ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଅଗମେଣ୍ଟେଡ୍ ରିଅଲିଟି ମେକଅପ୍ ଇଣ୍ଡଷ୍ଟ୍ରିକୁ ଏକ ନୂତନ ଯୁଗକୁ ନେଇଯିବାକୁ ବସିଛି। ମେକ୍ଅପ୍ କମ୍ପାନି ଓ ବ୍ରାଣ୍ଡଗୁଡ଼ିକ ବର୍ତ୍ତମାନ ଏଆଇ ଆଧାରିତ ସ୍ମାର୍ଟ ବିଉଟି ମିରର୍ ଓ ଭର୍ଚୁଆଲ୍ ମେକଅପ୍ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ସେମାନଙ୍କର ଉତ୍ପାଦ ପରୀକ୍ଷା ଓ ଟ୍ରାଏଲ କରିବାକୁ ଅଫର୍ ପ୍ରଦାନ କରୁଛନ୍ତି। ସବୁ ଗ୍ରାହକଙ୍କ ପାଇଁ ଗୋଟିଏ ଉତ୍ପାଦ ବଦଳରେ ଗ୍ରାହକଙ୍କ ତ୍ବଚାର ରଙ୍ଗ ଅନୁଯାୟୀ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ବଜାରର ଟ୍ରେଣ୍ଡକୁ ଆକଳନ କରିବା ପାଇଁ ଏଆଇର ମଧ୍ୟ ସାହାଯ୍ୟ ନିଆଯାଉଛି।
Sports Awards : ୬ରେ ପ୍ରଦାନ କରାଯିବ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର
ଅନ-ସ୍କ୍ରିନ ମେକଅପ୍ ପାଇଁ ‘ମୋଡିଫେସ୍’ ପରି ଆପ୍ର ପ୍ରୟୋଗ:
ବିଶ୍ବପ୍ରଖ୍ୟାତ ମେକଅପ୍ ବ୍ରାଣ୍ଡ ମେବେଲିନ ମାଇକ୍ରୋସଫ୍ଟ ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ପାଇଁ ବୁଝାମଣା ସ୍ବାକ୍ଷର ହୋଇଛି। ମେବଲିନ୍ ପ୍ୟାେରଣ୍ଟ୍ କମ୍ପାନି ‘ଲ’ରିଏଲ’ ପାଖରେ ଅନ୍-ସ୍କ୍ରିନ୍ ମେକ୍ଅପ୍ ପାଇଁ ‘ମୋଡିଫେସ୍’ ଆପ୍ ଏବଂ ଏକ ଭର୍ଚୁଆଲ୍ ମେକ୍ଅପ୍ ବ୍ୟାଗ୍ ରହିଛି। ଏହି ବ୍ୟାଗ୍ରେ ଆପଣ ୧୨ ପ୍ରକାର ଲୁକ୍ସ୍ ଟ୍ରାଏ କରିପାରିବେ। ‘ଲାକ୍ମେ’ର ‘ସ୍କିନ୍ ଆଡ୍ଭାଇଜର୍’ ଆପ୍ରେ ନିଜର ସେଲ୍ଫି ଡାଉନ୍ଲୋଡ୍ କରି ସ୍କିନ୍ ଟୋନ୍କୁ ଗଭୀର ଭାବେ ଅନୁକ୍ଷଣ କରିପାରିବେ। ଏଥିରେ ଆପଣଙ୍କୁ ସେ ଲିପ୍ଷ୍ଟିକ୍, ଆଇସାଡୋ କିମ୍ବା ଫାଉଣ୍ଡେସନ୍ ଲଗାଇବା ପାଇଁ ଅଡିଓ ଫିଡ୍ବ୍ୟାକ୍ ପ୍ରଦାନ କରୁଛି।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହାୟତାରେ ଏହି ସୁବିଧା ସବୁ ଉପଲବ୍ଧ:
ଡିଏନ୍ଏ ଟେଷ୍ଟିଂ କିଟ୍: ଉପଭୋକ୍ତାଙ୍କ ଜିନ୍ ଉପରେ ଆଧାର କରି କମ୍ପାନିଗୁଡ଼ିକ ଉତ୍ପାଦ ବିକାଶ ଉପଭୋକ୍ତାଙ୍କ ତ୍ବଚାର ରଙ୍ଗ, ଉଚ୍ଚତା ଇତ୍ୟାଦିକୁ ଆଧାର କରି ଉପଭୋକ୍ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଉତ୍ପାଦ ତିଆରି କରୁଛି।
International Sand Art: ଅନ୍ତର୍ଜାତୀୟ ବାଲୁକା କଳା, ନୃତ୍ୟ ଉତ୍ସବକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଫେସ୍ ସ୍କାନର୍: ଚେହେରାର ଗଠନ ଅନୁଯାୟୀ ଆପଣଙ୍କୁ ଭିନ୍ନ ଭିନ୍ନ ଲୁକ୍ସ୍ ପାଇଁ ପରାମର୍ଶ ଦେଉଛି।
ଭର୍ଚୁଆଲ୍ ମେକ୍ଅପ୍ ଟୁଲ୍: ଗ୍ରାହକମାନେ ଏହି ସ୍ୱତନ୍ତ୍ର ଏଆଇ ଟୁଲରେ ଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ଚେଷ୍ଟା କରିପାରିବେ।
ଏଆର୍ ଫିଲ୍ଟର୍: ଏହି ଫିଲ୍ଟର୍ ଆପଣଙ୍କୁ ଭିନ୍ନଭିନ୍ନ ଡିଜିଟାଲ୍ ଲୁକସ୍ଗୁଡ଼ିକୁ ଅନୁଭବ କରିବାର ସୁଯୋଗ ପ୍ରଦାନ କରିଥାଏ।
AI
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/01/ffsfshfsfhfsfhv-2025-12-01-01-21-44.jpg)