ନୂଆଦିଲ୍ଲୀ: ଅନ୍ଲାଇନ୍ ଗେମିଂ ପ୍ଲାଟଫର୍ମ ୱିନ୍ଜୋର ଦୁଇ ପ୍ରତିଷ୍ଠାତା ସୌମ୍ୟା ସିଂହ ରାଠୋର ଓ ପବନ ନନ୍ଦାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ସେମାନଙ୍କ ବିରୋଧରେ ମନି ଲଣ୍ଡରିଂ, ଗ୍ରାହକଙ୍କୁ ହଇରାଣ, ପାନ୍ର ଅପବ୍ୟବହାର ଭଳି ଅଭିଯୋଗ ଥିଲା। କିଛି ଦିନ ତଳେ ୱିନ୍ଜୋର ବେଙ୍ଗାଲୁରୁ, ଗୁରୁଗାଓଁ ଓ ଦିଲ୍ଲୀରେ ଥିବା ଠିକଣାରେ ଚଢ଼ଉ କରି ୫୨୩ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା। ୱିନ୍ଜୋ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଆଧାରରେ ତଦନ୍ତ କରି ଇଡି କମ୍ପାନିର ଠିକଣାରେ ଚଢ଼ଉ କରିଥିଲା। ଚଢ଼ଉରୁ ଜଣାପଡ଼ିଥିଲା ଯେ ୱିନ୍ଜୋ ହେଉଛି ଏକ ରିଅଲ ମନି ଗେମ୍ କମ୍ପାନି। ଭାରତରେ ଏଭଳି ଗେମ୍ ନିଷିଦ୍ଧ ହୋଇଥିଲେ ମଧ୍ୟ କମ୍ପାନି ବ୍ରାଜିଲ, ଆମେରିକା ଓ ଜର୍ମାନୀ ଭଳି ଦେଶ ପାଇଁ ଏହାର ଆପ୍କୁ ଭାରତରୁ ଚଲାଉଥିଲା।
Neglect: ୭ ବର୍ଷ ଧରି ବିପଦସଙ୍କୁଳ ଗ୍ରାମବାସୀଙ୍କ ଯାତାୟତ ପ୍ରଭାବିତ, ନିର୍ମାଣ କଲେ କାଠ ପୋଲ
Online Marriage : ମୋବାଇଲ ଆପ୍ରେ ୨୧୮ ଡଲାରରେ ବିବାହ
ରିଅଲ ମନି ଗେମ୍ ନିଷିଦ୍ଧ ହେବା ପରେ ମଧ୍ୟ କମ୍ପାନି ବେଆଇନ ଭାବେ ଗ୍ରାହକଙ୍କ ୪୩ କୋଟି ଟଙ୍କା ଫେରାଇ ନଥିଲା। କମ୍ପାନି ଗେମରମାନଙ୍କୁ ମଧ୍ୟ ଠକୁଥିଲା। ସେମାନଙ୍କ ଅଜାଣତରେ ଆଲଗୋରିଦମ୍ ଓ ସପ୍ଟୱେରକୁ ବ୍ୟହବାର କରାଯାଉଥିଲା। ଗେମରମାନେ କୌଣସି ଅସଲି ମଣିଷ ନୁହେଁ, ବରଂ ମେସିନ ସହ ଖେଳୁଥିଲେ। ୱିନ୍ଜୋ ବିରୋଧରେ ଠକେଇ, ଆକାଉଣ୍ଟ୍ ବ୍ଲକ୍ କରିବା, ପରିଚୟ ଚୋରି ଓ ପାନ୍ ଅପବ୍ୟବହାର କରିବା ଭଳି ଅଭିଯୋଗ ରହିଛି। କମ୍ପାନି ଗ୍ରାହକମାନଙ୍କ କେୱାଇସିର ମଧ୍ୟ ଅପବ୍ୟବହାର କରୁଥିଲା। ସେଥିପାଇଁ ଗ୍ରାହକମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଥିବା ଇଡି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/29/addagdzvcv-2025-11-29-02-37-25.jpg)