Advertisment

Death in Nepal: ଚଳନ୍ତିକା: ନେପାଳରେ ମୃତ୍ୟୁ, ଭାରତରେ ୧୦୦ କୋଟିର ମାମଲା

Advertisment

ନେପାଳରେ ୨୦୨୫ ସେପ୍‌ଟେମ୍ବର ୮ ରେ ଘଟିଥିବା ଜେନ୍‌-ଜି ଆନ୍ଦୋଳନକାଳୀନ ହିଂସାରେ ଗାଜିଆବାଦ ନିବାସୀ ରାମବୀର୍ ସିଂ ଗୋଲ୍ଲାଙ୍କର ପତ୍ନୀ ରାଜେଶ୍‌ ଦେବୀଙ୍କର ମୃତ୍ୟୁ ହୋଇଥିଲା।

ନେପାଳରେ ୨୦୨୫ ସେପ୍‌ଟେମ୍ବର ୮ ରେ ଘଟିଥିବା ଜେନ୍‌-ଜି ଆନ୍ଦୋଳନକାଳୀନ ହିଂସାରେ ଗାଜିଆବାଦ ନିବାସୀ ରାମବୀର୍ ସିଂ ଗୋଲ୍ଲାଙ୍କର ପତ୍ନୀ ରାଜେଶ୍‌ ଦେବୀଙ୍କର ମୃତ୍ୟୁ ହୋଇଥିଲା।

Untitled-2

The Hindu

ନେପାଳରେ ୨୦୨୫ ସେପ୍‌ଟେମ୍ବର ୮ ରେ ଘଟିଥିବା ଜେନ୍‌-ଜି ଆନ୍ଦୋଳନକାଳୀନ ହିଂସାରେ ଗାଜିଆବାଦ ନିବାସୀ ରାମବୀର୍ ସିଂ ଗୋଲ୍ଲାଙ୍କର ପତ୍ନୀ ରାଜେଶ୍‌ ଦେବୀଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ପ୍ରାୟ ପାଞ୍ଚ ମାସ ପରେ ଏହି ମୃତ୍ୟୁକୁ ନେଇ ରାମବୀର୍ ଦିଲ୍ଲୀ ‌ହାଇକୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ନେପାଳସ୍ଥିତ ଭାରତୀୟ ଦୂତାବାସ, ହାୟତ୍ ରିଜେନ୍‌ସି ହୋଟେଲ୍‌ ଏବଂ ଭାରତୀୟ ବିଦେଶ ମନ୍ତ୍ରାଳୟ ବିରୋଧରେ ରାମବୀର୍ ମାମଲା ଦାଏର କରି ୧୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ପ୍ରତିବର୍ଷ ପରି ୨୦୨୫ ‌େସପ୍‌ଟେମ୍ବରରେ ରାମବୀର୍ ଓ ପତ୍ନୀ ରାଜେଶ୍‌ ଦେବୀ ତୀର୍ଥ କରିବାକୁ ନେପାଳ ଯାଇଥିଲେ। ଗସ୍ତ ସମୟରେ ସେମାନେ ପଞ୍ଚତାରକା ହୋଟେଲ୍‌ ହାୟତ୍ ରିଜେନ୍‌ସି ଦ୍ବିତୀୟ ମହଲାରେ ରହୁଥିଲେ। ସେପ୍‌ଟେମ୍ବର ୯ ତାରିଖ ସକାଳୁ ରାମବୀର୍ ଓ ପତ୍ନୀ ରାଜେଶ୍‌ ଦେବୀ ମିଥିଳା ଯାଇଥାଆନ୍ତେ। ସକାଳୁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା। ସେଦିନ ହଠାତ୍‌ ନେପାଳରେ ଜେନ୍‌-ଜି ଆନ୍ଦୋଳନ ହିଂସାତ୍ମକ ରୂପ ନେଲା। ଗୁଳିଗୋଳା ବର୍ଷଣ ଓ ଜଳାପୋଡ଼ା‌େର କାଠମାଣ୍ଡୁ ଅଶାନ୍ତ ହୋଇଗଲା। ହୋଟେଲ୍‌ରେ କେହି ଅ‌ାନ୍ଦୋଳନକାରୀ ନିଅଁା ଲଗାଇଦେଲେ। ହୋଟେଲ୍‌ କର୍ମଚାରୀ ରାମବୀର୍ ଓ ରାଜେଶ୍‌ ଦେବୀଙ୍କୁ ଦ୍ବିତୀୟ ମହଲାରୁ ଚତୁର୍ଥ ମହଲାକୁ ଚାଲିଯିବା ପାଇଁ କହିଲେ।

sfhfsfhs

‘‘ହଠାତ୍ ହୋଟେଲ୍‌ରେ ନିଅଁା ଲାଗିଲା। ଚାରିଆଡ଼େ ଧୂଅଁାମୟ ହୋଇଗଲା। ସନ୍ଧ୍ୟା ୭ଟା ବେଳକୁ ଆମକୁ ଧୀରେ ଧୀରେ ଶ୍ବାସରୁଦ୍ଧ ଲାଗିଲା। ମୁଁ ଚିତ୍କାର କରି ହୋଟେଲ୍‌ କର୍ତ୍ତୃପକ୍ଷଙ୍କୁ ଡାକିଲି। କିନ୍ତୁ, ସେତେବେଳକୁ କର୍ମଚାରୀମାନେ ହୋଟେଲ୍‌ ଛାଡ଼ି ପଳାଇଥିଲେ। ଶିଡ଼ି ଦେଇ ତଳକୁ ଓହ୍ଲାଇବା ମଧ୍ୟ ନିରାପଦ ନ ଥିଲା। ମୁଁ ସାହାଯ୍ୟ ପାଇଁ ପ୍ରାଣବିକଳରେ ନେପାଳସ୍ଥିତ ଭାରତୀୟ ଦୂତାବାସକୁ ୩୦ରୁ ଅଧିକ ଥର ଫୋନ୍ କଲି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍‌ କଲି। ମାତ୍ର କେହି ହେଲେ ମୋର ଫୋନ୍ ଉଠାଇ ନ ଥିଲେ। ଆମେ ଝରକା ଭାଙ୍ଗି ପରଦା ଓ ବିଛଣା ଚାଦର ଯୋଡ଼ି ସେଥିରେ ଝୁଲି ତଳକୁ ଓହ୍ଲାଇବାକୁ ସ୍ଥିରକଲୁ। ରାତି ୮ଟା ୪୫ରେ ମୁଁ ପ୍ରଥମେ ତଳକୁ ଆସିଲି। ମୋ ପତ୍ନୀ ତଳକୁ ଆସିବା ସମୟରେ କିଛି ଉଚ୍ଚତାରୁ ତଳକୁ ଖସିପଡ଼ିଲେ। ତାଙ୍କ ମେରୁଦଣ୍ଡ ଓ ମୁଣ୍ଡରେ ଆଘାତ ଲାଗିଲା। ସେତେବେଳେ ସେ ମୋତେ କିଛି କହିଲେ ନାହିଁ। ରାସ୍ତା ଉପରକୁ ଆସି ସହାୟତା ମାଗିବା ସମୟରେ ଗୋଟିଏ ଗାଡ଼ିରେ ମୁଁ ମୋ ପତ୍ନୀଙ୍କୁ ବସାଇଦେଲି। କିନ୍ତୁ, ନିଜେ ଗାଡ଼ିରେ ବସିବା ପୂର୍ବରୁ ଗାଡ଼ିଟି ଚାଲିଗଲା।’’ ଦିଲ୍ଲୀ ହାଇକୋର୍ଟ ପରିସରରେ ଏସବୁ କହିବା ବେଳେ ରାମବୀର୍‌ଙ୍କ ଆଖି ଛଳଛଳ ହୋଇଗଲା।

୯ ତାରିଖ ରାତି ୯.୩୦ରୁ ୧୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ବହୁ ଖୋ‌ଜାଖୋଜି ପରେ ଜଣେ ସେନା ପଦାଧିକାରୀ ରାମବୀର୍‌ଙ୍କୁ ସୂଚନା ଦେଲେ ଯେ ରାଜେଶ୍‌ ଦେବୀ ଟିଚର୍ସ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ରାମବୀର୍ ହସ୍‌ପିଟାଲ୍‌ରେ ପହଞ୍ଚି ଦେଖିଲେ ରାଜେଶ୍‌ ଦେବୀ ମୃତ। ଏହି ଘଟଣା ବର୍ଣ୍ଣନାକରି ରାମବୀର୍ କହନ୍ତି, ‘‘ମୁଁ ମୃତ ଶରୀର ନେବାକୁ ଓ ପୋଷ୍ଟ୍‌ମର୍ଟମ୍‌ ରିପୋର୍ଟ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଲି ଏବଂ ଏ ବାବଦରେ ଏକଲକ୍ଷ ପଞ୍ଚସ୍ତରି ହଜାର ଟଙ୍କା ଖର୍ଚ୍ଚକଲି। ଶେଷ‌େର ଦେଢ଼ଲକ୍ଷ ଟଙ୍କା ଦେଇ ଗୋଟିଏ ଆମ୍ବୁଲାନ୍‌ସ୍‌ ଭଡ଼ାରେ ଆଣି ପତ୍ନୀଙ୍କ ମୃତ ଶରୀରକୁ ବହୁ କଷ୍ଟରେ ଗାଜିଆବାଦ୍‌ ଆଣି ସତ୍କାର କଲି। ଏକକୋଟି ଟଙ୍କାର କ୍ଷତିପୂରଣ ଦେଲେ ମୋ ପତ୍ନୀ ଜୀବିତ ଫେରି ଆସିବେ ନାହିଁ। କିନ୍ତୁ ଏହା ଭବିଷ୍ୟତରେ ଗୋଟିଏ ଦାୟିତ୍ବବାନ୍‌ ନିଷ୍ପତ୍ତି ନେବା ପାଇଁ ରାସ୍ତା ଖୋଲିପାରିବ ବୋଲି ଭାବୁଛି। ନେପାଳସ୍ଥିତ ଭାରତୀୟ ଦୂତାବାସ ଓ ହାୟତ୍ ହୋଟେଲ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ହିଁ ମୋ ପତ୍ନୀଙ୍କ ମୃତ୍ୟୁର କାରଣ। ତେଣୁ ସେମାନଙ୍କୁ କର୍ତ୍ତବ୍ୟନିଷ୍ଠ ତଥା ଦାୟିତ୍ବବାନ୍‌ ହେବା ପ‌ାଇଁ ସଚେତନ କରିବା ଲକ୍ଷ୍ୟରେ ମୁଁ ଏହି ମାମଲା ଦାଏର କରିଛି।’’

Protest: ଟ୍ରିବୁନାଲଙ୍କ ଗସ୍ତ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସତ୍ୟାଗ୍ରହ

ହାଇକୋର୍ଟରେ ମାମଲା ଦାଏର କରିଥିବା ରାମବୀର୍‌ଙ୍କ ଓକିଲ ଅଭିଷେକ ଚୌଧୁରୀ କହନ୍ତି, ‘‘ମାନ୍ୟବର ଦିଲ୍ଲୀ ହାଇକୋର୍ଟ ବିଚାର ପାଇଁ ଏହି ମାମଲା ଗ୍ରହଣ କରିଛନ୍ତି। ରାଜେଶ୍‌ ଦେବୀଙ୍କ ମୃତ୍ୟୁ ହୋଟେଲ୍‌ ଓ ଭାରତୀୟ ଦୂତାବାସ ପଦାଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ପାଇଁ ହିଁ ଘଟିଛି। ବିଦେଶରେ ଦୂତାବାସର ସର୍ବପ୍ରଥମ କର୍ତ୍ତବ୍ୟ ହେଉଛି ନିଜ ଦେଶର ନାଗରିକଙ୍କୁ ସୁରକ୍ଷ‌ା‌ ପ୍ରଦାନ କରିବା। ବିପଦ ସମୟରେ ଫୋନ୍ ନ ଉଠାଇବା ଏବଂ ସଜାଗ ନ ରହିବା ହୋଟେଲ୍‌ ଓ ଦୂତାବାସ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ତଥା କର୍ତ୍ତବ୍ୟରେ ଚରମ ଅବହେଳାକୁ ଦର୍ଶାଉଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe