Advertisment

Artificial sugar: ହୃତ୍‌ପିଣ୍ଡ, ମସ୍ତିଷ୍କକୁ ବିପଦ କୃତ୍ରିମ ଚିନି

Advertisment

ଥଣ୍ଡା ପାନୀୟ, ଚୁଇଙ୍ଗମ୍ ଏବଂ ଡାଏଟ୍ ଉତ୍ପାଦରେ ବ୍ୟବହୃତ କୃତ୍ରିମ ଚିନି ବିଷୟରେ ସବୁବେଳେ ପ୍ରଶ୍ନ ଉଠାଯାଏ। କିନ୍ତୁ ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଥଣ୍ଡା ପାନୀୟ ଏବଂ ଚୁଇଙ୍ଗମ୍‌ରେ ଥିବା ଚିନି ହୃଦ୍‌ରୋଗ ବୃଦ୍ଧି କରୁଛି ଏବଂ ମସ୍ତିଷ୍କର ଦକ୍ଷତାକୁ ହ୍ରାସ କରୁଛି।

ଥଣ୍ଡା ପାନୀୟ, ଚୁଇଙ୍ଗମ୍ ଏବଂ ଡାଏଟ୍ ଉତ୍ପାଦରେ ବ୍ୟବହୃତ କୃତ୍ରିମ ଚିନି ବିଷୟରେ ସବୁବେଳେ ପ୍ରଶ୍ନ ଉଠାଯାଏ। କିନ୍ତୁ ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଥଣ୍ଡା ପାନୀୟ ଏବଂ ଚୁଇଙ୍ଗମ୍‌ରେ ଥିବା ଚିନି ହୃଦ୍‌ରୋଗ ବୃଦ୍ଧି କରୁଛି ଏବଂ ମସ୍ତିଷ୍କର ଦକ୍ଷତାକୁ ହ୍ରାସ କରୁଛି।

shfshhfbxvbv

ଥଣ୍ଡା ପାନୀୟ, ଚୁଇଙ୍ଗମ୍ ଏବଂ ଡାଏଟ୍ ଉତ୍ପାଦରେ ବ୍ୟବହୃତ କୃତ୍ରିମ ଚିନି ବିଷୟରେ ସବୁବେଳେ ପ୍ରଶ୍ନ ଉଠାଯାଏ। କିନ୍ତୁ ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଥଣ୍ଡା ପାନୀୟ ଏବଂ ଚୁଇଙ୍ଗମ୍‌ରେ ଥିବା ଚିନି ହୃଦ୍‌ରୋଗ ବୃଦ୍ଧି କରୁଛି ଏବଂ ମସ୍ତିଷ୍କର ଦକ୍ଷତାକୁ ହ୍ରାସ କରୁଛି। କୃତ୍ରିମ ମିଠାଦ୍ରବ୍ୟଗୁଡ଼ିକ ଚିନି ଅପେକ୍ଷା ୨୦୦ ଗୁଣ ଅଧିକ ମିଠା ହୋଇଥାଏ। କିନ୍ତୁ ଏଥିରେ ବହୁତ କମ୍ କ୍ୟାଲୋରି ଥାଏ। ଏଥିରେ ଆସ୍ପାର୍ଟେମ୍, ଏରିଥ୍ରିଟଲ୍, ଜାଇଲିଟଲ୍, ସୁକ୍ରାଲୋଜ୍ ଓ ସାକାରିନ୍ ଭରି ରହିଥାଏ। ଏଗୁଡ଼ିକ ଡାଏଟ୍ ସୋଡା, ଚୁଇଙ୍ଗମ୍, ଦହି, ବେକେରି ସାମଗ୍ରୀ ଓ ଅନେକ ପ୍ୟାକେଟ୍‌ ଖାଦ୍ୟରେ ବ୍ୟବହାର ହୋଇଥାଏ।

Paddy: ତ୍ରିକୋଣୀୟସ୍ଥିତିରେ ମଣ୍ଡି: ଜୋର ଧରିଛି ରାଜ‌ନୈତିକ ଉଷ୍ମତା

‘ବାୟୋମେଡିସିନ୍ ଆଣ୍ଡ୍‌ ଫାର୍ମାକୋଥେରାପି’ର ଏକ ଅଧ୍ୟୟନରେ ମୂଷା ଉପରେ ଆସ୍ପାର୍ଟେମ୍‌ର ପ୍ରଭାବ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳରୁ ଜଣାପଡ଼ିଛି ଯେ କମ୍ ମାତ୍ରାରେ କୃତ୍ରିମ ଚିନିର ବ୍ୟବହାର ହୃତ୍‌ପିଣ୍ଡ ମାଂସପେଶୀର ଘନତ୍ବ ବଢ଼ାଇ ତାକୁ ଦୁର୍ବଳ କରିଥାଏ। ‘କ୍ଲିଭଲ୍ୟାଣ୍ଡ କ୍ଲିନିକ୍‌’ର ଅଧ୍ୟୟନରୁ ଜଣାପଡ଼ିଛି ଯେ ଏରିଥ୍ରିଟଲ୍ ଏବଂ ଜାଇଲିଟଲ୍ ଯୋଗୁଁ ରକ୍ତ ଜମାଟ ବାନ୍ଧିଥାଏ। ଏହି ଜମାଟବନ୍ଧା ରକ୍ତ ହୃତ୍‌ପିଣ୍ଡ କିମ୍ବା ମସ୍ତିଷ୍କକୁ ଗତି କରି ହୃଦ୍‌ଘାତ କିମ୍ବା ଷ୍ଟ୍ରୋକ୍ ସୃଷ୍ଟି କରିପାରେ। ଆସ୍ପାର୍ଟେମ୍‌ର ଅତ୍ୟଧିକ ସେବନ ହୃଦ୍‌ଘାତର ଆଶଙ୍କାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରେ। ସେପ୍‌ଟେମ୍ବର ୨୦୨୫ରେ ‘ନ୍ୟୁରୋଲୋଜି ଜର୍ଣ୍ଣାଲ’ରେ ପ୍ରକାଶିତ ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁମାନେ ଅଧିକ ମିଠା ଦ୍ରବ୍ୟ ସେବନ କରନ୍ତି ସେମାନଙ୍କ ସ୍ମୃତିଶକ୍ତି ଓ ମାନସିକ ଦକ୍ଷତା ଦ୍ରୁତ ଗତିରେ ହ୍ରାସ ପାଇଥାଏ। 
ସେଥିପାଇଁ ଏସବୁ ଦିଗ ପ୍ରତି ଆମେ ଧ୍ୟାନ ଦେବା ନିହାତି ଜରୁରି- ଚିନିମୁକ୍ତ କିମ୍ବା ଡାଏଟ୍ ଉତ୍ପାଦରେ ମିଠାର ପରିମାଣ ଯାଞ୍ଚ କରିବା; ଫଳ, ମହୁ ଭଳି ପ୍ରାକୃତିକ ମିଠା ଖାଇବା; ମଧୁମେହ କିମ୍ବା ହୃଦ୍‌ରୋଗ ଥିଲେ ଡାକ୍ତରଙ୍କ ସହିତ ପରାମର୍ଶ କରିବା; ଅଧିକ ପାଣି ପିଇବା, ଫଳ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା।

Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe