Pani Puri Vendor Serves Only Girls: ଝିଅମାନଙ୍କୁ ସ୍ୱାଗତ, ପୁଅମାନଙ୍କୁ ଅନୁମତି ନାହିଁ: ଗୁପ୍‌ଚୁପ୍ ବାଲା ଲଗାଇଲେ ସାଇନବୋର୍ଡ, ଭିଡ଼ିଓ ଭାଇରାଲ

Advertisment

ସଭିଏଁ ଗୁପ୍‌ଚୁପ୍ ଖାଇବାକୁ ଭଲ ପାଆନ୍ତି। ତେବେ ଝିଅମାନେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ଏନେଇ ଜଣେ ଗୁପ୍‌ଚୁପ୍ ବିକାଳି କେବଳ ଝିଅମାନଙ୍କୁ ଗୁପ୍‌ଚୁପ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି....

ସଭିଏଁ ଗୁପ୍‌ଚୁପ୍ ଖାଇବାକୁ ଭଲ ପାଆନ୍ତି। ତେବେ ଝିଅମାନେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ଏନେଇ ଜଣେ ଗୁପ୍‌ଚୁପ୍ ବିକାଳି କେବଳ ଝିଅମାନଙ୍କୁ ଗୁପ୍‌ଚୁପ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି....

Girls welcome, boys not allowed

Girls welcome, boys not allowed Photograph: (sambad.in)

ନୂଆଦିଲ୍ଲୀ: ସଭିଏଁ  ଗୁପ୍‌ଚୁପ୍ ଖାଇବାକୁ ଭଲ ପାଆନ୍ତି। ତେବେ ଝିଅମାନେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ଏନେଇ ଜଣେ ଗୁପ୍‌ଚୁପ୍ ବିକାଳି କେବଳ ଝିଅମାନଙ୍କୁ ଗୁପ୍‌ଚୁପ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ଷ୍ଟଲ୍‌ରେ ସାଇନବୋର୍ଡ ଲଗାଇଛନ୍ତି ଝିଅମାନଙ୍କୁ ସ୍ୱାଗତ, ପୁଅମାନଙ୍କୁ ଅନୁମତି ନାହିଁ। ସେ କହିଛନ୍ତି ଝିଅଙ୍କୁ ଦେବି ପୁଅଙ୍କୁ ନୁହେଁ।

ଷ୍ଟଲ୍ ପାଖରେ ନାହାନ୍ତି ପୁରୁଷ ଗ୍ରାହକ

ଏହି ଭିଡିଓରେ କିଛି ଯୁବତୀ ଏବଂ ମହିଳାଙ୍କୁ ଗୁପ୍‌ଚୁପ୍ ଖାଉଥିବାର ଦେଖିବାକୁ ମିଳୁଛି।କିନ୍ତୁ ଷ୍ଟଲ୍ ପାଖରେ ଜଣେ ବି ପୁରୁଷ ଗ୍ରାହକ ନାହାନ୍ତି। ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବା‌ରେ ଲାଗିଛି। ତେବେ ଭିଡିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ:MP Minister Violated Law:ପାନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ଆଇନ ଉଲ୍ଲଂଘନ କରି ବାଘ ଦେଖି ୫ ମନ୍ତ୍ରୀ ଅଡୁଆରେ

ଗୁପ୍‌ଚୁପ୍ ଷ୍ଟଲ୍‌ର ଭିଡିଓ ତିଆରି କରିଥିବା ଯୁବତୀମାନେ କହିଛନ୍ତି ଯେ, ଗୁପ୍‌ଚୁପ୍ ବିକାଳି ଆମର ସୁରକ୍ଷା ଚାହୁଁଛନ୍ତି। ସେଥିପାଇଁ ସେ ତାଙ୍କ ଷ୍ଫଲ୍‌ରେ ଏଭଳି ବୋର୍ଡ ଲଗାଇଛନ୍ତି। ତେବେ ଗୁପ୍‌ଚୁପ୍ ବିକାଳି ଭେଦଭାବ କରୁଥିବା କିଛି ଗ୍ରାହକ ଅଭିଯୋଗ କରିଛନ୍ତି। 

ଆହୁରି ପଢ଼ନ୍ତୁ:Thiruvananthapuram : ବାମ ଦୂର୍ଗରେ ବିଜେପିର ବାଜିମାତ୍


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe