Enjoy the Fun of a Night Car Stay: ବୁଲିଯାଇଛନ୍ତି କି? ନିଅନ୍ତୁ ନାଇଟ୍‌ କାର୍‌ ଷ୍ଟେ' ର ମଜା...

Advertisment

ଆପଣ ଏକ ଅଜଣା ସ୍ଥାନକୁ ବୁଲି ଯାଇଛନ୍ତି ଏବଂ ସେଠାରେ ରହିବା ପାଇଁ କୌଣସି ହୋଟେଲ୍‌ରେ ରୁମ୍‌ ଉପଲବ୍ଧ ନାହିଁ। ଏପରି ସ୍ଥଳେ କରିବେ କ’ଣ? ‌ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ନିଜ କାର୍‌କୁ ମୋଡିଫାଏ କରି ରାତ୍ରରହଣି ଲାଗି ପ୍ରସ୍ତୁତ କରିପାରିବେ।

ଆପଣ ଏକ ଅଜଣା ସ୍ଥାନକୁ ବୁଲି ଯାଇଛନ୍ତି ଏବଂ ସେଠାରେ ରହିବା ପାଇଁ କୌଣସି ହୋଟେଲ୍‌ରେ ରୁମ୍‌ ଉପଲବ୍ଧ ନାହିଁ। ଏପରି ସ୍ଥଳେ କରିବେ କ’ଣ? ‌ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ନିଜ କାର୍‌କୁ ମୋଡିଫାଏ କରି ରାତ୍ରରହଣି ଲାଗି ପ୍ରସ୍ତୁତ କରିପାରିବେ।

Untitled-31

‘ୟେ ସଫର୍‌ ବହତ୍‌ ହି କଠିନ୍‌ ମଗର, ନା ଉଦାସ ‌ହୋ ମେରେ ହମ୍‌ସଫର୍‌...’ ଗୀତଟିରେ ପ୍ରାଣପ୍ରିୟାଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିଲା। ହେଲେ ସତସତିକା ଟ୍ରାଭେଲ୍‌ରେ ଏ ପ୍ରାଣପ୍ରିୟା ଆପଣଙ୍କ ଗାଡ଼ି ଓ ସଂଗୀନି ଉଭୟ ବି ହୋଇପାରନ୍ତି। ଆପଣ ବାହାରକୁ ଲଙ୍ଗ ଜର୍ଣ୍ଣିଂରେ ଯାଇଛନ୍ତି ଏବଂ ସେଠାରେ ବାଟରେ ରହିବା ପାଇଁ କୌଣସି ହୋଟେଲ୍‌ ବା ଅନ୍ୟାନ୍ୟ ସୁବିଧା ନାହିଁ, ଏମିତି ଅସୁବିଧାର ଆପଣ କେବେ ସମ୍ମୁଖୀନ ହୋଇଛନ୍ତି କି? ‌େ‌ତବେ ଏହାର ଏକ ସରଳ ସୁବିଧା ସୂତ୍ରରେ ଆପଣ ନିଜର କାର୍‌କୁ ନାଇଟ୍‌ ଷ୍ଟେ ରୂ‌ପେ ବ୍ୟବହାର କରିପାରିବେ। ଏମିତି କିଛି ବ୍ୟକ୍ତି ବା ସଂସ୍ଥା ରହିଛନ୍ତି ଯେଉଁମାନେ ବର୍ଷସାରା ଟ୍ରାଭେଲିଂ କରିବାକୁ ଭଲ ପାଆନ୍ତି। ଏଣୁ ସେମାନେ ନିଜ କାର୍‌କୁ ମୋଡିଫାଏ କରି ସେଥିରେ ସବୁପ୍ରକାର ଜରୁରୀ ସାମଗ୍ରୀ ଓ ତମ୍ବୁ ଇତ୍ୟାଦି ନେଇ ଯାତ୍ରା କରିଥାନ୍ତି। ସେମିତି କିଛି ମୋଡିଫାଏଡ୍‌ କାର୍‌ ବିଷୟରେ ଜାଣିବା ଆସନ୍ତୁ....


କେଉଁ ଗାଡ଼ିରେ ପାଇପାରିବେ ସୁବିଧା:

 
ବେଷ୍ଟ-ସେଲିଂ ଏସ୍‌ୟୁଭି ‌ସେଗ୍‌ମେଣ୍ଟରେ ମହିନ୍ଦ୍ରା ବୋଲେରୋ ଦୀର୍ଘଦିନରୁ ଭାରତରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାରେ ସକ୍ଷମ ରହିଛି। ଗ୍ରାମାଞ୍ଚଳରେ  ଏହା ଏବେ ବି ବେଶ୍‌ ଲୋକପ୍ରିୟ। ବାହାଘର ଭୋଜି କହନ୍ତୁ ବା ଦୂରସ୍ଥାନକୁ ପିକ୍‌ନିକ୍‌ ହେଉ ଆପଣ ୧୦ରୁ ପାଖାପାଖି ୬ଟି ଗାଡ଼ି ବୋଲେରୋକୁ ହିଁ ପାଇବେ। କ୍ୟାମ୍ପିଂ ପାଇଁ ଏହା ଏକ ଶ୍ରେଷ୍ଠ ବିକଳ୍ପ। ଏହାର ସିଟ୍‌କୁ ପୁଲ୍‌ କରି ଆପଣ ବେଡ୍‌ ଭା‌ବେ ବ୍ୟବହାର କରିପାରିବେ। ତମ୍ବୁ ପକାଇ ରାତି ରହଣି ମଧ୍ୟ କରିପାରିବେ। 

ଏକ ଲାଇଫ୍‌ଷ୍ଟାଇଲ୍‌ ଗାଡ଼ି ଭାବରେ ଲଞ୍ଚ ହେବା ପରଠୁ, ଭି-କ୍ରସ୍‌ ଭାରତରେ ସବୁଠାରୁ ଲୋକପ୍ରିୟ ପିକ୍‌-ଅପ୍‌ ମଧ୍ୟରୁ ଗୋଟିଏ ହୋଇଗଲା। ପ୍ରାୟ ୫.୩ ମିଟର ଲମ୍ବ ସହିତ ଏହା ଏକ ବଡ଼ କାର୍‌ ଏବଂ ଏହାର ମୋଡିଫିକେସନ୍‌ ପାଇଁ ବିସ୍ତୃତ କାର୍ଗୋ ଏରିଆ ଆବଶ୍ୟକ। ଏହାକୁ ଏକ୍ସଏସ୍‌(XS) ଓଭର୍‌ଲ୍ୟାଣ୍ଡ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ଏକ ୬୫ ଲିଟର୍‌ ଫ୍ରିଜ୍‌ ରହିଛି। ଲଙ୍ଗ ଟ୍ରାଭେଲ୍‌ ପାଇଁ ଏହା ଲୋକମାନଙ୍କର ଏକ ପସନ୍ଦିତା କାର୍‌। ଏହି କାର୍‌ରେ ‌ତମ୍ବୁ, ଷ୍ଟାଣ୍ଡ୍‌, ନାଇଟ୍‌ ଷ୍ଟେ କିଟ୍‌, ଫୋଲ୍‌ଡିଂ ଚେୟାର୍‌ ଓ ଟେବୁଲ୍‌, ସିଟ୍‌ ପୁଲ୍‌ ବେଡ୍‌ ଆଦିର ସୁବଧା ରହିଛି। ଏହାର ଡିକିକୁ ଆପଣ ବେଡ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ।

ଗୁର୍ଖା ଦେଶର ସବୁଠାରୁ ଦକ୍ଷ ଅଫ୍‌-ରୋଡର୍ସ ମଧ୍ୟରୁ ଗୋଟିଏ ଏବଂ ଏହାର ବହୁତ ଫ୍ୟାନ-କ୍ଲବ୍‌ ମଧ୍ୟ ରହିଛି। ଏହାକୁ ବିମ୍ବ୍ରା ୪X୪ ଦ୍ୱାରା ମୋଡିଫାଏ କରାଯାଇଛି ଏବଂ ଏଥିରେ ଏକ ତମ୍ବୁ, ଗୋଟେ କ୍ୟାନୋପି ଓ ସହାୟକ ଲାଇଟ୍‌ ରହିଛି। ଏହାକୁ ନାଇଟ୍‌ ଷ୍ଟେ ପାଇଁ ଆପଣ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ କହିଲେ ଚଳେ। ତମ୍ବୁ ପକାଇ ସିଟ୍‌କୁ ଲମ୍ବା କରି ଆପଣ ସୁରକ୍ଷିତ ‌େଯକୌଣସି ସ୍ଥା‌ନରେ ରହିପା‌ରିବେ।
 
ଓଭର୍‌ଲ୍ୟାଣ୍ଡିଂ ତଥା ଦୂରଯାତ୍ରା ପାଇଁ ଫର୍ଚୁନର୍‌ ସବୁଠୁ ଲୋକପ୍ରିୟ ଗାଡ଼ି କହିଲେ କିଛି ଭୁଲ୍‌ ହେବନି। ଏଥିରେ ନାଇଟ୍‌ ଷ୍ଟେ ପାଇଁ ଷ୍ଟାଣ୍ଡ ଓ ପାଲର ବ୍ୟବସ୍ଥା ରହିଛି। ଆପଣ ଚାହିଲେ ଗାଡ଼ି ଉପରେ ବେଡ୍‌ ବନାଇ ଶୋଇପାରିବେ। ସିଟ୍‌କୁ ପୁଲ୍‌ କରି ତା’ର ଡିକି ଯାଏ ଲମ୍ବାଇ ମଧ୍ୟ ଏହାକୁ ବେଡ୍‌ ଭାବେ ବ୍ୟବହାର କରିପାରିବେ। ଗୋଟିଏ ‌ସିଟ୍‌ରେ ୩ ଜଣ ଆରାମରେ ଶୋଇପାରିବେ।
 
ମହିନ୍ଦ୍ରା କମ୍ପାନିର ସ୍କର୍ପିଓ ବଜେଟ୍‌ ଫର୍ଚୁନର୍‌ ବୋଲି ମଧ୍ୟ ଜଣାଶୁଣା। ଏହା ନିଜକୁ ଏକ ରିଲାଏବଲ୍‌ ୱର୍କହର୍ସ ଭାବେ ପ୍ରମାଣିତ କରିପାରିଛି। ଏଥିରେ ନାଇଟ୍‌ ଷ୍ଟେ କରିପାରିବା ଭଳି ସୁବିଧା ରହିଛି। ରାତି ରହଣି ପାଇଁ ଏଥିରେ କ୍ୟାମ୍ପିଂ କିଟ୍‌, ପାଲ, ସିଟ୍‌-କମ୍‌-ବେଡ୍‌, ଅସ୍ଥାୟୀ ରୋଷେଇ କଲା ଭଳି ସୁବିଧା ରହିଛି।

ଏହା ଭାରତର ସବୁଠାରୁ ପ୍ରିୟ ବଡି-ଅନ୍‌-ଫ୍ରେମ୍‌ ଏସ୍‌ୟୁଭି ମଧ୍ୟରୁ ଗୋଟିଏ। ଏହା କୌଣସି ଭ୍ୟାନିଟି ଭ୍ୟାନ୍‌ଠୁ କମ୍‌ ନୁହେଁ। ଏହାର ଦୁଇପଟ ସିଟ୍‌କୁ ଆପଣ ବେଡ୍‌ ଭାବେ ବ୍ୟବହାର କରିପାରିବେ। ଏହାର ଭିତର ପରିପାଟୀ ସଂପୂର୍ଣ୍ଣ ଭାବେ ଏକ ରୁମ୍‌ ଭଳି ଡିଜାଇନ୍‌ କରାଯାଇଛି। ଯେଉଁଥିରେ ୪ଜଣ ଲୋକ ଆରାମରେ ଚଳିଯାଇପାରିବେ। ଏଥିରେ ବେଡ୍‌ ରୁମ୍‌, କିଚେନ୍‌, ଫ୍ରିଜ୍‌, ୱେଷ୍ଟ ୱାଟର୍‌ ଟ୍ୟାଙ୍କ୍‌, ପୋର୍ଟେବଲ୍‌ ଟଏଲେଟ୍‌, ଷ୍ଟୋଭ୍‌ ବର୍ଣ୍ଣର୍‌, ୱାଟର୍‌ ପ୍ୟୁରିଫାୟର୍‌, ଫୋଲ୍‌ଡିଂ ଟେବୁଲ୍‌ ଓ ଚେୟାରର ସୁବିଧା ରହିଛି। ଜଣେ କ୍ୟାମ୍ପର୍‌ ୯.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଗାଡ଼ିକୁ କନ୍‌ଭର୍ଟ କରିଥିବାର ଏକ ରେକର୍ଡ ରହିଛି।  
 
୨୦୨୦ ମସିହାରେ ମର୍ସିଡିଜ୍‌ ପକ୍ଷରୁ ମାର୍କୋ ପୋଲୋର ଦୁଇଟି ଭାରିଆଣ୍ଟ ଲଞ୍ଚ କରାଯାଇଥିଲା। ଏହା କ୍ୟାମ୍ପେନିଂ ପାଇଁ ଏକ ଉତ୍ତମ ବିକଳ୍ପ। ଏଥିରେ ୪ଜଣ ଲୋକଙ୍କ ରହିବା ପାଇଁ ସ୍ଥାନ ବା ରୁମ୍‌ ରହିଛି ଏବଂ ଏଥିରେ ଏକ ସୋଫା-କମ୍‌-ବେଡ୍‌, ଏକ ଫୋଲ୍‌ଡ-ଆଉଟ୍‌ ଟେବୁଲ୍‌, ୨ଜଣ ‌ଶୋଇବା ଭଳି ଏକ ଆଡ୍‌ଜଷ୍ଟେବଲ୍‌ ରୁଫ୍‌, ଫୋଲ୍‌ଡିଂ ଚେୟାର୍‌ ଓ ଟେବୁଲ୍‌, ଏକ ସାଇଡ୍‌ ପାଲ, ଏକ ୱାର୍ଡରୋବ୍‌ ଓ ଏକ ରୋଷେଇ ଘର ରହିଛି। ଦୂରଯାତ୍ରା ବା କ୍ୟାମ୍ପେନିଂ ପାଇଁ ଏହା ପ୍ରକୃଷ୍ଟ ସୁବିଧା ଦେଇଥାଏ। 
 
୨୦୧୬ ଅଟୋ ଏକ୍ସପୋରେ, ଟାଟା ସଫାରି ଷ୍ଟର୍ମର ଟଫ୍‌ ସଂସ୍କରଣ ପ୍ରଦର୍ଶନ କରିଥିଲା। ଏଥିରେ ମେଟାଲ୍‌ ଫ୍ରଣ୍ଟ୍‌ ଓ ରିଅର୍‌ ବମ୍ପର୍‌, ରୁଫ୍‌ରେ ପରିବେଶ ଅନୁକୂଳ ଅଲ୍‌ ୱେଦର୍‌ ଟେଣ୍ଟ, ଏକ ହାଇ ଲିଫ୍‌ଟ ଜ୍ୟାକ୍‌, ରୁଫ୍‌ରେ ଏଲ୍‌ଇଡି ବାର୍‌ ଓ ଏକ ୱିଞ୍ଚ ରହିଥିଲା। ଭିତର ଭାଗରେ ଏକ ହେଡ୍-ଅପ୍ ଡିସ୍‌ପ୍ଲେ, ଟାୟାର୍‌ ପ୍ରେସର୍ ମନିଟରିଂ ସିଷ୍ଟମ୍‌ ଓ ନାଭିଗେସନ୍‌ ପରି ବୈଶିଷ୍ଟ୍ୟ ଉପଲବ୍ଧ ଥିଲା। ଏହାକୁ ଆପଣ କ୍ୟାମ୍ପିଂ ପାଇଁ ବ୍ୟବହାର କରିପାରିବେ। ଏଥିରେ ପାଲ, ସିଟ୍‌କୁ ବେଡ୍‌ରେ ପରିଣତ କରିବା ପାଇଁ ବୈଶିଷ୍ଟ୍ୟ, ଏଲ୍‌ଇଡି ଲାଇଟ୍‌ ଇତ୍ୟାଦିର ବ୍ୟବସ୍ଥା ରହିଛି। ଏହା ଏବେ ବି ଲୋକମାନଙ୍କର ପସନ୍ଦର କାର୍‌।
 
୪X୪ ଓ ଏକ ଛୋଟ ହ୍ବିଲ୍‌ ବେସ୍‌ ଯୋଗୁଁ ଥାର୍‌ ଏହାର ଅଫ୍‌-ରୋଡିଂ କ୍ୟାପାବିଲିଟି ପାଇଁ ବେଶ୍‌ ପରିଚିତ। ଏହା ଦେଶର ସବୁଠାରୁ ସୁଲଭ ତଥା ସର୍ବାଧିକ ବିକ୍ରି ହେଉଥିବା ଅଫ୍‌-ରୋଡର୍‌ ମଧ୍ୟରୁ ଗୋଟିଏ। ଏହାର ସିଟ୍‌କୁ ପୁଲ୍‌ କରି ବେଡ୍‌ କମ୍‌ ସୋଫା ଭାବେ ବ୍ୟବହାର କରିପାରିବେ। ଏହାର ରୁଫ୍‌ ଟପ୍‌ରେ ପାଲ ଟାଣି ଆପଣ ରାତ୍ରୀରେ କ୍ୟାମ୍ପ କରି ରହିପାରିବେ। ଏଥିପାଇଁ ଏହାର ବାହ୍ୟ ପରିପାଟୀରେ ସମସ୍ତ ସୁବିଧା ରହିଛି। ଲୋକମାନଙ୍କ ଦୂରଯାତ୍ରା ପାଇଁ ବେଶ୍‌ ସହାୟକ ହେଉଛି।
 
ଫୋର୍ସ ଟ୍ରାଭେଲର୍‌ କ୍ୟାମ୍ପିଂ ତଥା ଦୂରଯାତ୍ରା ପାଇଁ ଏକ ଉତ୍କୃଷ୍ଟ ଗାଡ଼ି। ଏହା ଭିତରେ ଶୋଇବା ତଥା ବସିବା ପାଇଁ ‌ବିପୁଳ ସ୍ଥାନ ରହିଛି। ଏଗୁଡ଼ିକୁ ରୋଷେଇ ଘର ଓ ସାୱାର୍‌ ସହିତ ସଜ୍ଜିତ ଏକ ମୋଟରହୋମ୍‌ରେ ମଧ୍ୟ ପରିଣତ କରାଯାଇପାରିବ। ଅନେକ କମ୍ପାନି ଭଡ଼ାରେ କ୍ୟାମ୍ପିଂ ତଥା ଦୀର୍ଘଯାତ୍ରା‌ ପାଇଁ ଟ୍ରାଭେଲର୍‌କୁ ଭଡ଼ାସୂତ୍ରରେ ଦେଉଛନ୍ତି। ଏହା ଅନେକ ଯାତ୍ରୀଙ୍କର ପ୍ରଥମ ପସନ୍ଦ।

ଟାଟା ୱିଙ୍ଗର୍‌ର ଟପ୍‌ ଭର୍ସନ୍‌ରେ କ୍ୟାମ୍ପିଂ ପାଇଁ ସମସ୍ତ ସୁବିଧା ରହିଛି। ଏଥିରେ ରୁମ୍‌ ଭଳି ଇ‌ଣ୍ଟେରିୟର୍‌ ସାଙ୍ଗକୁ ଅନେକ ଆକର୍ଷଣୀୟ ମାଇକ୍ରୋ କ୍ୟାମ୍ପର୍‌, ରୁଫ୍‌ଟପ୍‌, ଟ୍ରାଭେଲ୍‌ କିଟ୍‌, ବାଥ୍‌ରୁମ୍‌, କିଚେନ୍‌ ଇତ୍ୟାଦିର ସୁବିଧା ରହିଛି। ଏହାର ସିଟ୍‌କୁ ଆପଣ ବେଡ୍‌ ଭଳି ଲମ୍ବାଇ ପାରିବେ। ଟେବୁଲ୍‌ ମଧ୍ୟ ପକାଇ ପାରିବେ। ଯଦିଓ ଏହା ଏବେ ମୁଖ୍ୟତଃ ସ୍କୁଲ୍‌ ବସ୍‌ ବା ଆମ୍ବୁଲାନ୍ସ ଭାବେ ବ୍ୟବହୃତ ହେଉଛି, କିନ୍ତୁ ଏହାକୁ ଦୀର୍ଘକାଳୀନ ଯାତ୍ରାରେ ଆପଣ ବ୍ୟବହାର କରିପାରିବେ।

ଭାରତରେ ଭ୍ୟାନ୍‌ଯାତ୍ରା ଯଦିଓ ‌ଆଗରୁ ଏତେ ଲୋକପ୍ରିୟ ନଥିଲା, କିନ୍ତୁ ଏବେ ସମୟ ବଦଳିବା ସହିତ ଯୁବପିଢ଼ି ଦୂରସ୍ଥାନକୁ ଟ୍ରାଭେଲିଂ ବା କ୍ୟାମ୍ପେନିଂ ପାଇଁ ବେଶୀ ଆଗ୍ରହ ଦେଖାଉଛନ୍ତି। ଏହାର ଅନେକ ସକାରାତ୍ମକ ତଥା‌ ନକାରାତ୍ମକ ଦିଗ ରହିଛି।


ସକାରାତ୍ମକ ଦିଗ:


-ଆପଣ ଯେକୌଣସି ସ୍ଥାନରେ ଆପଣଙ୍କ କାର୍‌ ପାର୍କ କରିପାରିବେ ଏବଂ ଆପଣଙ୍କ ଟ୍ରିପ୍‌ ଉପଭୋଗ କରିପାରିବେ
-ଆପଣ ଆପଣଙ୍କ ମୋଡିଫାଏଡ୍‌ କାର୍‌ରେ ଶୋଇପାରିବେ
-ସାଧାରଣ ପରିବହନ ବା ପବ୍ଲିକ୍‌ ଟ୍ରାନ୍‌ସପୋର୍ଟଠାରୁ ଏହା ହାଇ ମୋବିଲିଟି ପ୍ରଦାନ କରେ
-ଏହା ସମୟ ବଞ୍ଚାଏ ଏବଂ ଡ୍ରାଇଭର୍‌ ଗାଡ଼ି ଚଲାଇବା ସମୟରେ ଆପଣ ମଲ୍ଟିଟାସ୍କିଂ କାମ କରିପାରିବେ
-ଏଥିରେ ଲଗେଜ୍‌ ବହନ କରିବା ସହଜ
-ଆପଣଙ୍କ ବଜେଟ୍‌କୁ ସୁହାଇବ ଏବଂ କୌଣସି ଲଜ୍‌ ବା ହୋଟେଲ୍‌ର ଆବଶ୍ୟକ ପଡ଼ିବନି

ନକାରାତ୍ମକ ଦିଗ:


-ପେଟ୍ରୋଲ୍‌, ଟୋଲ୍‌ ଟ୍ୟାକ୍ସ ଓ ବେଳେବେଳେ ପାର୍କିଂର ବହୁତ ଅଧିକ ମୂଲ୍ୟ ଦେବାକୁ ପଡ଼ିପାରେ
-ଜାଗା ପରିବର୍ତ୍ତନ ଓ ଅନ୍ୟାନ୍ୟ ନିୟମିତ ରକ୍ଷଣାବେକ୍ଷଣ ଖର୍ଚ୍ଚ ପଡ଼ିପାରେ
-କେତେକ ସମୟରେ ରାତିରେ ସୁରକ୍ଷା ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ
-ହଠାତ୍‌ ଦେହ ବା ଗାଡ଼ି ଖରାପ ହେବା ସମସ୍ୟା ତଥା ଯାତ୍ରା ସମୟ‌ର ନିୟମିତ କଷ୍ଟ ଭୋଗିବାକୁ ପଡ଼ିପାରେ
-ବର୍ଷା ଓ ଏସିରେ ରୋଷେଇ ସମସ୍ୟା ମଧ୍ୟ ଅଧିକ ଇନ୍ଧନ ଖର୍ଚ୍ଚ କରାଇପାରେ

ଏସବୁ ପରେ ମଧ୍ୟ ଅନେକ ଲୋକ ମୋଡିଫାଏଡ୍‌ କାର୍‌ ଓ କାର୍‌ ଷ୍ଟେକୁ ବେଶୀ ପସନ୍ଦ କରୁଛନ୍ତି। ଏହା ଯୁବପିଢ଼ିଙ୍କ ରୁଚିରେ ମଧ୍ୟ ସାମିଲ ହୋଇଗଲାଣି।
ତେବେ ଭାରତରେ କ୍ୟାମ୍ପିଂ ପାଇଁ ସେମିତି କୌଣସି ନିୟମ ବା ଅନୁମତି ଏଯାଏ ଜାରି ହୋଇନାହିଁ। କିନ୍ତୁ ବର୍ତ୍ତମାନର ଯୁବପିଢ଼ି କ୍ୟାମ୍ପିଂ ମାୟାରେ ଏମିତି ପଡ଼ିଯାଇଛନ୍ତି ଯେ, ନୂଆ କିଛି ଏକ୍ସପ୍ଲୋର୍‌ କରିବା ପାଇଁ ସେମାନେ ବାଇକ୍‌, କାର୍‌ ଇତ୍ୟାଦିରେ କ୍ୟାମ୍ପିଂ କରିବାକୁ ଭଲ ପାଉଛନ୍ତି। ଯଦିଓ ଏହା ବ୍ୟୟବହୁଳ ତଥାପି କିଛି ବ୍ୟକ୍ତି ନିଜର ଅଭ୍ୟାସକୁ ବଳବତ୍ତର ରଖୁଛନ୍ତି। ଦେଖିବାକୁ ଗଲେ ଗୋଟେ କ୍ୟାମ୍ପିଂ ପାଇଁ ଏକାଥରରେ ୯ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe