Relationship: ଚଳନ୍ତିକା: ମିଠା ସହ ମଧୁର ସମ୍ପର୍କ

Advertisment

ହିସାବକରି ଦେଖାଯାଇଛି ଯେ ଭାରତୀୟମାନେ ବର୍ଷକୁ ପ୍ରାୟ ୨୮ ନିୟୁତ ଟନ୍‌ ଚିନି ଖାଆନ୍ତି। ଏତେ ପରିମାଣର ଚିନି ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନ୍‌ରେ ବି ଖିଆଯାଏ ନାହିଁ।

ହିସାବକରି ଦେଖାଯାଇଛି ଯେ ଭାରତୀୟମାନେ ବର୍ଷକୁ ପ୍ରାୟ ୨୮ ନିୟୁତ ଟନ୍‌ ଚିନି ଖାଆନ୍ତି। ଏତେ ପରିମାଣର ଚିନି ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନ୍‌ରେ ବି ଖିଆଯାଏ ନାହିଁ।

sweet

ହିସାବକରି ଦେଖାଯାଇଛି ଯେ ଭାରତୀୟମାନେ ବର୍ଷକୁ ପ୍ରାୟ ୨୮ ନିୟୁତ ଟନ୍‌ ଚିନି ଖାଆନ୍ତି। ଏତେ ପରିମାଣର ଚିନି ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନ୍‌ରେ ବି ଖିଆଯାଏ ନାହିଁ। କହିବାକୁ ଗଲେ ଭାରତୀୟମାନଙ୍କର ମିଠା ବା ମିଠେଇପ୍ରୀତି ପ୍ରାଚୀନ କାଳରୁ ରହିଆସିଛି। ଯେକୌଣସି ପର୍ବପର୍ବାଣି, ଘରୋଇ ଅଙ୍କଅଭିଷେକ, ସୌଭାଗ୍ୟପ୍ରାପ୍ତି ଅଥବା କୁଣିଆମଇତ୍ର ଚର୍ଚ୍ଚା କ୍ଷେତ୍ରରେ ବିଭିନ୍ନ ପ୍ରକାର ମିଠେଇ ଅଗ୍ରଣୀ ଭୂମିକା ନିର୍ବାହ କରିଥାଏ। ଏଥିରୁ କେତେକ ମିଠେଇ ବର୍ଷ ତମାମ ତିଆରି ଓ ବିକ୍ରୟ କରାଯାଏ। ଆଉ କେତେକ ବିଶେଷ ମିଷ୍ଟାନ୍ନ ଋତୁକାଳୀନ ବା ପୂଜାପର୍ବାଣିଭିତ୍ତିକ। କଥିତ ଅଛି ଯେ ମିଠେଇ କୁଆଡ଼େ ମନୁଷ୍ୟର ଅନ୍ତରାତ୍ମା ପରିଚ୍ଛନ୍ନ କରିଦିଏ। ସେ ଯାହାହେଉ, ଆମ ଲୋକଙ୍କର ମିଠେଇ ସହିତ ମଧୁର ସମ୍ପର୍କ ଯେ ନିତିଦିନିଆ, ଏହା ନିଃସନ୍ଦେହ।

ED vs Mamata controversy: ଇଡି ବନାମ ମମତା ବିବାଦ ତେଜିଲା: ଏବେ ସୁପ୍ରିମ୍‌କୋର୍ଟରେ ଲଢ଼େଇ, ପ୍ରମାଣ ଚୋରି ଅଭିଯୋଗରେ ମାମଲା ଦାୟର କଲା ଇଡି

ଭାରତର ବିଭିନ୍ନ ଅଞ୍ଚଳରେ ବିବିଧ କିସମର ମିଠେଇ ପ୍ରସ୍ତୁତ ହୁଏ। ପ୍ରତି ମିଠେଇର ପ୍ରସ୍ତୁତି ପଦ୍ଧତି ଓ ସ୍ବାଦ ମଧ୍ୟ ପୃଥକ୍‌। ଭାରତୀୟ ମିଠେଇରେ ଦୁଗ୍ଧ ଏବଂ ଦହି, ଛେନା, ଘିଅ ଆଦି ଦୁଗ୍ଧଜାତ ଉତ୍ପାଦ ବିଶେଷ ତାତ୍ପର୍ଯ୍ୟ ବହନକରେ। ଚିନିର ଆଗମନ ପୂର୍ବରୁ ଭାରତରେ ମହୁ, ଆଖୁଗୁଡ଼ ଓ ଖଜୁରିଗୁଡ଼ ଦିଆଯାଇ ମିଠେଇ ପ୍ରସ୍ତୁତ କରାଯାଉଥିଲା। ସାମଗ୍ରିକ ଭାବେ ଭାରତୀୟ ମିଷ୍ଟାନ୍ନ ପ୍ରସ୍ତୁତି ପ୍ରତି ଦେଶର ସବୁ ଅଞ୍ଚଳର କିଛି ନା କିଛି ଅବଦାନ ରହିଛି। କିନ୍ତୁ, ଏ କ୍ଷେତ୍ରରେ ବିଶେଷ ସମୃଦ୍ଧି ଓ ଉତ୍କର୍ଷ ଲାଭକରିଛି ପଶ୍ଚିମବଙ୍ଗ ଓ ତା’ର ରାଜଧାନୀ କୋଲ୍‌କାତା ମହାନଗରୀ। ନାନା ପ୍ରକାରର ସ୍ବାଦିଷ୍ଠ ମିଷ୍ଟାନ୍ନ ପ୍ରସ୍ତୁତି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବାରୁ କୋଲ୍‌କାତାକୁ ଅନେକେ ‘ଭାରତର ମିଷ୍ଟାନ୍ନ ରାଜଧାନୀ’ ଆଖ୍ୟା ଦିଅନ୍ତି। ୨୦୨୫ ବର୍ଷ ‘ଜିଆଇ ଟ୍ୟାଗ୍‌’ ହାସଲ କରିଥିବା ୫ଟି ଭାରତୀୟ ମିଷ୍ଟାନ୍ନରୁ ୪ଟି ହେଉଛି ପଶ୍ଚିମବଙ୍ଗର। ‘ଜିଆଇ ଟ୍ୟାଗ୍‌’ ପାଇବାର ଦୀର୍ଘବର୍ଷ ଆଗରୁ ମଧ୍ୟ ଏ ସବୁ ମିଷ୍ଟାନ୍ନ ଲୋକଙ୍କର ଶ୍ରଦ୍ଧା ଓ ବିଶ୍ବାସ ଭାଜନ ହୋଇଆସିଛି। 

ନଲେଲ୍‌ ଗୁଡ଼ ସନ୍ଦେଶ- କ୍ଷୀରଛେନାରେ ବର୍ଦ୍ଧମାନ ଅଞ୍ଚଳର ତରଳ ଖଜୁରିଗୁଡ଼ ଦେଇ ଧିମା ଆଞ୍ଚରେ ଏହି ଶୀତକାଳୀନ ସନ୍ଦେଶ ରନ୍ଧାଯାଏ। ଏହି ଗୁଡ଼ ଯୋଗୁଁ ହିଁ ଏହା ବାଦାମୀ-ହଳଦୀବର୍ଣ୍ଣ ଦିଶେ ଏବଂ ପାଟିକୁ ମାଟିଆଳିଆ ମିଠା ଲାଗେ। ମୁର୍ଶିଦାବାଦ୍‌ ଛାନାବଡ଼ା- କ୍ଷୀରଛେନାକୁ ବଳି ‌େଛାଟ ଛୋଟ ଗୋଲ୍‌ କରି ତେଲରେ ଭଜାଯାଏ। ଉପରିଭାଗ ଚୋପା ପଡ଼ିଆସିଲେ ଏହାକୁ ଚିନି ସିରାରେ ପକାଯାଏ। ମୋଗଲ ଅମଳରୁ ପ୍ରସ୍ତୁତ ହୋଇ ଆସୁଥିବା ଏ ମିଠେଇରେ ଗୁଜରାତି ଅଥବା ଗୋଲାପଜଳ ବି ଦିଆଯାଏ। 

China-Bangladesh: ଚୀନ୍-ବାଂଲାଦେଶର ମୁକାବିଲା ପାଇଁ ନୂଆ ରଣନୀତି: ହଳଦିଆରେ ଭାରତୀୟ ନୌସେନାର ବିଶାଳ ଘାଟି

ବିଷ୍ଣୁପୁର ମୋତିଚୂର୍‌ ଲଡ଼ୁ- ବାଙ୍କୁଡ଼ା ଜିଲ୍ଲାର ମନ୍ଦିର ନଗରୀ ବିଷ୍ଣୁପୁରରେ ଏ ମିଠେଇ ଉତ୍ପତ୍ତି ହୋଇଥିଲା। ସେଠାରେ ପ୍ରଥମେ ମଲ୍ଲ ବଂଶ ଏ ମିଷ୍ଟାନ୍ନ ତିଆରି କରିଥିଲେ। ବୁନ୍ଦିଆ ମିଠେଇ ସାଧାରଣତଃ ବେସନରେ ତିଆରି ହେଉଥିବା ବେଳେ ମୋତିଚୂର୍‌ ମିଠେଇ ପିୟାଳ ମଞ୍ଜିଚୂନାରୁ ପ୍ରସ୍ତୁତହୁଏ। ଘିଅରେ ଛଣାଯାଇଥିବା ପିୟାଳ ବୁନ୍ଦିଗୁଡ଼ିକୁ ସିରାରେ ପକାଯାଏ। ସିରାପାଗ ବୁନ୍ଦିରେ ଗୁଜୁରାତି ଗୁଣ୍ଡ ଦେଇ ହାତରେ ଚାପି ମିଠେଇ ବନ୍ଧାଯାଏ। କାମାରପୁକୁର ଧଳା ବୁନ୍ଦି- କାମାରପୁକୁର ଗ୍ରାମରେ ଏ ଧଳାବୁନ୍ଦିର ଉନ୍ମେଷ ଘଟିଥିଲା। ଶେତାଳିଆ ଦିଶୁଥିବା ଏହି ହାଲୁକା ବୁନ୍ଦି ମଇଦାଆଣରୁ ତିଆରି ‌େହାଇଥାଏ। ଅଭ୍ୟନ୍ତର ନରମ ଥାଇ ବାହ୍ୟାବରଣ ମୁସ୍‌ମୁସିଆ ହେବା ପର୍ଯ୍ୟନ୍ତ ବୁନ୍ଦିଗୁଡ଼ିକୁ ତେଲରେ ଛଣାଯାଏ। ତା’ପରେ ଚିନିସିରା‌େର ବୁଡ଼ାଇ ଉଠାଯାଏ। ଏ ତ ଗଲା ଭାରତରେ ମିଠାର ଇତିବୃତ। ସେମିତି, ମିଠା ଖାଇବା ବାରଣ ଥିବା ରୋଗ ମଧୁମେହ କ୍ଷେତ୍ରରେ ବି ଭାରତ ବିଶ୍ବରେ ଆଗୁଆ। ୬୦ ନିୟୁତରୁ ଅଧିକ ଟାଇପ୍‌-ଟୁ ମଧୁମେହ ରୋଗୀ ଥିବା ହେତୁ ଭାରତ ବିଶ୍ବର ମଧୁମେହ ରାଜଧାନୀ ଭାବେ ବିଦିତ। ଏତାଦୃଶ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଚିନ୍ତିତ ଭାରତୀୟମାନେ ସମ୍ପ୍ରତି ଚିନିମିଶ୍ରିତ ମିଠେଇ ଖାଇବା କମାଉଛନ୍ତି। ତେଣୁ ମିଠେଇ ସହିତ ଲୋକଙ୍କ ସମ୍ପର୍କ ଅତୁଟ ରଖିବାକୁ କାରିଗରମାନେ ବି ଓଟ୍‌ସ୍‌, ଗୁଡ଼, ଖଜୁରି ଓ ଡିମିରିଫଳ ଆଦିରୁ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର ମିଷ୍ଟାନ୍ନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe