Dev Uthani Ekadashi:ଦେବୋତ୍ଥାନ ଏକାଦଶୀର କ’ଣ ରହିଛି ମହତ୍ତ୍ବ ଆସନ୍ତୁ ଜାଣିବା

ଦେବୋତ୍ଥାନ ଏକାଦଶୀରେ ଭଗବାନ ବିଷ୍ଣୁ ତାଙ୍କର ଚାରି ମାସର ଯୋଗ ନିଦ୍ରାରୁ ଜାଗ୍ରତ ହୁଅନ୍ତି ଏବଂ ବ୍ରହ୍ମାଣ୍ଡର ଦାୟିତ୍ୱ ଗ୍ରହଣ କରନ୍ତି। ଭଗବାନ ଜାଗ୍ରତ ହେବାପରେ ପୁଣିଥରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଥା ଏ।

Untitled-18 (1)

dev-uthani-ekadashi Photograph: (@sambad.in)

ଭୁବନେଶ୍ବର: କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଦେବୋତ୍ଥାନ ଏକାଦଶୀ ବର୍ଷରେ ପଡୁଥିବା ୨୪ଟି ଏକାଦଶୀ ମଧ୍ୟରେ ସବୁଠାରୁ ଶୁଭ ଓ ମଙ୍ଗଳକାରୀ ଏକାଦଶୀ ଭାବେ ବିବେଚନା କରାଯାଇଛି । ଏହି ଏକାଦଶୀକୁ ବଡ଼ ଏକାଦଶୀ ମଧ୍ୟ କୁହାଯାଏ। 
ଚଳିତ ବର୍ଷ ଏହି ଏକାଦଶୀ ନଭେମ୍ବର ୨ରେ ଅର୍ଥାତ୍ ରବିବାରଦିନ ପାଳନ କରାଯିବ।

ଦେବୋତ୍ଥାନ ଏକାଦଶୀରେ ଯୋଗ ନିଦ୍ରାରୁ ଜାଗ୍ରତ ହୁଅନ୍ତି ଭଗବାନ ବିଷ୍ଣୁ

ବିଶ୍ୱାସ ରହିଛି ଏହି ଦିନ, ଭଗବାନ ବିଷ୍ଣୁ ତାଙ୍କର ଚାରି ମାସର ଯୋଗ ନିଦ୍ରାରୁ ଜାଗ୍ରତ ହୁଅନ୍ତି ଏବଂ ବ୍ରହ୍ମାଣ୍ଡର ଦାୟିତ୍ୱ ଗ୍ରହଣ କରନ୍ତି। ଭଗବାନ ଜାଗ୍ରତ ହେବାପରେ ପୁଣିଥରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଥା ଏ। ଘରେଘରେ ଶୁଭ ବାଇଦ ଗୁଞ୍ଜରିତ ହୋଇଥାଏ।

ଅଧିକପଢ଼ନ୍ତୁପ୍ରତିଶୋଧମୂଳକ ବିଜୟ ପରେ ବାପାଙ୍କୁ ଧରି କାନ୍ଦିଲେ ଜେମିମା, ଭାଇରାଲ ହେଲା ଭିଡିଓ

ଶାସ୍ତ୍ର ଅନୁଯାୟୀ ଦେବୋତ୍ଥାନ ଏକାଦଶୀରେ ତୁଳସୀ ବିବାହକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। କୁହାଯାଏ ଯେ ଦେବୋତ୍ଥାନ ଏକାଦଶୀରେ ତୁଳସୀ ବିବାହ କରିବା କନ୍ୟାଦାନର ପୂର୍ଣ୍ଣ୍ୟ ସହିତ ସମାନ ହୋଇଥାଏ। ଏହି ବ୍ରତ ପାଳନ କରୁଥିବା ବ୍ୟକ୍ତିକୁ ସ୍ବର୍ଗ ଓ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ।

ନଭେମ୍ବର ୨ରେ ପଡ଼ୁଛି ଚଳିତ ବର୍ଷର ଦେବୋତ୍ଥାନ ଏକାଦଶୀ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ତିଥି ନଭେମ୍ବର ୧ ତାରିଖ ସକାଳ ୯.୧୧ ରେ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ସକାଳ ୭.୩୧ ରେ ଶେଷ ହେବ। ଉଦୟା ତିଥିରେ ଚଳିତ ବର୍ଷ ଦେବୋତ୍ଥାନ ଏକାଦଶୀ ନଭେମ୍ବର ୨ ତାରିଖରେ ପାଳନ କରାଯିବ।

ଅଧିକପଢ଼ନ୍ତୁ'ମୋ ସ୍ୱାମୀ ନାସ୍ତିକ, ମୁଁ ଛାଡପତ୍ର ନେବି' କୋର୍ଟରେ ଏଭଳି ଆବେଦନ କଲେ ମହିଳା

Dev Uthani Ekadashi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe