Advertisment

Education: ଶିକ୍ଷା ହିଁ ମହିଳାଙ୍କ ପ୍ରଗତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବ: ମେନକା ଗୁରୁସ୍ବାମୀ

Advertisment

ବର୍ତ୍ତମାନ ସମଗ୍ର ଭାରତର ବିଭିନ୍ନ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ସେ ପ୍ରାର୍ଥୀମାନଙ୍କ ମଧ୍ୟରେ ଡକ୍ଟର ମେନକା ଗୁରୁସ୍ବାମୀଙ୍କୁ ସବୁଠା‌ରୁ ଚର୍ଚ୍ଚିତ ଓ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।

ବର୍ତ୍ତମାନ ସମଗ୍ର ଭାରତର ବିଭିନ୍ନ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ସେ ପ୍ରାର୍ଥୀମାନଙ୍କ ମଧ୍ୟରେ ଡକ୍ଟର ମେନକା ଗୁରୁସ୍ବାମୀଙ୍କୁ ସବୁଠା‌ରୁ ଚର୍ଚ୍ଚିତ ଓ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।

dgjgdjcnbcnbnc

ବର୍ତ୍ତମାନ ସମଗ୍ର ଭାରତର ବିଭିନ୍ନ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ସେ ପ୍ରାର୍ଥୀମାନଙ୍କ ମଧ୍ୟରେ ଡକ୍ଟର ମେନକା ଗୁରୁସ୍ବାମୀଙ୍କୁ ସବୁଠା‌ରୁ ଚର୍ଚ୍ଚିତ ଓ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମେନକା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦେଶର ଜଣେ ଜଣାଶୁଣା ସାଂବିଧାନିକ ବ୍ୟାପାର ବିଶେଷଜ୍ଞ ଭାବେ ପରିଚିତ ମେନକା ପ୍ରଥମ ସମଲିଙ୍ଗୀ ମହିଳା ସାଂସଦ ଭାବେ ସେ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ଆଇନ ବ୍ୟବସାୟରୁ ରାଜନୀତିକୁ ଆଗମନ, ସମଲିଙ୍ଗୀଙ୍କ ଆଇନଗତ ଅଧିକାର ପାଇଁ ଲଢ଼େଇ ଏବଂ ନୂଆପିଢ଼ିର ମହିଳାଙ୍କ  ଅଧିକାର ଓ ଦାୟିତ୍ବ ଆଦି ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି

ସୁପ୍ରିମ୍‌କୋର୍ଟ‌ରେ ମାମଲା ଲଢ଼ୁଥିବା ହଜାର ହଜାର ଆଇନଜୀବୀଙ୍କ ମଧ୍ୟରେ ସେ ସ୍ବତନ୍ତ୍ର। ତାଙ୍କର ରହିଛି ଭିନ୍ନ ପରିଚୟ। ମୁଖ୍ୟତଃ ସାମାଜିକ ଅଧିକାର ସମ୍ବଳିତ ମାମଲା ଲଢୁଥିବା ମେନକା ନିଜ ବୃତ୍ତିଗତ ଜୀବନ ସଂପର୍କରେ କହନ୍ତି, ‘‘ଅମଲାତାନ୍ତ୍ରିକ ସଂସ୍କାର ମାମଲା, ଅଗଷ୍ଟା ୱେଷ୍ଟ୍‌ଲ୍ୟାଣ୍ଡ୍‌ ଲାଞ୍ଚ ମାମଲା ଓ ସଲ୍‌ୱା ଜୁଡୁମ୍‌ ତଥା ଶିକ୍ଷା ଅଧିକାର ସଂପର୍କିତ ସାଂବିଧାନିକ ମାମଲାର ପରିଚାଳନା ମୋ ଜୀବନର ସବୁଠାରୁ ଖୁସିର ସମୟ। କିନ୍ତୁ, ଧାରା ୩୭୭ ମାମଲାରେ ବିଜୟ ହେଉଛି ମୋ ଜୀବନର ସବୁଠାରୁ ଉଲ୍ଲେଖନୀୟ ଘଟଣା, ଯାହା ସବୁଦିନ ପାଇଁ ମୋ ସ୍ମୃତିପଟ୍ଟରେ ଲିପିବଦ୍ଧ ରହିବ। ଏହି ମାମଲାଗୁଡ଼ିକ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇପାରିଛି।’’

Weekly Horoscope 2026 March 8 To 14: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ର ସାଂବିଧାନିକ ବୈଧତାକୁ ଆହ୍ବାନ ଦେଇଥିଲା। କାରଣ, ଏହି ଧାରା ସହମତିଭିତ୍ତିକ ସମଲିଙ୍ଗୀ ସଂପର୍କକୁ ଅପରାଧ ଆଖ୍ୟା ଦେଇଥିଲା। ୨୦୧୮ ମସିହାରେ ସମଲିଙ୍ଗୀ ସଂପର୍କକୁ ଅପରାଧମୁକ୍ତ କରିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଭାରତରେ ଏଲ୍‌.ଜି.ବି.ଟି.କ୍ୟୁ.+ ବର୍ଗର ଅଧିକାର ସକାଶେ ଏକ ଉଲ୍ଲେଖନୀୟ ବିଜୟ ଥିଲା। ଏହି ମାମଲାରେ ସଂପ୍ରଦାୟର ଅଧିକାର, ବ୍ୟକ୍ତିଗତ ସ୍ବାଧୀନତା ଓ ମର୍ଯ୍ୟାଦାର ସ୍ବୀକୃତି ପାଇଁ ଯୁକ୍ତି ଉପସ୍ଥାପନ କରି ବିଚାରକଙ୍କୁ ଚମତ୍କୃତ କରିଥିଲେ। ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ରାୟ ନିଃସନ୍ଦେହରେ ଭାରତରେ ଏଲ୍.ଜି.ବି.ଟି.କ୍ୟୁ.+ ଅଧିକାର ଆନ୍ଦୋଳନ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା। 

ସୁଧାଂଶୁବାଳା ଥିଲେ ମୋ‌ ପାଇଁ ପ୍ରେରଣାର ଉତ୍ସ
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଁ ଜଣେ ବରିଷ୍ଠ ଆଇନଜୀବୀ ଭାବେ ମନେ ପକାଇ ଦେବାକୁ ଚାହେ, ଏକଦା ପୁରୁଷପ୍ରାଧାନ୍ୟ ବୃତ୍ତି ଥିବା ଆଇନ ବ୍ୟବସାୟରେ ମହିଳାମାନେ ବହୁ ସଂଘର୍ଷ କରି ଏଥିରେ ପ୍ରବେଶ କରିଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ଓଡ଼ିଶାର ଜଣେ ମହିଳାଙ୍କର ସର୍ବାଧିକ ଅବଦାନ ରହିଛି। କିଛି ମହିଳା ଆମ ସମସ୍ତଙ୍କ ପାଇଁ ସମ୍ମାନନୀୟା, ସ୍ମରଣୀୟା ଏବଂ ମୋ ଜୀବନର ପ୍ରେରଣାପ୍ରଦାୟିନୀ ଅଟନ୍ତି। ୧୯୧୬ ମସିହାରେ କଲିକତା ହାଇକୋର୍ଟରେ ରେଜିନା ଗୁହା ନାମ୍ନୀ ମହିଳା ଓକିଲଙ୍କୁ ପଞ୍ଜୀକୃତ ହେବା ଅଧିକାରରୁ ବଞ୍ଚିତ କରାଯାଇଥିଲା। ଏହାକୁ ନେଇ ସେ ମାମଲା ଦାଏର କରିଥିଲେ ଏବଂ ବିଜୟୀ ହୋଇ ଓକିଲାତି କରିଥିଲେ। ତେବେ ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି, ଚିରନମସ୍ୟା ବାରିଷ୍ଟର ମଧୁସୂଦନ ଦାସଙ୍କ ଝିଅ ସୁଧାଂଶୁବାଳାଙ୍କ ଓକିଲାତି ପ୍ରସଙ୍ଗ। ସୁଧାଂଶୁବାଳା କଟକସ୍ଥିତ ରେଭେନ୍‌ସା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ।

ସେ ପାଟଣା ବିଶ୍ବବିଦ୍ୟାଳୟ ଅଧୀନରେ ଆଇନ ପାଠ ପଢୁଥିଲେ। ୧୯୧୭ରେ କଲିକତା ବିଶ୍ବବିଦ୍ୟାଳୟ ତାଙ୍କୁ ସେଠାରେ ପରୀକ୍ଷା ଦେବାକୁ ଅନୁମତି ଦେଇ ନ ଥିଲେ। ପରେ ସେ ପାଟଣା ବିଶ୍ବବିଦ୍ୟାଳୟରେ ପରୀକ୍ଷା ପାଇଁ ଆବେଦନ କଲେ। ସେମାନେ ମଧ୍ୟ ଏହାକୁ ନାକଚ କରିଥିଲେ। ୧୯୨୧ରେ ସୁଧାଂଶୁବାଳା ପାଟଣା ହାଇକୋର୍ଟରେ ଏହା ବିରୋଧରେ ମାମଲା ଦାଏର କରିଥିଲେ ଏବଂ ବିଜୟୀ ହୋଇ ଜଣେ ଆଇନଜୀବୀ ଭାବେ ଉଦାହରଣ ସୃଷ୍ଟି କରିଥିଲେ। ସେହିପରି ପରାଧୀନ ଭାରତରେ ତତ୍‌କାଳୀନ ପ୍ରାଭାଙ୍କୋର ରାଜ୍ୟରେ ଆନ୍ନା ଚାଣ୍ଡି ଭାରତର ପ୍ରଥମ ମହିଳା ମୁନ୍‌ସିଫ ଜଜ୍ ଭାବେ ନିଯୁକ୍ତି ପାଇଥିଲେ। ସ୍ବାଧୀନ ଭାରତରେ ତଥା ୧୯୪୮ରେ ଭାରତର ସେ ପ୍ରଥମ ମହିଳା ଜିଲ୍ଲା ବିଚାରପତି ଭାବେ ଏବଂ ୧୯୫୯ରେ କେରଳ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏମାନେ ନାରୀମାନଙ୍କ ଲାଗି ପ୍ରେରଣାର ଉତ୍ସ। ସମଗ୍ର ଜୀବନ ସେମାନେ ମହିଳାମାନଙ୍କ ଅଧିକାର ଏବଂ ବୃତ୍ତିଗତ ସମାନତା ଓ ସ୍ବାଧୀନତା ନିମନ୍ତେ ସଂଗ୍ରାମ କରିଛନ୍ତି। ଏହା ମୋ ପାଇଁ ପ୍ରେରଣାର ପଥ ପାଲଟିଥିଲା।

Encroachment: ରାସ୍ତା ସମ୍ପ୍ରସାରଣ ପାଇଁ ହଟୁଛି ୭୦ ବର୍ଷର ଗଛ

ନିଜର ଐତିହାସିକ ଲଢ଼େଇ ସମ୍ପର୍କରେ ମେନକା କହନ୍ତି, ‘‘ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟ୍‌ଲ୍ୟାଣ୍ଡ୍‌ ଲାଞ୍ଚ ମାମଲାରେ ଦୁର୍ନୀତି ଅଭିଯୋଗର ବିଚାର ପ୍ରକ୍ରିୟା ପରିଚାଳନାରେ ମୁଁ ଜଣେ ଆଇନଜୀବୀ ଭାବେ ସାମିଲ ହୋଇଥିଲି। ଏହି ମାମଲାର ବିଚାର ପରେ ଗ୍ରହଣ କରାଯାଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ  ପ୍ରତିରକ୍ଷା ସାମଗ୍ରୀ କ୍ରୟ ଏବଂ ସରକାରୀ କାରବାରରେ ସ୍ବଚ୍ଛତା ଆଣିବାରେ ସହାୟକ ହୋଇଥିଲା। ଏଥିସହ ଏକ ଆଇନଗତ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା। ଏହା ମୋ ଜୀବନର ଗୋଟିଏ ଅଭୁଲା ସ୍ମୃତି ହୋଇ ରହିବ। ଛତିଶଗଡ଼ରେ ନକ୍ସଲଙ୍କ  କାର୍ଯ୍ୟକଳାପକୁ  ରୋକିବା ଲାଗି ସୃଷ୍ଟି କରାଯାଇଥିବା ରାଜ୍ୟ ପ୍ରାୟୋଜିତ ସଶସ୍ତ୍ର ଆନ୍ଦୋଳନ ସଲ୍‌ୱା ଜୁଡୁମ୍ ବିରୋଧୀ ମାମଲାରେ ମୁଁ ପକ୍ଷଭୁକ୍ତ ଥିଲି। ମାନ୍ୟବର ସୁପ୍ରିମ୍‌କୋର୍ଟ ସଲ୍‌ୱା ଜୁଡୁମର ବୈଧତା ଏବଂ ମାନବାଧିକାର ଉପରେ ଏହାର ପ୍ରଭାବକୁ ଯାଞ୍ଚ କରିଥିଲେ। ମୁଁ ରାଷ୍ଟ୍ର ପ୍ରାୟୋଜିତ ହିଂସା ଏବଂ ଏହି ଗୋଷ୍ଠୀର ଅପରାଧକୁ ଦଣ୍ଡମୁକ୍ତ କରାଯିବାକୁ ସମାଲୋଚନା କରି ଯୁକ୍ତି ଉପସ୍ଥାପନ କରିଥିଲି। ଏହା ମୋତେ ସର୍ବାଧିକ ବୃତ୍ତିଗତ ସନ୍ତୋଷ ଦେଇଥିଲା। ତେବେ, ୬ରୁ ୧୪ ବର୍ଷ ବୟସ୍କ ଶିଶୁମାନଙ୍କ ପାଇଁ ଦେୟମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିମନ୍ତେ ଲଢ଼େଇ କରିଥିଲି। ମୌଳିକ ଅଧିକାର ଭାବେ ଶିକ୍ଷାର ଗୁୁରୁତ୍ବକୁ ଦୃଢ଼ କରିପାରି ଥିବାରୁ ଦେଶର କୋଣଅନୁକୋଣରୁ ଯେଉଁ ଶୁଭେଚ୍ଛାର ସୁଅ ଛୁଟିଥିଲା ତାହା ଅବିସ୍ମରଣୀୟ।’’

ବ୍ୟକ୍ତିଗତ ଜୀବନର ପ୍ରତିଫଳନ
ଆଇନଗତ ଲଢ଼େଇ ବାହାରେ ମେନକା ଗୁରୁସ୍ବାମୀଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଏଲ୍.ଜି.ବି.ଟି.କ୍ୟୁ.+ ଅଧିକାରକୁ ସମର୍ଥନ କରିଥାଏ। ଏହାକୁ ନେଇ ସେ କହନ୍ତି, ‘‘ସମଲିଙ୍ଗୀ ସଂପର୍କକୁ ଅପରାଧମୁକ୍ତ କରିବା ସପକ୍ଷରେ ଅଦାଲତ ରାୟ ଦେବା ପରେ ମୁଁ ସାର୍ବଜନୀନ ଭାବେ ମୋର ସହଯୋଗୀ ଓକିଲ ଅରୁନ୍ଧତୀ ‌କାଟଜୁଙ୍କ ସହିତ ସମଲୈଙ୍ଗିକ ସଂପର୍କ ବିଷୟରେ ପ୍ରକାଶ କରିଥିଲି।’’ ଖୋଲାଖୋଲି ଭାବେ ତାଙ୍କ ସଂପର୍କ ବିଷୟରେ ପ୍ରକାଶକରି ମେନକା ଗୁରୁସ୍ବାମୀ ଏଲ୍.ଜି.ବି.ଟି.କ୍ୟୁ.+ ସଂପ୍ରଦାୟର ଜଣେ ଅଗ୍ରଦୂତ ପାଲଟିଗଲେ। ତା’ଛଡ଼ା ସମଲିଙ୍ଗୀ ପ୍ରେମ ଓ ସହଭାଗିତା ସଂପର୍କରେ ଆଲୋଚନା ପାଇଁ ରାସ୍ତା ଫିଟାଇଥିଲେ।

ଯୁବପିଢ଼ି ପାଇଁ ବାର୍ତ୍ତା
ଆଜିର ଯୁବପିଢ଼ି ବିଶେଷତଃ କିଶୋରୀ ଓ ଯୁବତୀମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ମେନକା କହନ୍ତି, ‘‘ଏକଦା ମୋଗଲ ଶାସନ କାଳରେ ବେଗମ୍‌ଙ୍କ ନାମରେ ମୁଦ୍ରା ଜାରି କରିବା ଅସମ୍ଭବ ଥିଲା। କିନ୍ତୁ ଜାହାଙ୍ଗୀର ବେଗମ୍ ନୂର୍‌ ଜାହଁାଙ୍କ ନାମରେ ମୁଦ୍ରା ପ୍ରଚଳନକରି ପ୍ରଥମେ ସେ ପରମ୍ପରାକୁ ବଦଳାଇଥିଲେ। ୨୦୦ ବର୍ଷ ପୂର୍ବେ କିଏ କ’ଣ କେବେ ଭାବିଥିଲେ ଭାରତର ଭବିଷ୍ୟତରେ ଏପରି ଏକ ଦିନ ଆସିବ ଯେତେବେଳେ ଅସ୍ପୃଶ୍ୟତାକୁ ବେଆଇନ କରାଯିବ, ମହିଳାମାନେ ସମାଜରେ ସମାନ ଅଧିକାର ନେଇ ବଞ୍ଚିବାର ସୌଭାଗ୍ୟ ଲାଭ କରିବେ ଏବଂ ସମଲିଙ୍ଗୀମାନେ ସାଂବିଧାନିକ ଅଧିକାର ସାବ୍ୟସ୍ତ କରିବେ? ସଂବିଧାନର ସୁରକ୍ଷା, ସାମାଜିକ ଅଧିକାର ଏବଂ ଶିକ୍ଷାର ପ୍ରଗତି ପାଇଁ ଆଜିର କିଶୋରୀ ଓ ଯୁବତୀମାନେ ଉପରୋକ୍ତ ଘଟଣାରୁ ପ୍ରେରଣା ପାଇ ଭବିଷ୍ୟତରେ ଉଦାହରଣ ସାଜିବା ଦରକାର। ଯେଉଁଦିନ ଏହା ହୋଇପାରିବ ସେଦିନ ଭାରତବର୍ଷରେ ଉତ୍ସାହର ଉତ୍ସବ ପାଳନ ହେବ।

ସଂକ୍ଷେପରେ ମେନକା

ମେନକା ଗୁରୁସ୍ବାମୀ ନ୍ୟାସ୍‌ନାଲ୍‌ ଲ’ ସ୍କୁଲ୍ ଅଫ୍ ଇଣ୍ଡିଆରୁ ଏଲ୍ଏଲ୍‌ବି କରିବା ପରେ ହାର୍ଭାର୍ଡ ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଯଥାକ୍ରମେ ଏଲ୍ଏଲ୍ଏମ୍ ଓ ବିସିଏଲ୍ ଡିଗ୍ରି ହାସଲ କରିଛନ୍ତି। ୨୦୧୫ରେ ସେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଆଇନରେ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ। ୨୦୧୯ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଆଇନ ବିଭାଗ ତାଙ୍କ ଉତ୍ସର୍ଗୀକୃତ ଓ ନିଃସ୍ବାର୍ଥ କାର୍ଯ୍ୟ ପାଇଁ ତାଙ୍କୁ ଶ୍ରେଷ୍ଠ ଆଇନଜ୍ଞ ଭାବେ ସମ୍ମାନିତ କରିଥିଲା। ବିଶ୍ବ ଗଣମାଧ୍ୟମର ସୁପ୍ରସିଦ୍ଧ ‘ଟାଇମ୍‌ସ୍‌’ ପତ୍ରିକାର ପ୍ରଭାବଶାଳୀ ୧୦୦ଜଣ ବ୍ୟକ୍ତିଙ୍କ ମଧ୍ୟରେ ମେନକା ସ୍ଥାନ ପାଇଥିଲେ। ମେନକା ହେଉଛନ୍ତି ପ୍ରଥମ ଭାରତୀୟ ଏବଂ ବିଶ୍ବର ଦ୍ବିତୀୟ ମହିଳା, ଯାହାଙ୍କ ପ୍ରତିକୃତି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ରୋଡ୍‌ସ୍‌ ହାଉସ୍‌ର ମିଲ୍‌ନର୍‌ ହଲ୍‌ରେ ପ୍ରଦର୍ଶିତ ହୋଇଛି। ଉଲ୍ଲେଖଯୋଗ୍ୟ, ତାଙ୍କର ବାପା ମୋହନ ଗୁରୁସ୍ବାମୀ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ଓ ରଣନୀତିକାର ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ଉପଦେଷ୍ଟା ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe