Advertisment

Wedding ceremony: କିମାଶ୍ଚର୍ଯ୍ୟମ୍‌: ବିବାହ ଉତ୍ସବରେ ମୃତ ପରିଜନ

Advertisment

ଭାରତୀୟ ଯୁବକଯୁବତୀଙ୍କ ବିବାହ ନେଇ ସବୁଠାରୁ ଅଧିକ ଉତ୍ସାହିତ ଥାଆନ୍ତି ପିତାମାତା ଓ ଜେଜେବାପା-ଜେଜେମା’। ବିଭିନ୍ନ ପାରିବାରିକ ଉତ୍ସବରେ ପିତାମାତାଙ୍କ ଉପସ୍ଥିତି ଜରୁରି ମଧ୍ୟ। ଯଦି ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ହୋଇଯାଇଥାଏ ତେବେ ବିବାହ....

ଭାରତୀୟ ଯୁବକଯୁବତୀଙ୍କ ବିବାହ ନେଇ ସବୁଠାରୁ ଅଧିକ ଉତ୍ସାହିତ ଥାଆନ୍ତି ପିତାମାତା ଓ ଜେଜେବାପା-ଜେଜେମା’। ବିଭିନ୍ନ ପାରିବାରିକ ଉତ୍ସବରେ ପିତାମାତାଙ୍କ ଉପସ୍ଥିତି ଜରୁରି ମଧ୍ୟ। ଯଦି ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ହୋଇଯାଇଥାଏ ତେବେ ବିବାହ....

fshfsfhxbv

ଭାରତୀୟ ଯୁବକଯୁବତୀଙ୍କ ବିବାହ ନେଇ ସବୁଠାରୁ ଅଧିକ ଉତ୍ସାହିତ ଥାଆନ୍ତି ପିତାମାତା ଓ ଜେଜେବାପା-ଜେଜେମା’। ବିଭିନ୍ନ ପାରିବାରିକ ଉତ୍ସବରେ ପିତାମାତାଙ୍କ ଉପସ୍ଥିତି ଜରୁରି ମଧ୍ୟ। ଯଦି ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ହୋଇଯାଇଥାଏ ତେବେ ବିବାହ ପରି ଗୁରୁତ୍ବପୂର୍ଣ୍ଣ ଉତ୍ସବରେ ଏକ ଘୋର ଅଭାବବୋଧ ଅନୁଭୂତ ହୋଇଥାଏ। ଏହି ଅଭାବବୋଧ ଦୂର କରିବା ପାଇଁ ଭାରତରେ ଏକ ନୂଆ ଶିଳ୍ପ ଉଧେଇବାରେ ଲାଗିଛି। 

Health: ବଣ୍ଡା ଯୁବକଙ୍କ ଚିକିତ୍ସା ପାଇଁ ବିଭିନ୍ନ ମହଲରୁ ସହଯୋଗ ଆସିଲା

ଗୁଣିଗାରେଡ଼ି ଦ୍ବାରା ଭୂତପ୍ରେତଙ୍କୁ ଆବାହନ କରିବା ଭଳି ଅନ୍ଧବିଶ୍ବାସ ଏହାକୁ ସମ୍ଭବ କରୁ ନାହିଁ, ସମ୍ଭବ କରୁଛି କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନ ଅନ୍ତର୍ଗତ ଅଜମେରର ବ୍ୟବସାୟୀ ଜୟଦୀପ ଶର୍ମାଙ୍କ ବିବାହରେ ଉତ୍ସବରେ। ଜୟଦୀପଙ୍କ ପିତା ବର୍ଷାଧିକ କାଳ ପୂର୍ବେ ପରଲୋକ ଗମନ କରିସାରିଛନ୍ତି। ହେଲେ ତାଙ୍କ ବିବାହ ଉତ୍ସବରେ ତାଙ୍କ ପିତା ପୁତ୍ର ଓ ପୁତ୍ରବଧୂଙ୍କୁ ଆଶୀର୍ବାଦ କରୁଥିବାର ଭିଡିଓ ପ୍ରଦର୍ଶିତ ହୋଇଥିଲା। ମୃତ ପିତାଙ୍କ ଫଟୋ ବ୍ୟବହାର କରି ଜଣେ ଏଆଇ କ୍ରିଏଟର୍‌ ଉକ୍ତ ଭିଡିଓଟିକୁ ପ୍ରସ୍ତୁତ କରିଥିଲେ। ଏକ ମିନିଟ୍‌ର ସେହି ଭିଡିଓ ପ୍ରସ୍ତୁତ କରିବାକୁ ଏକ ସପ୍ତାହ ସମୟ ଲାଗିଥିଲା ଏବଂ ସେଥିପାଇଁ ଏଆଇ କ୍ରିଏଟର୍‌ ୫୦ ହଜାର ଟଙ୍କା ପାଉଣା ନେଇଥିଲେ। ଜୟଦୀପ ଏହି ମୂଲ୍ୟ ବିନିମୟରେ ନିଜ ଓ ପରିବାର ପାଇଁ ଏକ ସ୍ମରଣୀୟ ଉତ୍ସବ ସମ୍ଭବ କରିଥିବାରୁ ଖୁବ୍ ଆନନ୍ଦିତ। ତାଙ୍କ କହିବା ଅନୁସାରେ ତାଙ୍କ ପରିବାରର ଲୋକମାନେ ଏହି ଭିଡିଓ ଦେଖିବା ପରେ ଏକାସମୟରେ ଖୁସି ଓ ଭାବପ୍ରବଣ ହୋଇପଡ଼ିଥିଲେ। ସେହିପରି ନାତିନାତୁଣୀଙ୍କୁ ଜେଜେ ବା ଜେଜେମା’ ସ୍ବର୍ଗରୁ ଓହ୍ଲାଇ ଆଶୀର୍ବାଦ ଦେଉଥିବା ଡିପ୍‌ଫେକ୍‌ ଭିଡିଓର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। 

Saksham Anganwad: ମାର୍ଗଦର୍ଶିକା ଅନୁଯାୟୀ ନାହିଁ ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ର, ଜିଲ୍ଲା ଧାର୍ଯ୍ୟ ଲକ୍ଷ୍ୟ ବି ହୋଇନି ପୂରଣ

ଡିପ୍‌ଫେକ୍‌ ଭିଡିଓ ପ୍ରସ୍ତୁତିର ବୈଷୟିକ ଜ୍ଞାନ ଅଧିକ ମାତ୍ରାରେ ଅପରାଧ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ବେଳେ ମୃତ ବ୍ୟକ୍ତିଙ୍କର ଏହିପରି ଭିଡିଓ ଏକ ନୂଆ ସକରାତ୍ମକ ଅର୍ଥନୀତି ସୃଷ୍ଟି କରିଛି। ତେବେ ଏହାର ବିପଦ ମଧ୍ୟ ରହିଛି। ମୃତ୍ୟୁ ପରେ ପରିଜନମାନେ ମାନସିକ ସ୍ତରରେ ବିଚ୍ଛେଦର ଯେଉଁ ପ୍ରକ୍ରିୟା ଦେଇ ଗତି କରନ୍ତି ସେଥିରେ ଡିପ୍‌ଫେକ୍‌ ଭିଡିଓଗୁଡ଼ିକ  ହସ୍ତକ୍ଷେପ କରିବା ଦ୍ବାରା ପରିସ୍ଥିତି ଅଧିକ ଜଟିଳ ହୋଇଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe