ଓଟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା କଥା ଶୁଣିବାକୁ ହାସ୍ୟାସ୍ପଦ ଲାଗିପାରେ। କିନ୍ତୁ ଉପସାଗରୀୟ ଦେଶମାନଙ୍କରେ ଏହା ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଖେଳ, କାରଣ ଏହା ସହିତ ବିପୁଳ ଆର୍ଥିକ ପୁରସ୍କାର ଓ ମର୍ଯ୍ୟାଦା ଜଡ଼ିତ। ତେଣୁ ଓମାନ୍ର ଅଲ୍ ମୁସାନାରେ ଆୟୋଜିତ ଏ ବର୍ଷର ସୁନ୍ଦର ଓଟ ପ୍ରଦର୍ଶନୀେର କିଛି ଓଟ ମାଲିକ ପୁରସ୍କାର ଜିଣିବା ପାଇଁ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରି ପ୍ରତିଯୋଗିତାରୁ ବିଦା ହୋଇଛନ୍ତି। ଓଟମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସେମାନେ ବୋଟକ୍ସ, ଫିଲର୍ସ ପରି ପଦ୍ଧତିର ସାହାଯ୍ୟ ନେଇଥିଲେ।
Child Marriage: ମା’ଙ୍କ ଠାରୁ ପ୍ରେରଣା ପାଇ ବାଲ୍ୟବିବାହ ବନ୍ଦ କରିବା ଅଭିଯାନରେ ଉମା
ପ୍ରତିଯୋଗିତାର ନିରୀକ୍ଷକମାନେ ଲକ୍ଷ୍ୟ କରିଥିଲେ ଯେ କେଉଁ ଓଟର ଓଠକୁ ଆକର୍ଷଣୀୟ କରିବା ପାଇଁ ସେଥିରେ ହାୟାଲୁରୋନିକ୍ ଏସିଡ୍ ଇଞ୍ଜେକ୍ସନ ଦିଆଯାଇଛି ତ ଆଉ କେଉଁ ଓଟର କୁଜକୁ କୃତ୍ରିମ ଉପାୟରେ ବଡ଼ କରାଯାଇଛି। ତେଣୁ ସେଭଳି ୨୦ଟି ଓଟକୁ ପ୍ରତିଯୋଗିତାରୁ ବିଦା କରିଦିଆଯାଇଥିଲା। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ପ୍ରତିଯୋଗିତାରେ ଏଭଳି କୃତ୍ରିମ ପ୍ରସାଧନ ଉପାୟଗୁଡ଼ିକୁ ନିଷେଧ କରାଯାଇଛି। ପ୍ରାଣୀ ଶରୀରରେ ବୋଟୋକ୍ସ, ସିଲିକନ୍ ଭଳି ଦ୍ରବ୍ୟ ପ୍ରବେଶ କରାଇବା ସେମାନଙ୍କ ପ୍ରତି ନିଷ୍ଠୁରତା ମଧ୍ୟ। ତଥାପି ପୁରସ୍କାରର ଆକର୍ଷଣ ଓଟ ମାଲିକମାନଙ୍କୁ ଏଭଳି କୁକାର୍ଯ୍ୟ କରିବାକୁ ପ୍ରବର୍ତ୍ତାଉଛି।
Iran Slogan Case: ଇରାନ ସପକ୍ଷରେ ସ୍ଲୋଗାନ ଦେବା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ
Follow Us