Advertisment

Ground Zero Report: ଗ୍ରାଉଣ୍ଡ ଜିରୋ ରିପୋର୍ଟ: ମିଳୁନି ପୂର୍ବ ସୂଚନା, ମାଡ଼ି ଆସୁଛି କଲମା ପାଣି, ଭାସିଯାଉଛି ଡଙ୍ଗା ଓ ଜାଲ

Advertisment

ଗତ ୨୦ ବର୍ଷ ହେଲା ମହାନଦୀର ଜଳସ୍ତର କମିବାରେ ଲାଗିଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ସୁଖାସୋଡ଼ା, ଝରାପଡ଼ା, ପଲସଦା, ନାତେନମୁରା, ତିଲଗି, ଫେମଲିଆ, ମହୁଲପାଲି ଆଦି ଗ୍ରାମର ବହୁ ମତ୍ସ୍ୟଜୀବୀ ଓ ଚାଷୀଙ୍କର ଜୀବିକା ଉତ୍ସ ହେଉଛି ମହାନଦୀ।

ଗତ ୨୦ ବର୍ଷ ହେଲା ମହାନଦୀର ଜଳସ୍ତର କମିବାରେ ଲାଗିଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ସୁଖାସୋଡ଼ା, ଝରାପଡ଼ା, ପଲସଦା, ନାତେନମୁରା, ତିଲଗି, ଫେମଲିଆ, ମହୁଲପାଲି ଆଦି ଗ୍ରାମର ବହୁ ମତ୍ସ୍ୟଜୀବୀ ଓ ଚାଷୀଙ୍କର ଜୀବିକା ଉତ୍ସ ହେଉଛି ମହାନଦୀ।

fssfhfhxvbvb

ଗାର୍ଗୀ ଶତପଥୀ

ଝାରସୁଗୁଡ଼ା: ଗତ ୨୦ ବର୍ଷ ହେଲା ମହାନଦୀର ଜଳସ୍ତର କମିବାରେ ଲାଗିଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ସୁଖାସୋଡ଼ା, ଝରାପଡ଼ା, ପଲସଦା, ନାତେନମୁରା, ତିଲଗି, ଫେମଲିଆ, ମହୁଲପାଲି ଆଦି ଗ୍ରାମର ବହୁ ମତ୍ସ୍ୟଜୀବୀ ଓ ଚାଷୀଙ୍କର ଜୀବିକା ଉତ୍ସ ହେଉଛି ମହାନଦୀ। ହେଲେ ଉପରମୁଣ୍ଡରେ ଡ୍ୟାମ୍‌ ନିର୍ମାଣ, ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ତଥା ଛତିଶଗଡ଼ ସହ ବିବାଦ ଯୋଗୁଁ ଏମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ।

ରମ୍ପାଲୁଗାର ମତ୍ସ୍ୟଜୀବୀ କହନ୍ତି, ହୀରାକୁଦ ନଦୀବନ୍ଧ ଗେଟ୍‌ ଖୋଲିବା ବେଳକୁ ଆଗୁଆ ସୂଚନା ମିଳିଯାଏ, କିନ୍ତୁ କଲମା ବନ୍ଧର ଗେଟ୍‌ ଖୋଲିବା ବେଳେ କିଛି ଜଣାପଡ଼େ ନାହିଁ। ଛତିଶଗଡ଼ ସରକାର ଓଡ଼ିଶାକୁ ଜଣାନ୍ତି ନାହିଁ କି ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ମତ୍ସ୍ୟଜୀବୀଙ୍କୁ ସୂଚନା ଦିଆଯାଏ ନାହିଁ। କଲମା ଗେଟ୍ ପାଣି ଅଚାନକ ମହାନଦୀକୁ ଚାଲି ଆସିବା ଫଳରେ ଲକ୍ଷାଧିକ ଟଙ୍କାର ଜାଲ ଓ ଡଙ୍ଗା ଭସାଇ ନେଇଯାଏ। ଯାହାଦ୍ବାରା ମତ୍ସ୍ୟଜୀବୀମାନେ ବଡ଼ କ୍ଷତି ସହନ୍ତି। ମତ୍ସ୍ୟଜୀବୀ ଟିକେଶ୍ବର ଗଢୁଆଳ ଅଭିଯୋଗ କରନ୍ତି ଯେ ୨୦୨୩ ମସିହାରେ ଅଚାନକ ପାଣି ଆସିବାରୁ ୧ ଲକ୍ଷ ଟଙ୍କାର ଜାଲ ଓ ଡଙ୍ଗା ଭାସିଗଲା। ଏ ସଂକ୍ରାନ୍ତରେ ସେ ସ୍ଥାନୀୟ ପଞ୍ଚାୟତ ସହ ସରପଞ୍ଚଙ୍କୁ ମଧ୍ୟ ଜଣାଇଥିଲେ, କିନ୍ତୁ କୌଣସି ଲାଭ ହୋଇନଥିଲା। କେବଳ ଏହି ଗାଁ ନୁହେଁ, ଝରାପଡ଼ା, ପଲସଦା, ନାତେନମୁରା, ତିଲଗି, ସୁଖାସୁଢ଼ା, ଫେମଲିଆ, ମହୁଲପାଲି ସମେତ ୮ଟି ଗାଁର ଲୋକ ଅଚାନକ କଲମା ଗେଟ୍‌ ଖୋଲିବା ଦ୍ବାରା ଏଭଳି କ୍ଷତି ସହୁଥିବା କହିଛନ୍ତି ସାମାଜିକ କର୍ମକର୍ତ୍ତା ଦ୍ବାରିକା ପ୍ରସାଦ ସା। ଅଚାନକ ପାଣି ଛାଡ଼ିଦେବା ଯୋଗୁଁ ପରିବା ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ ହେଉଥିବା ଅଭିଯୋଗ କରନ୍ତି ସ୍ଥାନୀୟ ଅଧିବାସୀ। 

Elephant: ବେତନଟୀ ରେଞ୍ଜରେ ଚିନ୍ତା ବଢ଼ାଉଛି ୨୪ଟିକିଆ ହାତୀପଲ

ମହାନଦୀ ଉପମୁଣ୍ଡରେ ରବିଶଙ୍କର, ଦୁଧୱା, ହାଁସଦା ଭଳି ଅନେକ ଡ୍ୟାମ୍‌ ରହିଛି। ଏଥିମଧ୍ୟରୁ କଲମା ବ୍ୟାରେଜ ପାଣି ମାତ୍ର କେଇ ଘଣ୍ଟା ମଧ୍ୟରେ ଓଡ଼ିଶା, ଅର୍ଥାତ୍‌ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ଏହି ଗାଁମାନଙ୍କୁ ଆସିଯାଏ। ଜୁନ ୧୫ ତାରିଖରୁ କଲମାର ଗେଟ୍‌ ଖୋଲେ। କିନ୍ତୁ ଏ ସମ୍ପର୍କରେ ମତ୍ସ୍ୟଜୀବୀଙ୍କୁ ଆଗୁଆ ସୂଚନା ମିଳୁନଥିବାରୁ ସେମାନେ ବହୁତ କ୍ଷତିଗ୍ରସ୍ତ ହୁଅନ୍ତି। ମତ୍ସ୍ୟଜୀବୀଙ୍କ ଏହି ଅଭିଯୋଗ କେବଳ ଛତିଶଗଡ଼ ନୁହେଁ, ଓଡ଼ିଶାକୁ ନେଇ ମଧ୍ୟ ରହିଛି। କଲମା ଗେଟ୍‌ ଖୋଲିବା ନେଇ ସେମାନଙ୍କୁ ଆଗୁଆ ଜଣାଇବା ପାଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ କହୁଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ବ ଦିଅନ୍ତି ନାହିଁ। ଏପରିକି ଉପରମୁଣ୍ଡରେ ଥିବା ବିଭିନ୍ନ କାରଖାନାର ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପାଣି ମହାନଦୀରେ ମିଶୁଛି। ଏହାର ପରିଣାମ ସ୍ବରୂପ ପ୍ରାୟ ୧୫ରୁ ୨୦ ବର୍ଷ ହେଲା ସେପ୍ଟେମ୍ବରୁ ଅକ୍ଟୋବର ମାସ ମଧ୍ୟରେ ମାଛ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ତେଣୁ ଏହି ସମୟରେ ଅନେକ ମତ୍ସ୍ୟଜୀବୀ ଜାଲ ଏବଂ ଡଙ୍ଗା ବନ୍ଧା ପକାଉଥିବା କହନ୍ତି ଗୌର ତିହିରିଆ। କିଛି ବର୍ଷ ପୂର୍ବରୁ ଗୌର ୩ ହଜାର ଟଙ୍କା ପାଇଁ ଜାଲ ବନ୍ଧା ପକାଇଥିବା କହିଥିଲେ। କେବଳ ଜଣେ ନୁହେଁ, ସମସ୍ତ ମତ୍ସ୍ୟଜୀବୀଙ୍କ ସମାନ ଅବସ୍ଥା। କେମିତି ଏହି ସମସ୍ୟାର ସମାଧାନ ହେବ ତା’ର ଉତ୍ତର କାହା ପାଖରେ ନାହିଁ। ଲଖନପୁର ତହସିଲଦାର ମତ୍ସ୍ୟଜୀବୀଙ୍କ ଏହି କ୍ଷତି ସମ୍ପର୍କରେ ଅବଗତ ନଥିବା କହିଛନ୍ତି।

Narendra Modi: ଦୃଢ଼ ଏବଂ ସଶକ୍ତ ଯୁବଶକ୍ତି ଆମ ବିକାଶର ମୂଳଦୁଆ: ପ୍ରଧାନମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe