amol muzumdar Photograph: (sambad.in)
ନୂଆଦିଲ୍ଲୀ: କୁହାଯାଏ ସ୍ବପ୍ନ କେବେ ମରେନାହିଁ । ସୁନ୍ଦର ସ୍ବପ୍ନର ମୃତ୍ୟୁ ନାହିଁ କି ଦେଶ ପାଇଁ ଦେଖାଯାଉଥିବା ସ୍ବପ୍ନର ଶେଷ ନାହିଁ । ଆଜି ନହେଲେ ବି କାଲି, ସ୍ବପ୍ନ ସତ ହେବ । ବାସ୍ ସ୍ବପ୍ନ ସତ ହେବାକୁ ସମୟ ନିଏ । କାହାର ସ୍ବପ୍ନ ସଅଳ ସତ ହୁଏ ତ କାହାର ବିଳମ୍ବରେ କିନ୍ତୁ ସ୍ବପ୍ନ ପାଇଁ ଶ୍ରମ ଥିଲେ ତାହା ନିଶ୍ଚୟ ସତ ହୁଏ । ଯାହାର ବଡ଼ ଉଦାହରଣ ହେଉଛନ୍ତି ୨ୟ ତେନ୍ଦୁଲକର ଭାବେ ପରିଚିତ ଅମୋଲ ମଜୁମଦାର । ସଚିନଙ୍କୁ ତାଲିମ ଦେଇଥିବା କୋଚ ବି ହେଉଛନ୍ତି ଅମୋଲଙ୍କ ପ୍ରଶିକ୍ଷକ । ଫାଷ୍ଟ କ୍ଲାସ କ୍ରିକେଟରେ ୧୧,୦୦୦ ରୁ ଅଧିକ ରନ, ୩୦ ଶତକ, ୬୦ ଅର୍ଦ୍ଧଶତକ… ଏପରି ଅନେକ ଅତୁଟ ରେକର୍ଡ ଥାଇ ବି ସେ ସଚିନଙ୍କ ପରି ଖ୍ୟାତି ଅର୍ଜନ କରି ପାରିନଥିଲେ । ଏତେ ଗୁଣ ଥାଇ ବି ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେବାର ସୁଯୋଗ ପାଇ ନଥିଲେ।
ସଫଳ ନାରୀ ପଛରେ ଜଣେ ପୁରୁଷ
ଅନ୍ୟମାନଙ୍କୁ ସଫଳ ହେବାର ଦେଖି ସେ ନିଜ ଉପରୁ ଭରସା ଭାଙ୍ଗି ନଥିଲେ । ଅବସର ନେବାର ୧୦ ବର୍ଷ ପରେ ସେହି କ୍ରିକେଟର ଜଣଙ୍କ ବିଶ୍ୱବିଜୟୀ ଭାରତୀୟ ଦଳର ଜର୍ସି ପିନ୍ଧିବାର ସୌଭାଗ୍ୟ ଅର୍ଜନ କଲେ ମାତ୍ର ଖେଳାଳି ଭାବେ ନୁହେଁ ବରଂ କୋଚ୍ ଭାବରେ। ବାସ୍ ସେହି କୋଚ୍ ହେବା ହିଁ ତାଙ୍କ ଭାଗ୍ୟ ବଦଳାଇ ଦେଲା । ସିଏ ଜଣେ ପୁରୁଷ ଭାବେ ମହିଳା କ୍ରିକେଟ୍ ଦଳକୁ ବିଶ୍ବ ବିଜୟୀ କରିପାରିଲେ । କୁହାଯାଏ ସବୁ ସଫଳ ପୁରୁଷ ପଛରେ ଜଣେ ମହିଳାଙ୍କ ହାତ ଥାଏ ମାତ୍ର ବିଶ୍ବକପ୍ ବିଜୟର ସେ ସଫଳତା ଭିନ୍ନ କିଛି କହେ- ସଫଳ ମହିଳାଙ୍କ ପଛରେ ଜଣେ ପୁରୁଷ ହାତ ରହିଛି – ଆଉ ସେ ପୁରୁଷ ଜଣଙ୍କ ସ୍ବପ୍ନ ମହଲର ମହାନାୟକ ଅମୋଲ ମଜୁମଦାର ।
ଅବସୋସରୁ ଅମୋଲଙ୍କ ଅମୂଲ୍ୟ ଅବଦାନ
କ୍ରିକେଟ୍ ଜୀବନରେ ସେ ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ଥିଲେ। ଭାରତୀୟ ଘରୋଇ କ୍ରିକେଟ୍ର ଜଣେ ପ୍ରଭାବୀ ବ୍ୟାଟର୍ ଥିଲେ। ୧୭୧ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୩୦ ଶତକ ସହାୟତାରେ ୧୧,୧୬୭ ରନ୍ କିଛି କମ୍ ବଡ଼ ଉପଲବ୍ଧି ନୁହେଁ। କିନ୍ତୁ ଭାରତୀୟ ଟେଷ୍ଟ୍ ଦଳ ପାଇଁ ଖେଳିପାରି ନଥିଲେ। ଏହାର କାରଣ ହେଲା ସେ ଏକ ଖରାପ ସମୟରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ କ୍ରିକେଟ୍ରେ ଯେତେବେଳେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଭିଭିଏସ୍ ଲକ୍ଷ୍ମଣ, ସୌରଭ ଗାଙ୍ଗୁଲିଙ୍କ ଉନ୍ମେଷ ହୋଇଥିଲା ସେତେବେଳେ ଅମୋଲ ମଜୁମଦାରଙ୍କ ପାଇଁ ବାଟ ନଥିଲା। ଏପରିକି ସ୍କୁଲ୍ ଜୀବନରେ ବି ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ଯୋଡ଼ି ଏତେ ଲମ୍ବା ଲମ୍ବା ଭାଗୀଦାର ଗଢ଼ୁଥିଲେ ଯେ ଅମୋଲଙ୍କୁ ଡ୍ରେସିଂ ରୁମ୍ରେ ଦିନ ତମାମ ପ୍ୟାଡ୍ ପରିଧାନ କରି ବସିବାକୁ ପଡୁଥିଲା।
/filters:format(webp)/sambad/media/media_files/2025/11/04/573352615_2057268981713359_5636040732820543393_n-2025-11-04-22-30-22.jpg)
ତଥାପି ଲଢ଼ୁଆ ଚରିତ୍ରର ଅମୋଲ ମଜୁମଦାର ଘରୋଇ କ୍ରିକେଟ୍ରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ଛାଡ଼ିଯାଇଥିଲେ। ଅବସର ପରେ କ୍ରିକେଟ୍ଠାରୁ ଦୂରେଇଯାଇ ନଥିଲେ। ପ୍ରଶିକ୍ଷଣକୁ ପେସା ଓ ନିଶା କରିନେଇଥିଲେ। ତେବେ ଖେଳାଳି ଜୀବନରେ ଅନ୍ତର୍ଜାତୀୟ ଖେଳିବା ଓ ବଡ଼ ଉପଲ୍ବଧି ଅର୍ଜନ କରିବାର ଅବସୋସ ତାଙ୍କୁ ଭିତରେ ଭିତରେ ବେତ୍ରାଘାତ କରୁଥିଲା। ରବିବାର ମଝିରାତିରେ କିନ୍ତୁ ହର୍ମନ୍ପ୍ରୀତ୍ କୌର୍ ଯେତେବେଳେ ନାଦିନ ଡି’କ୍ଲର୍କଙ୍କ କ୍ୟାଚ୍ ନେଇ ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ମାଟିର ଇଗଲ୍ ଭଳି ଘୁରି ବୁଲିଥିଲେ ଅମୋଲଙ୍କଠାରୁ ସମ୍ଭବତଃ ଅଧିକ କେହି ଖୁସି ହୋଇ ନଥିବେ।
/filters:format(webp)/sambad/media/media_files/2025/11/04/576077207_2057524911687766_2655239722118102177_n-2025-11-04-22-33-28.jpg)
ଗୁରୁ ହେ ପ୍ରଣାମ…
ଭାରତୀୟ ମହିଳା କ୍ରିକେଟ୍ ଦଳର ଅର୍ଦ୍ଧଶତାବ୍ଦୀର ସ୍ବପ୍ନକୁ ସାକାର କରିବାରେ ଅମୋଲଙ୍କ ଅବଦାନ ଏବେ ଚାରିଆଡ଼େ ଚର୍ଚ୍ଚା। ୨୦୨୩ରେ ଦାୟିତ୍ବ ନେଇଥିବା ଅମୋଲ ବରିଷ୍ଠ ଓ କନିଷ୍ଠ ଖେଳାଳିଙ୍କୁ ଏକାଠି କରି ସେମାନଙ୍କଠାରୁ ଶ୍ରେଷ୍ଠ ବାହାର କରିବାରେ ବଡ଼ ବିନ୍ଧାଣୀ ହୋଇଛନ୍ତି। ଫଳରେ ପ୍ରଥମ ଥର ପାଇଁ ଅମୋଲଙ୍କ ତତ୍ତ୍ବାବଧାନରେ ମହିଳା ଦଳ ବିଶ୍ବକପ୍ ଜିତି ଭାରତୀୟ କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଛି। ଭାରତୀୟ କ୍ରିକେଟ୍ ଇତିହାସରେ ତୃତୀୟ ପ୍ରଶିକ୍ଷକ ଭାବେ ବିଶ୍ବକପ୍ ଆଣିଦେଇଛନ୍ତି। ୨୦୧୧ରେ ଗ୍ୟାରି କର୍ଷ୍ଟେନ (ଦିନିକିଆ ବିଶ୍ବକପ୍) ଏବଂ ୨୦୨୪ରେ ରାହୁଲ ଦ୍ରାବିଡ଼ (ଟ୍ବେଣ୍ଟି-୨୦ ବିଶ୍ବକପ୍) ଏଭଳି କ୍ଲବ୍ରେ ଥିଲେ। ୧୯୮୩ କପିଳ ଦେବଙ୍କ ବିଶ୍ବକପ୍ ବିଜୟ ବେଳେ ପ୍ରଶିକ୍ଷକ ବ୍ୟବସ୍ଥା ନଥିଲା। ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ବିଶ୍ବକପ୍ ବିଜୟ ବେଳେ ଲାଲଚାନ୍ଦ ରାଜପୁତ କେବଳ ପ୍ରବନ୍ଧକ ଥିଲେ।
ଅଧିକ ପଢନ୍ତୁ-
‘ହର୍ମନ୍ପ୍ରୀତ୍ଙ୍କ ଶେଷ ସ୍ପର୍ଶ କ୍ୟାଚ୍ ପରବର୍ତ୍ତୀ ୫ ମିନିଟ୍ କ’ଣ ଘଟିଗଲା ମୁଁ ଜାଣିପାରିଲିନାହିଁ। ମୁଁ କେବଳ ଡଗ୍ ଆଉଟ୍କୁ ଚାହିଁ ରହିଥିଲି। ଏହି ୫ ମିନିଟ୍ ମୋତେ କିଛି ବି ଦିଶି ନଥିଲା’ଏଭଳି କହିଛନ୍ତି ଅମୋଲ। ଚଳିତ ବିଶ୍ବକପ୍ରେ ଭାରତ ଲଗାତାର ଭାବେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡଠାରୁ ହାରି ଅଲୋଡ଼ା ହ୍ୟାଟ୍ରିକ୍ କରିବା ପରେ ଅମୋଲ ଖେଳାଳିଙ୍କୁ କହିଥିଲେ ‘‘ଏସବୁ ପରାଜୟକୁ ଦେଖ ନାହିଁ। ତୁମେ ମ୍ୟାଚ୍ ହାରିନାହଁ, କେବଳ ବିଜୟରେଖାକୁ ଅତିକ୍ରମ କରିପାରିନାହିଁ’। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଅମନଜୋତ୍ କୌରଙ୍କ ପାଇଁ ଜେମିମା ରଡ୍ରିଗ୍ସଙ୍କୁ ବାଦ୍ ଦେବା ଗତ ୬ ସପ୍ତାହର ସବୁଠାରୁ କଠୋର ନିଷ୍ପତ୍ତି ଥିଲା ବୋଲି ସେ ସ୍ବୀକାର କରିଥିଲେ।
ଅଧିକ ପଢନ୍ତୁ-
Follow Us