Every Food have a Story: ପ୍ରତି ଖାଦ୍ୟର ଗୋଟେ କାହାଣୀ ଥାଏ: ସେଫ୍‌ ଅବିନାଶ

Advertisment

ଜାତୀୟ ଟେଲିଭିଜନ୍‌ରେ ପ୍ରସାରିତ ରିୟାଲିଟି ସୋ’ ‘ମାଷ୍ଟର୍‌ସେଫ୍‌ ଇଣ୍ତିଆ’ରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତକରି ଓଡ଼ିଆଙ୍କ ପାଇଁ ଗୌରବ ଆଣିଛନ୍ତି ଅବିନାଶ ପଟ୍ଟନାୟକ।

ଜାତୀୟ ଟେଲିଭିଜନ୍‌ରେ ପ୍ରସାରିତ ରିୟାଲିଟି ସୋ’ ‘ମାଷ୍ଟର୍‌ସେଫ୍‌ ଇଣ୍ତିଆ’ରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତକରି ଓଡ଼ିଆଙ୍କ ପାଇଁ ଗୌରବ ଆଣିଛନ୍ତି ଅବିନାଶ ପଟ୍ଟନାୟକ।

Untitled-16

Photograph: (sambad.in)

ଜାତୀୟ ଟେଲିଭିଜନ୍‌ରେ ପ୍ରସାରିତ ରିୟାଲିଟି ସୋ’ ‘ମାଷ୍ଟର୍‌ସେଫ୍‌ ଇଣ୍ତିଆ’ରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତକରି ଓଡ଼ିଆଙ୍କ ପାଇଁ ଗୌରବ ଆଣିଛନ୍ତି ଅବିନାଶ ପଟ୍ଟନାୟକ। ପ୍ରଫେସର୍‌ ଭାବେ କାର୍ଯ୍ୟରତ ଅବିନାଶଙ୍କର ପ୍ରକୃତିରୁ ମିଳୁଥିବା ଉପାଦାନ ଉପଯୋଗକରି ନୂତନ ଢଙ୍ଗରେ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ବିଶେଷ ଦକ୍ଷତା ରହିଛି। 
‘‘ରୋଷେଇ ହେଉଛି ମୋ ଜୀବନ। ଛୋଟବେଳୁ ନୂତନ ଜିନିଷ ବ୍ୟବହାରକରି ନୂଆ ନୂଆ ଡିସ୍‌ କରିବାକୁ ଭାରି ଭଲଲାଗେ। ସେଥିପାଇଁ ବିଭିନ୍ନ ପ୍ରକାର ଓଡ଼ିଆ ବ୍ୟଞ୍ଜନ  ସହିତ ପ୍ରାକୃତିକ ରଙ୍ଗ ତିଆରିକରି ଖାଦ୍ୟ ପ୍ରସ୍ତୁତ କରିଥାଏ। ଖାଦ୍ୟଗୁଡ଼ିକର ପ୍ରସ୍ତୁତି ଶୈଳୀକୁ ଡକ୍ୟୁମେଣ୍ଟ୍‌କରି ରଖେ। ମୋର ଇନ୍‌ଷ୍ଟା ଆଇଡି ‘ଭୁକ୍କଡ୍‌ ଇନ୍‌ସାନ୍’ରେ ବହୁପ୍ରକାର ଖାଦ୍ୟ ପ୍ରସ୍ତୁତିର ଭିଡିଓ ରହିଛି।’’

ଆହୁରି ପଢ଼ନ୍ତୁ: ସୁନା ଶାଢ଼ିରେ ଇନ୍ଦ୍ରେଶ ମହାରାଜଙ୍କ ପତ୍ନୀ ସିପ୍ରା

‘‘ଲୋକଙ୍କର ଧାରଣା ଥାଏ ଯେ ଜଣେ ସେଫ୍‌ ସବୁବେଳେ ଭଲ ଖାଦ୍ୟ ତିଆରିକରେ। କିନ୍ତୁ, ଆମ ଦ୍ବାରା ବି ଭୁଲ୍‌ ହୋଇଯାଏ। ମୋର ମନେ ଅଛି, କଲେଜ୍‌ ସମୟରେ ନୂଆକରି ବ୍ରକୋଲି ଆସିଥାଏ। ଏହାକୁ ଦହି ସହିତ ମିଶାଇ ଏକ ଆଇଟମ୍‌ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିଥିଲି। କିନ୍ତୁ ଏହା ଏତେ ଖରାପ ହୋଇଥିଲା ଯେ ମତେ ଲାଗିଲା ମଁୁ ଯେମିତି ବିଷ ତିଆରି କରିଛି। ଆଉ ଥରେ ସେମିତି ମା’ ଖେଚୁଡ଼ି ତିଆରି କରିବାକୁ କହିଥିଲେ। ମୁଁ ରାନ୍ଧୁ ରାନ୍ଧୁ ଖେଚୁଡ଼ି ପୋଡ଼ିଯିବା ସହ ପ୍ରେସର୍‌ କୁକର୍‌ ମଧ୍ୟ ପୋଡ଼ି ଧୂଆଁ ଉଠିଥିଲା। ମା’ ମୋତେ ବହୁତ ଗାଳି ଦେଇଥି‌ଲେ। ଏମିତି ବହୁ ମିଠାଖଟା ସ୍ମୃତିକୁ ନେଇ ମୋ ରୋ‌େଷଇ ଜୀବନ ଆରମ୍ଭ ହୋଇଛି।’’
‘‘ମୁଁ ସବୁବେଳେ ଖାଦ୍ୟରୁ ଏକ ଜୀବନ୍ତ କାହାଣୀ ଖୋଜେ। ଖାଦ୍ୟ ସମସ୍ତେ ତିଆରି କରିବେ, କିନ୍ତୁ ପ୍ରତି ଖାଦ୍ୟର ଗୋଟେ କାହାଣୀ ଥାଏ। ପ୍ରତି ଫୁଲର ବାସ୍ନା ଓ ରଙ୍ଗ ଯେପରି ଅଲଗା ସେହି ଅନୁସାରେ ରେସିପି କଥା କହିଥାଏ। ଆଜି ଚାଲନ୍ତୁ ପ୍ରସ୍ତୁତ କରିବା ବ୍ରାଉନି କେକ୍‌। ମଁୁ ଖାଦ୍ୟର ଗୁଣବତ୍ତା ନଷ୍ଟ କରିବାକୁ ପସନ୍ଦ କରେନି। ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ହେବା ଜରୁରି। ଏହାକୁ ଦେଖି ଆମେ ଉପଯୁକ୍ତ ସାମଗ୍ରୀ ନେବା ଉଚିତ। ଯେପରି ମଇଦା ଜାଗାରେ ଅଟା, ଚିନି ଜାଗାରେ ଗୁଡ଼ ପାଉଡର୍‌ ଓ ବିନା ଅଣ୍ଡାରେ ଏହି କେକ୍‌ ତିଆରି କରିବା।

  • ପ୍ରଥମେ ଗୋଟେ କପ୍‌ ଅଟା ନେବା।
  • ସେଥିରେ ୩-୪ ଚାମଚ ଦହି, ଗୋଟେ ଚାମଚ ଲେମ୍ବୁ ରସ ପକାଇ ଭଲଭାବେ ଫେଣ୍ଟି ନେବା
  •  ଏହାପରେ ସେଥିରେ ୩-୪ ଚାମଚ ବାଦାମ ତେଲ ବା ଘିଅ ନେବା। ରିଫାଇନ୍‌ ତେଲ ପକାଇବା ନାହିଁ।
  •  ସେଥିରେ ୪-୫ ଚାମଚ କକାଓ ପାଉଡର୍‌, କକାଓ ଖଣ୍ଡ, ଗୁଡ଼ ପାଉଡର୍‌, ଭାନିଲା ଏସେନ୍‌ସ୍ ପକାଇବା। ଏଥିରେ ଆବଶ୍ୟକ ପରିମାଣ କ୍ଷୀର ପକାଇ ଭଲଭାବେ ବହଳିଆ ଆଣ ପ୍ରସ୍ତୁତ କରିବା।
  •  ଏହାକୁ ଏକ ପାତ୍ରରେ ଢାଳି ୧୮୦ ଡିଗ୍ରି ସେଲ୍‌ସିୟସ୍‌ରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଓଭେନ୍‌ରେ ବସାଇଦେବା। ଏହାକୁ ଟୁଥ୍‌ଷ୍ଟିକ୍‌ରେ ମଝିରେ ମଝିରେ ଚେକ୍‌ କରିବା, ସିଝିଲାଣି ନା ନାହିଁ।
  •  ତିଆରି ହୋଇସାରିଲା ପରେ ଏହାକୁୁ ପିସ୍‌ ପିସ୍‌ କାଟି ଏହା ଉପରେ ଆଇସ୍‌କ୍ରିମ୍‌ କ୍ୟୁବ୍‌ ରଖିଦେବା। ଏବେ ପ୍ରସ୍ତୁତ ହୋଇଗଲା ଆମର ବ୍ରାଉନି କେକ୍‌। ଆଜିକାଲି ପିଲାମାନେ ଏହା ବେଶ୍ ପସନ୍ଦ କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe