Amazon Office Tour: ସ୍ବପ୍ନ ହେଲା ପୁରା: ଝିଅର କାର୍ଯ୍ୟାଳୟ ବୁଲି ଦେଖିବାପରେ ମା’ର ଆଖି ଲୁହରେ ଭିଜିଲା

Advertisment

ବେଙ୍ଗାଲୁରୁର ଜଣେ ଯୁବତୀ ତାଙ୍କ ମାଆଙ୍କୁ ନିଜ କାର୍ଯ୍ୟାଳୟ ବୁଲାଇ ଦେଖାଉଥିବାର ସୁନ୍ଦରମୁହୂର୍ତ୍ତକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି।  ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବେଙ୍ଗାଲୁରୁର ଜଣେ ଯୁବତୀ ତାଙ୍କ ମାଆଙ୍କୁ ନିଜ କାର୍ଯ୍ୟାଳୟ ବୁଲାଇ ଦେଖାଉଥିବାର ସୁନ୍ଦରମୁହୂର୍ତ୍ତକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି।  ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

3debecef-b639-48ad-aa6f-23a23d73cf90

daughter-gives-mother-her-amazon-office-tour Photograph: (socialmedia)

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ଯୁବତୀ ତାଙ୍କ ମାଆଙ୍କୁ ନିଜ କାର୍ଯ୍ୟାଳୟ ବୁଲାଇ ଦେଖାଉଥିବାର ସୁନ୍ଦରମୁହୂର୍ତ୍ତକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି।  ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମା’ଙ୍କୁ କାର୍ଯ୍ୟାଳୟ ବୁଲାଇ ଦେଖାଇଲେ ଝିଅ

ଭିଡିଓରେ ଗୀତା ରୌତେଲା ତାଙ୍କ ମାଆଙ୍କ ହାତ ଧରି ଆମାଜନ ଅଫିସର ବିଭିନ୍ନ ବିଭାଗ ବୁଲାଇ ଦେଖାଉଥିବାର ନଜର ଆସୁଛି । ଗୀତା ମା’ଙ୍କୁ କହୁଛନ୍ତି, ‘ମା’ ତୁ ଦିନେ ସ୍ବପ୍ନ ଦେଖିଥିଲୁ ନା ତୋ ଝିଅ କେଉଁ ଏକ ବଡ଼ କାର୍ଯ୍ୟାଳୟରେ ବସି ବଡ଼ବଡ଼ ଅଧିକାରୀମାନଙ୍କ ସହ କାମ କରିବ। ଦେଖ ସେ ଦିନ ଆସି ଯାଇଛି  ତୋ ସ୍ବପ୍ନ ପୁରା ହୋଇଛି। ଏଇ ଦେଖ ମୋ ଚୌକି... ଏଠାରେ ବସି ମୁଁ ପ୍ରତିଦିନ କାମ କରେ।  କେବଳ ଏତିକି ନୁହେଁ ଏହା ହେଉଛି ଖାଇବ ଟେବୁଲ। ଯେଉଁଠୁ ମୁଁ ତରତର ହୋଇ ଘରୁ ଅଫିସ ବାହାରି ଆସୁଥିବା ବେଳେ ତୁ ମୋ ବ୍ୟାଗରେ ସ୍ନେହର ସହ ଭରି ଦେଉଥିବା ଖାଦ୍ୟଟିଫନକୁ ମୁଁ ଏଠି ଖଇଥାଏ।’ ଝିଅର କାର୍ଯ୍ୟାଳୟ ବୁଲି ଦେଖୁଥିବା ବେଳେ ମାଆଙ୍କ ମୁହଁରେ ନୀରବ ଆନନ୍ଦ ଏବଂ ଗର୍ବ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା। 

https://www.instagram.com/reels/DTA929-jWXY/

ଅଧିକପଢ଼ନ୍ତୁ:ମସଜିଦ୍ ପାଖ ଜବରଦଖଲ ଉଚ୍ଛେଦ ବେଳେ ପୁଲିସ ଉପରେ ହୋଇଥିଲା ପଥରମାଡ଼, ଉପସ୍ଥିତ ଥିଲେ ସପା ସାଂସଦ

ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ଏହା ପ୍ରକୃତରେ ଏକ ଗର୍ବର ମୁହୂର୍ତ୍ତ। ଭିଡିଓଟି ବହୁତ ସାନ୍ତ୍ୱନାଦାୟକ। ଏହି ମୁହୂର୍ତ୍ତ ଅମୂଲ୍ୟ। ଏହା କେବଳ ଏକ ଅଫିସ୍ ଟୁର୍ ବିଷୟରେ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କ କାହାଣୀ ଯିଏ ନିଜ ପିତାମାତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ କଠିନ ପରିଶ୍ରମ କରନ୍ତି। ଏହା କେବଳ ସଫଳତାର ଚମକକୁ ପ୍ରଦର୍ଶନ କରେ ନାହିଁ ବରଂ ସମ୍ପର୍କର ସରଳତା ଏବଂ ଭାବନାର ଗଭୀରତାକୁ ମଧ୍ୟ ପ୍ରଦର୍ଶନ କରେ।

ଅଧିକପଢ଼ନ୍ତୁ:ଡାକ ବିଭାଗରେ ନିଯୁକ୍ତି ସୁଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe