ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ସମସ୍ତଙ୍କ ନଜର ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ। ବିଜେପିରେ କ୍ରସ୍ ଭୋଟିଂର ସମ୍ଭାବନା ଆପାତତଃ କ୍ଷୀଣ। କିନ୍ତୁ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ବିଜେଡି ଓ କଂଗ୍ରେସରେ କ୍ରସ୍ ଭୋଟିଂ ହେବ ବୋଲି ଆଭାସ ମିଳୁଛି। ଏହାକୁ ନେଇ ଦୁଇ ଦଳର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। ନିର୍ଦ୍ଦିଷ୍ଟ ବିଧାୟକଙ୍କ ଗତିବିଧି ଉପରେ ଦଳ ପକ୍ଷରୁ ନଜର ରଖାଯାଇଛି। ଦଳ ଭିତରେ ଛକାପଞ୍ଝା ଜୋର ଧରିଛି। ପୁଣି ବିଜେଡି-କଂଗ୍ରେସ ମିଳନକୁ ନେଇ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବୟାନ ମଧ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭକ୍ତ ଦାସ ପ୍ରଶଂସାରେ ପୋତି ପକାଇଲେ। ତାଙ୍କ ଶାସନକୁ ସୁଶାସନ କହିବା ସହ ଲୋକ ୨୪ ବର୍ଷକୁ ଝୁରି ହେଉଛନ୍ତି ବୋଲି କହିଥିଲେ। ଶ୍ରୀ ଦାସଙ୍କ ମାତ୍ରାଧିକ ଉତ୍ସାହକୁ ବହୁ କଂଗ୍ରେସ ନେତା ଗ୍ରହଣ କରିପାରୁ ନାହାନ୍ତି। କାରଣ ୨୪ ବର୍ଷ ହେଲା କଂଗ୍ରେସ ହିଁ ବିଜେଡିର ମୁଖ୍ୟ ସମାଲୋଚକ ଥିଲା। ଆହୁରି ମଧ୍ୟ ୨୪ ବର୍ଷରୁ ୯ ବର୍ଷ ବିଜେପି ସହ ବିଜେଡିର ମେଣ୍ଟ ସରକାର ଚାଲିଥିଲା। ତେଣୁ ଗୋଟିଏ ଦିନରେ ଏପରି ମନଖୋଲା ପ୍ରଶଂସା ଗ୍ରହଣୀୟ ନୁହେଁ ବୋଲି ବହୁ କଂଗ୍ରେସ ନେତା ମତ ଦେଇଛନ୍ତି।
Women's Day: କମ ବୟସରେ କାଉନସିଲରରୁ ରାଜ୍ୟ ମହିଳା କମିସନ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା
ଅନ୍ୟପକ୍ଷରେ ନବୀନ ଗତକାଲିର ମେଣ୍ଟକୁ ‘ଧର୍ମନିରପେକ୍ଷତା’ ପାଇଁ ଲଢ଼େଇ ବୋଲି ଆଖ୍ୟା ଦେଇଥିଲେ। ହେଲେ ଆଜି ସଂତୃପ୍ତ ମିଶ୍ରଙ୍କ ବୟାନ ପୂରା କଂଗ୍ରେସର ଉତ୍ସାହରେ ଭଟ୍ଟା ପକାଇ ଦେଇଛି। ସେ କହିଛନ୍ତି, ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି। ଆମର କିଛି ବଳକା ଭୋଟ୍ ଅଛି। କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇପାରିବନି। ତେଣୁ ଏହି ଭୋଟଗୁଡ଼ିକୁ ମିଶାଇ ଓଡ଼ିଶାରୁ ଆଉ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ପଠାଇବା ପାଇଁ ଡିଲ୍ ହୋଇଛି। ଆମ ଦଳର ସଭାପତି ସେହି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ। କଂଗ୍ରେସ ତାଙ୍କୁ ସମର୍ଥନ ଦେଉଛି। ସଂତୃପ୍ତଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ଯେ ନା ଧର୍ମନିରପେକ୍ଷତା ପାଇଁ ଏହି ମେଣ୍ଟ ହୋଇଛି ନା ଆଦର୍ଶଗତ ଭାବେ ହୋଇଛି। କେବଳ ରାଜ୍ୟସଭାର ସଂଖ୍ୟା ଗଣିତରେ ଉଭୟ ଦଳ କମ୍ ଥିବାରୁ ଏମିତି ଏକ ନିଷ୍ପତ୍ତି ନିଆଯାଇଛି। ଏହା ପଛରେ ଆଉ କୌଣସି ଯୁକ୍ତି କି ସିଦ୍ଧାନ୍ତ ନାହିଁ। ତେଣୁ କଂଗ୍ରେସ ଏହାକୁ ନେଇ ଉତ୍ସାହିତ ହେବାର କିଛି କାରଣ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଅପର ପକ୍ଷରେ ଦିଲ୍ଲୀପ ରାୟଙ୍କ ବିଜୟକୁ ନେଇ ବିଜେପି ନେତାମାନେ ଶତ ପ୍ରତିଶତ ଆଶାବାଦୀ। ନିଶ୍ଚିତ ଜିତିବେ ବୋଲି ନିଜେ ଦିଲ୍ଲୀପ ଗତକାଲି ଜୋର୍ ଦେଇ କହିଛନ୍ତି। କିପରି ଜିତିବାକୁ ହୁଏ, ତାହା ଦିଲ୍ଲୀପଙ୍କୁ ଜଣା ବୋଲି ନେତାମାନେ କହି ଚାଲିଛନ୍ତି। କିନ୍ତୁ ସେହି ତରିକାଟି କ’ଣ, ତାହା କେହି କହୁ ନାହାନ୍ତି। ୨୦୦୨ ମସିହାରେ ନବୀନଙ୍କୁ ଚ୍ୟାଲେଞ୍ଜ୍ ଦେଇ ଦିଲ୍ଲୀପ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ଅଟକାଇବାକୁ ନବୀନ ସବୁ ଉଦ୍ୟମ କରିଥିଲେ ବି ବିଫଳ ହୋଇଥିଲେ। ଯଦି କ୍ଷମତାରେ ଥାଇ ନବୀନ ତାଙ୍କୁ ରୋକିପାରି ନଥିଲେ, ତେଣୁ ଏବେ ବି ପାରିବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ନିର୍ଦ୍ଦିଷ୍ଟ ବିଧାୟକଙ୍କ ଗତିବିଧି ଉପରେ ବିଜେଡି, କଂଗ୍ରେସର ନଜର
କଂଗ୍ରେସ ଉତ୍ସାହରେ ଭଟ୍ଟା ପକାଇଲା ସଂତୃପ୍ତଙ୍କ ବୟାନ
୫ ଜଣଙ୍କ ପ୍ରାର୍ଥିପତ୍ର କାଏମ୍
ଦିଲ୍ଲୀପଙ୍କ ବିଜୟ ନେଇ ବିଜେପି ପକ୍ଷରୁ ଜୋର୍ ଦିଆଯାଉଥିଲା ବେଳେ ବିଜେଡି ଓ କଂଗ୍ରେସ ନେତୃତ୍ବ ବେଶ୍ ସତର୍କ ହୋଇଯାଇଛନ୍ତି। କାରଣ ଗତ କିଛି ମାସ ହେଲା ଉଭୟ ଦଳରେ ନେତୃତ୍ବର କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ କୁହୁଳୁଛି। କଂଗ୍ରେସରେ ରମେଶ ଜେନା ଖୋଲାଖୋଲି ଭାବେ ବିଜେଡି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ବି ଦଳର ନିଷ୍ପତ୍ତି ମାନିବେ ବୋଲି କହିଛନ୍ତି। ସେମିତି ବିଧାୟକ ସୋଫିଆ ଫିରଦୋସଙ୍କ ବାପା ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। ମୋକିମ ଚଳାଇଥିବା ସମାନ୍ତରାଳ ସଂଗଠନରେ ସୋଫିଆ ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ତେଣୁ ସେ ଦଳର ନିଷ୍ପତ୍ତି ମାନି ନପାରନ୍ତି ବୋଲି ମତପ୍ରକାଶ ପାଉଛି। ଏହି ଦୁଇ ଜଣ ବିଧାୟକ କେତେଦୂର ଦଳର ନିଷ୍ପତ୍ତି ସହ ରହିବେ, ତାହାକୁ ନେଇ ଅଧିକ ଚର୍ଚ୍ଚା। କଂଗ୍ରେସର ଆଉ ଦୁଇ ଜଣ ବିଧାୟକ ମଧ୍ୟ ସ୍କାନର୍ରେ ରହିଛନ୍ତି। ସେମାନଙ୍କ ଉପରେ ପିସିସି ପକ୍ଷରୁ ନଜର ରଖାଯାଇଛି।
Blue Sparrow: ଖେମିନିଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ ମହାକାଶରୁ ଛାଡ଼ିଥିବା କ୍ଷେପଣାସ୍ତ୍ର ‘ବ୍ଲୁ ସ୍ପାରୋ’
ବିଜେଡିରେ ମଧ୍ୟ ସମାନ ସ୍ଥିତି। ଦଳ ନିକଟ ଅତୀତରେ କଟକ ଜିଲ୍ଲାର ଦୁଇ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ବାଳଙ୍କୁ ଭିନ୍ନ ଭିନ୍ନ କାରଣ ପାଇଁ ନିଲମ୍ବିତ କରିଛି। ଦଳ ନିଲମ୍ବନ କଲା ପରେ ସେମାନଙ୍କୁ ସାମାଜିକ ଗଣମାଧ୍ୟମରେ ଦଳ ପକ୍ଷରୁ ଅପମାନିତ କରାଯାଉଛି। ଦଳର ଆଉ କିଛି ନେତା ସେମାନଙ୍କ ବିରୋଧରେ ଲଗାତାର ଅଭିଯାନ ଚଳାଉଛନ୍ତି। ଏହି ଦୁଇ ନେତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳ ବିଧାୟକ ଅଛନ୍ତି। ଯଦିଓ ବାପାଙ୍କ ଅପମାନକୁ ସେମାନେ ପରିସ୍ଥିତିର ଚାପରେ ହଜମ କରିଛନ୍ତି, କିନ୍ତୁ ସୁଯୋଗ ଦେଖି ପ୍ରତିଶୋଧ ନେବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ଅନୁମାନ କରାଯାଉଛି। ଏହି ଦୁଇ ଜଣଙ୍କ ବାଦ୍ ଆଉ ୫ ଜଣ ବିଧାୟକଙ୍କ ଗତିବିଧି ଉପରେ ଦଳ ପକ୍ଷରୁ ନଜର ରଖାଯାଇଛି। ଆଜି ନିର୍ବାଚନ ପର୍ଯ୍ୟବେକ୍ଷକ ଆର.ସନ୍ଥଗୋପାଳନଙ୍କ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ପ୍ରାର୍ଥିପତ୍ରଗୁଡ଼ିକୁ ଯାଞ୍ଚ କରିଥିଲେ। ୫ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/azeQN42MtonqlfFBNrxq.jpg)