Advertisment

Cancer treatment from frog: ବେଙ୍ଗ, ଝିଟିପିଟି ଅନ୍ତଃନଳୀରୁ କର୍କଟ ଚିକିତ୍ସା

Advertisment

ଦିନକୁଦିନ ବିଜ୍ଞାନ ଆଗକୁ ବଢୁଛି। ତଥାପି କର୍କଟ ରୋଗର ସଂପୂର୍ଣ୍ଣ ଚିକିତ୍ସା ସମ୍ଭବ ହୋଇପାରିନାହିଁ। ଏକ ନୂଆ ଅଧ୍ୟୟନ ଏ ଦିଗରେ ଆଶା ସଞ୍ଚାର କରିଛି। ଜାପାନର ବୈଜ୍ଞାନିକମାନେ ଝିଟିପିଟି ଓ ବେଙ୍ଗ ଶରୀରରୁ ଏକ ଜୀବାଣୁ ଆବିଷ୍କାର କରିଛନ୍ତି....

ଦିନକୁଦିନ ବିଜ୍ଞାନ ଆଗକୁ ବଢୁଛି। ତଥାପି କର୍କଟ ରୋଗର ସଂପୂର୍ଣ୍ଣ ଚିକିତ୍ସା ସମ୍ଭବ ହୋଇପାରିନାହିଁ। ଏକ ନୂଆ ଅଧ୍ୟୟନ ଏ ଦିଗରେ ଆଶା ସଞ୍ଚାର କରିଛି। ଜାପାନର ବୈଜ୍ଞାନିକମାନେ ଝିଟିପିଟି ଓ ବେଙ୍ଗ ଶରୀରରୁ ଏକ ଜୀବାଣୁ ଆବିଷ୍କାର କରିଛନ୍ତି....

fhfshhfs

ଦିନକୁଦିନ ବିଜ୍ଞାନ ଆଗକୁ ବଢୁଛି। ତଥାପି କର୍କଟ ରୋଗର ସଂପୂର୍ଣ୍ଣ ଚିକିତ୍ସା ସମ୍ଭବ ହୋଇପାରିନାହିଁ। ଏକ ନୂଆ ଅଧ୍ୟୟନ ଏ ଦିଗରେ ଆଶା ସଞ୍ଚାର କରିଛି। ଜାପାନର ବୈଜ୍ଞାନିକମାନେ ଝିଟିପିଟି ଓ ବେଙ୍ଗ ଶରୀରରୁ ଏକ ଜୀବାଣୁ ଆବିଷ୍କାର କରିଛନ୍ତି, ଯାହାକୁ କୋଲନ୍‌ କର୍କଟର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ।

Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ

ଗବେଷକମାନେ ବେଙ୍ଗ ଓ ଝିଟିପିଟି ଅନ୍ତଃନଳୀରୁ ଏକ ନିର୍ଦ୍ଦିଷ୍ଟ ଜୀବାଣୁ ଚିହ୍ନଟ କରିଛନ୍ତି, ଯାହା କୋଲୋରେକ୍ଟଲ୍ କର୍କଟ(ଅନ୍ତଃନଳୀ ଓ ମଳଦ୍ୱାର କର୍କଟ) ଚିକିତ୍ସାରେ ବହୁତ ପ୍ରଭାବଶାଳୀ ପ୍ରମାଣିତ ହେବ ବୋଲି ଜଣାପଡ଼ିଛି। ଏହି ଜୀବାଣୁ ଚିକିତ୍ସା ଭବିଷ୍ୟତରେ ପାରମ୍ପରିକ କେମୋଥେରାପି ଓ ଇମ୍ୟୁନୋଥେରାପିର ସୁରକ୍ଷିତ ବିକଳ୍ପ ଭାବେ ଉଭା ହୋଇପାରେ।

ଜାପାନ ଆଡ୍‌ଭାନ୍‌ସ୍‌ଡ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ ଆଣ୍ଡ୍ ଟେକ୍ନୋଲୋଜି (ଜେଏଆଇଏସ୍‌ଟି)ର ଏକ  ବୈଜ୍ଞାନିକ ଦଳ ବେଙ୍ଗ ଏବଂ ଝିଟିପିଟିଙ୍କ ଅନ୍ତଃନଳୀରେ କର୍କଟ ପ୍ରତିରୋଧୀ ଜୀବାଣୁ ମିଳୁଥିବାର ଅଧ୍ୟୟନରୁ ଜାଣିବାକୁ ପାଇଲେ। ପରୀକ୍ଷା ସମୟରେ ବୈଜ୍ଞାନିକମାନେ ଦେଖିଲେ ଯେ ‘ଇୱିଙ୍ଗେଲା ଆମେରିକାନା’ ନାମକ ଜୀବାଣୁ ସିଧାସଳଖ କର୍କଟ ଓ ଟ୍ୟୁମର୍‌କୁ ଆକ୍ରମଣ କରୁଛି। ଏହା ଟ୍ୟୁମର୍‌ ଭିତରକୁ ପ୍ରବେଶ କରେ ଏବଂ ପ୍ରଭାବିତ ସ୍ଥାନରେ ଶରୀରର ପ୍ରତିରକ୍ଷା ପ୍ରତିକ୍ରିୟାକୁ ସକ୍ରିୟ କରେ ଏବଂ ଶରୀରର ନିଜସ୍ୱ ଟି-କୋଷଗୁଡ଼ିକ କର୍କଟ କୋଷଗୁଡ଼ିକୁ ନିଶାଣ କରି ନଷ୍ଟ କରିବା ଆରମ୍ଭ କରେ।

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ

ଏହି ଚିକିତ୍ସା ରୋଗୀମାନଙ୍କ ପାଇଁ  କମ୍ ଯନ୍ତ୍ରଣାଦାୟକ ମଧ୍ୟ। ଚିକିତ୍ସାର ୨୪ ଘଣ୍ଟା ପରେ ରକ୍ତରେ ଜୀବାଣୁ ଚିହ୍ନଟ ହୋଇ ନଥିଲା ଏବଂ ୭୨ ଘଣ୍ଟା ମଧ୍ୟରେ ଶରୀରର ପ୍ରଦାହ ପ୍ରତିକ୍ରିୟା ସ୍ୱାଭାବିକ ହୋଇଯାଇଥିଲା। ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଜୀବାଣୁକୁ ସ୍ତନ କର୍କଟ ଏବଂ ଅଗ୍ନାଶୟ କର୍କଟ ଭଳି ଅନ୍ୟ ରୋଗ ଲାଗି ମଧ୍ୟ ପରୀକ୍ଷା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe