ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା ଲାଭା ନିକଟରେ ‘ବ୍ଲେଜ୍ ଡୁଓ ୩’ ନାମକ ମଡେଲ ଉନ୍ମୋଚନ କରିଛି। ଏହି ଫୋନ୍ର ବିଶେଷତ୍ବ ହେଲା ସମ୍ମୁଖଭାଗରେ ୬.୬୭ ଇଞ୍ଚର ଫୁଲ୍ ଏଚ୍ଡି ୧୨୦ହର୍ଜ ଆମୋଲେଡ୍ ପରଦା ସହିତ ପଛପଟେ ମଧ୍ୟ ଏକ ୧.୬ ଇଞ୍ଚର ଆମୋଲେଡ୍ ପରଦା ଖଞ୍ଜାଯାଇଛି। ଦ୍ବିତୀୟ ପରଦାରେ
ନୋଟିଫିକେସନ୍ ଦେଖିବା, ମ୍ୟୁଜିକ୍ ପ୍ଲେୟର୍ ଚଲାଇବା ଭଳି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିହେବ। ଏହି ଫୋନ୍ଟି ମେଡିଆଟେକ୍ ଡିମେନ୍ସିଟି ୭୦୬୦ ଚିପ୍ସେଟ୍ ଓ ଆଣ୍ଡ୍ରୋଏଡ୍ ୧୫ ଓଏସ୍ ଦ୍ବାରା କାର୍ଯ୍ୟକ୍ଷମ ଏବଂ ଏହାର ରାମ୍ କ୍ଷମତା ୬ଜିବି ଓ ମୋମୋରି କ୍ଷମତା ୧୨୮ଜିବି। ଫଟୋ ଉଠାଇବା ପାଇଁ ଏଥିରେ ସୋନିର ୫୦ ମେଗାପିକ୍ସେଲ୍ ମୁଖ୍ୟ କ୍ୟାମେରା ଏବଂ ସେଲ୍ଫି ପାଇଁ ୮ ମେଗାପିକ୍ସେଲ୍ କ୍ୟାମେରା ଲାଗିଛି।
Health: ହସ୍ପିଟାଲରେ ରକ୍ତ ନେବାପରେ ଗୋଟିଏ ପରିବାରର ୩ ଜଣ ଏଚ୍ଆଇଭି ପଜିଟିଭ୍
ବ୍ଲେଜ୍ ଡୁଓ ୩ରେ ୫୦୦୦ଏମ୍ଏଏଚ୍ ବିଶିଷ୍ଟ ଏକ ବ୍ୟାଟେରି ଲାଗିଛି, ଯାହାକୁ ୩୩ଵାଟ୍ ଚାର୍ଜର ସାହାଯ୍ୟରେ ଫାଷ୍ଟ ଚାର୍ଜ କରିହେବ। ଏଥିରେ ଷ୍ଟିରିଓ ସ୍ପିକର୍, ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର୍, ଇନ୍ଫ୍ରାରେଡ୍ ବ୍ଲାଷ୍ଟର୍ ପରି ବୈଶିଷ୍ଟ୍ୟ ମଧ୍ୟ ଉପଲବ୍ଧ। ଏହି ଫୋନ୍ରେ କୌଣସି ସମସ୍ୟା ଦେଖାଦେଲେ କମ୍ପାନି ଘରେ ଆସି ମାଗଣାରେ ଫୋନ୍ଟି ସଜାଡ଼ିଦେବ ବୋଲି ଦାବି କରିଛି। ମୁନ୍ଲାଇଟ୍ ବ୍ଲାକ୍ ଓ ଇମ୍ପେରିଆଲ୍ ଗଲ୍ଡ ଭଳି ଦୁଇଟି ରଙ୍ଗରେ ଅନ୍ଲାଇନ୍ ପ୍ଲାଟ୍ଫର୍ମ ଆମାଜନ୍ରୁ ଏହାକୁ ୧୬,୯୯୯ ଟଙ୍କାରେ କିଣିହେବ।
Cricket: ନାଗପୁର ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୮ ରନ୍ରେ ପରାସ୍ତ କଲା ଭାରତ
Follow Us