡ଼ ଜୁଆର

୬- ପୁଣି ଚିଲିରେ ୨୦୧୦ରେ ଆସିଥିଲା ୮.୮ ତୀବ୍ରତାର ଭୂମିକମ୍ପ । ଯେଉଁଥିରେ ୫୨୩ ଜଣଙ୍କ ପ୍ରାଣହାନୀ ହୋଇଥିଲା । ୩ ଲକ୍ଷ ୭୦ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବି ସମୁଦ୍ର ତଳେ ସୃଷ୍ଟି ହୋଇଥିଲା ।
୭- ୧୯୬୦ରେ ଇକ୍ଵାଡୋରରେ ୮.୮ ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂମିକମ୍ପ ପରେ ଭୀଷଣ ସୁନାମୀ ଦେଖିବାକୁ ମିଳିଥିଲା । ୧୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।
୮- ଆମେରିକାର ଆଲାସ୍କାରେ ୧୯୬୫ରେ ୮.୭ ତୀବ୍ରତାର ଭୂକମ୍ପ ହୋଇଥିଲା । ଯେଉଁଥିରେ ୩୫ ଫୁଟ୍ ଯାଏଁ ଜୁଆର ଉଠିଥିଲା । 
୯- ଅରୁଣାଚଳ ପ୍ରଦେଶରେ ୧୯୫୦ରେ ୮.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ ୭୮୦ ଲୋକଙ୍କ ମୃତ୍ୟୁ ହୋଇଥିଲା । 
୧୦- ୨୦୧୨ରେ ଇଣ୍ଡୋନେସିଆର ସୁମାତ୍ରାରେ ପୁଣି ୮.୬ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯେଉଁଥିରେ ବିଶେଷ କ୍ଷୟକ୍ଷତି ହୋଇନଥିଲା । ଖାଲି ହୃଦଘାତ କାରଣରୁ କିଛି ଲୋକଙ୍କ ଜୀବନ ଯାଇଥିଲା ।

ଅଧିକ ପଢନ୍ତୁ-

ଭୂକମ୍ପରେ ଥରହର ରୁଷ: ଲାଗିଲା ୮.୮ ତୀବ୍ରତାର ଶକ୍ତିଶାଳୀ ଝଟକା, ସମୁଦ୍ର ଗର୍ଭରେ ଭୂକମ୍ପର କେନ୍ଦ୍ରସ୍ଥଳ..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe