Doctor Advice: ଦାନ୍ତ ପୋକା ଖାଉଛି କି? କ’ଣ କୁହନ୍ତି ଡାକ୍ତର ଜାଣିବା....

Advertisment

ଅତ୍ୟଧିକ ଚିନିଯୁକ୍ତ, ମଇଦା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତର ଫାଙ୍କା ସ୍ଥାନରେ ଏସବୁ ଜମିଯାଏ। ଜମିଯାଇଥିବା ଖାଦ୍ୟଗୁଡ଼ିକ ବ୍ୟାକ୍ଟେରିଆ ସହ ମିଶି ଏସିଡ୍‌ ସୃଷ୍ଟି କରିଥାଏ ଏବଂ ତାହା ଦାନ୍ତରେ ଗର୍ତ୍ତ ସୃଷ୍ଟି କରେ।

ଅତ୍ୟଧିକ ଚିନିଯୁକ୍ତ, ମଇଦା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତର ଫାଙ୍କା ସ୍ଥାନରେ ଏସବୁ ଜମିଯାଏ। ଜମିଯାଇଥିବା ଖାଦ୍ୟଗୁଡ଼ିକ ବ୍ୟାକ୍ଟେରିଆ ସହ ମିଶି ଏସିଡ୍‌ ସୃଷ୍ଟି କରିଥାଏ ଏବଂ ତାହା ଦାନ୍ତରେ ଗର୍ତ୍ତ ସୃଷ୍ଟି କରେ।

Untitled-16 copy

Photograph: (sambad.in)

  • ଦାନ୍ତ ପୋକ ଖାଇବାର ମୂଳ କାରଣ କ’ଣ?
    ଅତ୍ୟଧିକ ଚିନିଯୁକ୍ତ, ମଇଦା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତର ଫାଙ୍କା ସ୍ଥାନରେ ଏସବୁ ଜମିଯାଏ। ଜମିଯାଇଥିବା ଖାଦ୍ୟଗୁଡ଼ିକ ବ୍ୟାକ୍ଟେରିଆ ସହ ମିଶି ଏସିଡ୍‌ ସୃଷ୍ଟି କରିଥାଏ ଏବଂ ତାହା ଦାନ୍ତରେ ଗର୍ତ୍ତ ସୃଷ୍ଟି କରେ। ବାରମ୍ବାର ଖାଦ୍ୟ ଖାଇବା ଦାନ୍ତ ଉପରେ ଏସିଡ୍ ପ୍ରଭାବକୁ ବଢ଼ାଇ ଦିଏ, ଖାଦ୍ୟ ଖାଇସାରିବା ପରେ ଭଲ ଭାବରେ ବ୍ରସ୍‌ ନକଲେ ବା ପାଣିରେ ଭଲ ଭାବରେ କୁଳି ନକଲେ ଦାନ୍ତ ପୋକ ଲାଗେ ଓ ବିନ୍ଧା ହୋଇଥାଏ।
  • ଦାନ୍ତବିନ୍ଧାର ଚିକିତ୍ସା କ’ଣ ରହିଛି?
    ପ୍ରଥମେ ଦାନ୍ତର ଏକ୍ସରେ କରିବା ଆବଶ୍ୟକ। ଏହାପରେ ଫିଲିଂ, ରୁଟ୍‌ କେନାଲ କିମ୍ବା ଦାନ୍ତ ଓପାଡ଼ାଯିବ ତାହା ଦେଖାଯାଏ। ଯଦି ଦାନ୍ତର ଏନାମେଲ୍‌ ସ୍ତରରେ କ୍ୟାଭିଟି ହୋଇଛି, ତା’ହେଲେ କେବଳ ଫିଲିଂ କରାଯାଏ। ଯଦି ମଝି ସ୍ତର ଯାଏ କ୍ୟାଭିଟି ମାଡ଼ିଯାଇଛି, ତା’ ହେଲେ ରୁଟ୍‌ କେନାଲ ଚିକିତ୍ସା କରିବାକୁ ପଡ଼ିଥାଏ। ଦାନ୍ତ ବିନ୍ଧା ରୋକିବା ପାଇଁ ଠିକ୍ ଭାବରେ ବ୍ରସ୍‌ କରିବା ଉଚିତ। ବ୍ରସ୍‌କୁ ଭଲ ଭାବରେ ଦାନ୍ତର ଉପରୁ ତଳକୁ ଏବଂ ତଳୁ ଉପରକୁ କରି ସଫା କରନ୍ତୁ। ଚିନି, ମିଠା, ମଇଦା ଥିବା ଖାଦ୍ୟ କମ୍ ଖାଆନ୍ତୁ। ମିଠା ଜାତୀୟ ଖାଦ୍ୟ ଖାଇସାରିବା ପରେ ଭଲ ଭାବରେ ବ୍ରସ୍‌ ଓ କୁଳି କରିବା ଆବଶ୍ୟକ।
  • ଉପଯୁକ୍ତ ସମୟରେ ଦାନ୍ତ ଚିକିତ୍ସା କରା ନ ହେଲେ କ’ଣ ସମସ୍ୟା ହୋଇଥାଏ?
    ଅନେକ ସମୟରେ ଦାନ୍ତର ମାଢ଼ି କ୍ଷୟ ପରି ମାରାତ୍ମକ ସମସ୍ୟା ଦେଖାଦେଇଥାଏ। ଦାନ୍ତରେ ମଇଳା ଜମିବା ଦ୍ୱାରା ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି କରିଥାଏ। ପେଟରେ ଗଡ଼ବଡ଼ ହେଲେ ପାଟିରେ ଅଲସର, ଘା’ ହେବା କିମ୍ବା ପାଟିରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଥାଏ। ପାଟିର ଗନ୍ଧ ଅନେକ ରୋଗର ମୂଳ କାରଣ ପାଲଟିଥାଏ। ଏସବୁକୁ ଧ୍ୟାନରେ ରଖି ପାଟିର ବିଶେଷ ଯତ୍ନ ରଖିବା ଉଚିତ।
  • ଦାନ୍ତ ମୂଳରୁ ରକ୍ତ ପଡ଼େ କାହିଁକି?
    ଏହା ମାଢ଼ିରେ ଜୀବାଣୁ ଜମା ହେବା ଯୋଗୁଁ ହୁଏ। ଭିଟାମିନ୍ ସି ଅଭାବ ମାଢ଼ିକୁ ଦୁର୍ବଳ କରିଦିଏ ଏବଂ ସହଜରେ ରକ୍ତସ୍ରାବ କରେ। ଏହି ଅଭାବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ହ୍ରାସ କରେ। କିଛି ଲୋକଙ୍କର ରକ୍ତ ଜମାଟ ବାନ୍ଧିବାର କ୍ଷମତା କମ୍ ଥାଏ। ଏହି କାରଣରୁ ସାମାନ୍ୟ ଆଘାତ କିମ୍ବା ଘଷିବା ଦ୍ୱାରା ମଧ୍ୟ ରକ୍ତସ୍ରାବ ହୁଏ। ଏପରି ପରିସ୍ଥିତିରେ, ଡାକ୍ତରଙ୍କ ପରୀକ୍ଷା ଏବଂ ରକ୍ତ ପରୀକ୍ଷା ଆବଶ୍ୟକ।
  • ଏହାର ଘରୋଇ ଚିକିତ୍ସା କ’ଣ ରହିଛି?
    ଲବଙ୍ଗ ତେଲ ଦାନ୍ତ ମୂଳରେ ଲଗାଇବା, ହଳଦୀ ପାଣି କୁଳି କରିବା ଉପାଦେୟ। ଦାନ୍ତ ବିନ୍ଧା ପାଇଁ ଅଦା ଏକ ଉତ୍ତମ ଔଷଧ। ଦାନ୍ତ ବିନ୍ଧୁଥିଲେ ଅତ୍ୟଧିକ ଗରମ ଓ ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ, ବାରମ୍ବାର ଉଷୁମ ପାଣିରେ କୁଳି କରନ୍ତୁ, ଆରାମ ମିଳିବ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ସ୍ନେହ ଓ କରତାଳି ନୃତ୍ୟଦୁନିଆରେ ଆଗକୁ ବଢ଼ିବାକୁ ଯୋଗାଇ ଦେଇଥିଲା ଇନ୍ଧନ: ଜ୍ୟୋତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe