କୌଣସି ନୂତନଔଷଧର ଆବଷ୍କାର କରିବାକୁ ବୈଜ୍ଞାନିକମାନଙ୍କୁ ବର୍ଷ ବର୍ଷ ଧରି ଗବେଷଣା କରିବା ସହିତ କୋଟି କୋଟି ଟଙ୍କା ନିବେଶ କରିବାକୁ ପଡ଼ିଥାଏ। ତା’ ସତ୍ତ୍ବେ ବି ଏବେ ପର୍ଯ୍ୟନ୍ତ ସବୁ ରୋଗ ପାଇଁ ଔଷଧ ବାହାରି ପାରିନାହିଁ। ମହାମାରୀ କର୍କଟ ପାଇଁ ଔଷଧ ଶିଳ୍ପ ପ୍ରତି ବର୍ଷ ୫୦ରୁ ୬୦ ବିଲିଅନ୍‌ ଡଲାର ନିବେଶ କଲା ପରେ ବି, ସେପରି ଆଖିଦୃଶିଆ ନିଷ୍କର୍ଷ ବାହାରି ପାରିନାହିଁ। ଏସବୁ ପରେ ବି, ଔଷଧ କମ୍ପାନି ଓ ଗବେଷକମାନଙ୍କ ଭିତରେ ଆଶାର ସଂଚାର ସୃଷ୍ଟି କରିଛି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ। ଆଗାମୀ ଦିନରେ ଓୗଷଧ ଶିଳ୍ପରେ ଏଆଇର ପ୍ରୟୋଗ ଗବେଷକଙ୍କୁ ସଫଳତାର ବାଟ କଢ଼େଇ ନେବ। ମୂଲ୍ୟବାନ କମ୍ପାଉଣ୍ଡ୍‌ ବା ଯୌଗିକ ଚିହ୍ନଟ ପାଇଁ ଯେତିକି ସମୟ ଲାଗୁଥିଲା, ଏଆଇର ପ୍ରୟୋଗ ଦ୍ବା‌ରା ତାହା କିଛି ସପ୍ତାହ କିମ୍ବା‌ ଦିନ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି।

Advertisment

IMD: ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ସ୍କୁଲ ଛାତ୍ରଛାତ୍ରୀ ସହ ଆଭାସୀ ଆଲୋଚନା

କୌଣସି ଔଷଧର ଆବିଷ୍କାର କ୍ଷେତ୍ରରେ ପ୍ରଥମ କାମ ହେଉଛି ‘ହିଟ୍‌’ କିମ୍ବା ‘ଲିଡ୍‌ କମ୍ପାଉଣ୍ଡ୍‌’କୁ ଚିହ୍ନଟ କରିବା। ୟୁନାଇଟେଡ୍‌ କିଙ୍ଗଡମ୍‌ର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ବାୟୋଫିଜିକ୍ସ ପ୍ରଫେସର ମାଇକେଲ୍‌ ଭେଣ୍ଡ୍ରୁସ୍କୋଲୋଙ୍କ କହିବାନୁସାରେ, ଏଆଇ ଦ୍ବାରା ଏବେ ସହଜରେ ସେ କାମ କରାଯାଇପାରୁଛି। ପାରମ୍ପରିକ ଭାବେ ପ୍ରୋଟିନ୍‌ ସହିତ ଉପଯୁକ୍ତ ଯୌଗିକର ଚିହ୍ନଟ କରି ମିଶ୍ରଣ କରିବା ପାଇଁ ହଜାର ହଜାର ରାସାୟନିକ ଯୌଗିକର ‘ହାଇ ଥ୍ରୁପୁଟ୍‌’ ସ୍କ୍ରିନିଂ କରାଯାଏ। ଯାହାକି ଦୁଇ ବର୍ଷ ପର୍ଯ୍ୟନ୍ତ ସମୟ ନେଇଥାଏ। ମାତ୍ର ଏଆଇର ପ୍ରୟୋଗ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଔଷଧ ଶିଳ୍ପରେ ଏଆଇର ପ୍ରୟୋଗ ସମୟ ହ୍ରାସ, କମ୍‌ ନିବେଶ ଓ ସୁନିଶ୍ଚିତ ସଫଳତାକୁ ନିଶ୍ଚିତ କରିବ। ତଥ୍ୟ ବିଶ୍ଳେଷଣକୁ ଉପଯୋଗ କରି ଏଆଇ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ ଔଷଧର ଆବିଷ୍କାର ଯଥେଷ୍ଟ କମ୍‌ ସମୟରେ କରିପାରିବ ବୋଲି ଗବେଷକମାନେ ଆଶା କରୁଛନ୍ତି।

Health: ଏମ୍‌କେସିଜିରେ ଅନ୍ଧାରରେ ରୋଗୀସେବା; ଅସ୍ତ୍ରୋପଚାର କକ୍ଷରେ ଲାଇନ୍‌ କଟିଗଲା