Healing source in the mountain: ପର୍ବତ ବୁକୁରେ ଉପଚାର ଉତ୍ସ

Advertisment

ଓଡ଼ିଶାର ସୌନ୍ଦର୍ଯ୍ୟ ହେଉଛି ତା’ର ଘନ ସବୁଜ ବନଭୂମି ଓ ତରଙ୍ଗାୟିତ ନୀଳ ପର୍ବତମାଳା। ସେଥିପାଇଁ ତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବନ୍ଦେ ଉତ୍କଳ ଜନନୀ’ କବିତାରେ ଲେଖିଛନ୍ତି, ‘ଘନଘନ ବନଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ।’

ଓଡ଼ିଶାର ସୌନ୍ଦର୍ଯ୍ୟ ହେଉଛି ତା’ର ଘନ ସବୁଜ ବନଭୂମି ଓ ତରଙ୍ଗାୟିତ ନୀଳ ପର୍ବତମାଳା। ସେଥିପାଇଁ ତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବନ୍ଦେ ଉତ୍କଳ ଜନନୀ’ କବିତାରେ ଲେଖିଛନ୍ତି, ‘ଘନଘନ ବନଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ।’

Untitled-19

Photograph: (sambad.in)

ଓଡ଼ିଶାର ସୌନ୍ଦର୍ଯ୍ୟ ହେଉଛି ତା’ର ଘନ ସବୁଜ ବନଭୂମି ଓ ତରଙ୍ଗାୟିତ ନୀଳ ପର୍ବତମାଳା। ସେଥିପାଇଁ ତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବନ୍ଦେ ଉତ୍କଳ ଜନନୀ’ କବିତାରେ ଲେଖିଛନ୍ତି, ‘ଘନଘନ ବନଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ।’ ମଉନମୁଦ୍ରାରେ ଛିଡ଼ା ହୋଇଥିବା ପର୍ବତଗୁଡ଼ିକ କେବଳ ନୈସର୍ଗିକ ଶୋଭାରାଜିର ଭଣ୍ଡାର ନୁହନ୍ତି, ଜୀବନ ରକ୍ଷାକାରୀ ଔଷଧୀୟ ବୃକ୍ଷରାଜିର ଗନ୍ତାଘର। ଉଭୟ ଜୀବିକା ଓ ଜୀବନର ଅମୃତ ଉତ୍ସ! 
ରାମାୟଣ ମହାକାବ୍ୟରେ ବର୍ଣ୍ଣିତ କଥାନୁଯାୟୀ, ଇନ୍ଦ୍ରଜିତଙ୍କ ଦ୍ବାରା ଶକ୍ତିଭେଦ ହେବାପରେ ଲକ୍ଷ୍ମଣଙ୍କ ଚିକିତ୍ସା ଲାଗି ଆବଶ୍ୟକ ବିଶଲ୍ୟକରଣୀକୁ ଚିହ୍ନଟ କରି ନପାରି ପୂରା ଗନ୍ଧମାର୍ଦ୍ଦନ ପର୍ବତକୁ ଉଠାଇ ଆଣିଥିଲେ ହନୁମାନ। ଏହି ଆଖ୍ୟାନର ପ୍ରାମାଣିକତାକୁ ସିଦ୍ଧ କରୁଛି ଆୟୁର୍ବେଦର ସ୍ବର୍ଗ ଭାବେ ପରିଚିତ ଆମ ଗନ୍ଧମାର୍ଦ୍ଦନ। ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତ ଔଷଧୀୟ ବୃକ୍ଷଲତାଙ୍କ ଅମରାବତୀ। ଏଠାରେ ୨୪୦ ପ୍ରକାର ଜୀବନ ରକ୍ଷାକାରୀ ଔଷଧୀୟ ଗୁଳ୍ମ ଓ ୫୦୦ ପ୍ରକାରର ଦୁର୍ଲ୍ଲଭ ଔଷଧୀୟ ବୃକ୍ଷ ରହିଛି। ଏହି କାରଣରୁ ଗବେଷଣା ପାଇଁ ଏଠାକୁ ଦେଶବିଦେଶରୁ ଛୁଟି ଆସନ୍ତି ଅନେକ ବିଦ୍ୟାର୍ଥୀ ଓ ଚିକିତ୍ସକ। ପର୍ବତ ବକ୍ଷରୁ ଜଡ଼ିବୁଟି ସଂଗ୍ରହକରି ‌ରୋଗ ଉପଚାର କରନ୍ତି ପାହାଡ଼ ପାଦଦେଶରେ ଥିବା ଶହ ଶହ ବୈଦ୍ୟ। ବଡ଼ ବଡ଼ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ମଧ୍ୟ ଏହା ଉପରେ ନିର୍ଭରଶୀଳ। ତେଣୁ ଆୟୁର୍ବେଦ ବିଜ୍ଞାନର ସଫଳ ଗବେଷଣା ପାଇଁ ଏଠାରେ ସରକାରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଛି ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଗବେଷଣା ପ୍ରତିଷ୍ଠାନ।
ଏହି କ୍ରମରେ ଆସେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି। ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ପାଇଥିବା ମହେନ୍ଦ୍ରଗିରି ମଧ୍ୟ ରାମାୟଣ ଓ ମହାଭାରତ ଯୁଗ ସହ ଜଡ଼ିତ। ଏଠାରେ ପ୍ରାୟ ୧୩୪୮ ପ୍ରଜାତିର ଉଦ୍ଭିଦ ଥିବାବେଳେ ସେଥିମଧ୍ୟରୁ ୩୫୦ ପ୍ରଜାତି ହେଉଛି ଔଷଧୀୟ ବୃକ୍ଷ। ସେହିପରି ଢେଙ୍କାନାଳର ସପ୍ତଶଯ୍ୟା ପର୍ବତ ସଂପର୍କରେ ରାମାୟଣ‌େର ବର୍ଣ୍ଣନା ରହିଛି। ୧୪ବର୍ଷ ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ର, ମା’ ସୀତା ଓ ଅନୁଜ ଲକ୍ଷ୍ମଣ ଏଠାରେ ସାତଦିନ ଅତିବାହିତ କରିଥିଲେ। ଏହି ପର୍ବତରେ ସାତଜଣ ଋଷିଙ୍କ ଆଶ୍ରମ ଥିବାରୁ ଏହାକୁ ସପ୍ତଶଯ୍ୟା ଭାବେ ନାମିତ କରାଯାଇଥିବା କିଂବଦନ୍ତି ରହିଛି। ସପ୍ତଶଯ୍ୟାରେ ୨୦୦ରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ରହିଥିବା  ଜଣାଯାଏ।
 ପୁଣ୍ୟଭୂମି ଉତ୍କଳରେ ଥିବା ବହୁ ପର୍ବତର ପୌରାଣିକ ଓ ଐତିହାସିକ ମହତ୍ତ୍ବ ରହିଛି। ଅନୁଗୁଳ ଜିଲ୍ଲାର ମାଲ୍ୟଗିରି, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ନିୟମଗିରି ଏବଂ ବାଲେଶ୍ବର ଜିଲ୍ଲାର ଦେବଗିରି, ପଞ୍ଚଲିଙ୍ଗେଶ୍ବର ଓ ସ୍ବର୍ଣ୍ଣଚୂଡ଼ ପର୍ବତରେ ବହୁ ଔଷଧୀୟ ବୃକ୍ଷ ରହିଛି। ସେହିପରି ଭୁବନେଶ୍ବରସ୍ଥିତ ଖଣ୍ଡଗିରି ପାହାଡ଼ରେ ୧୦୦ ପ୍ରଜାତିର ଔଷଧୀୟ ବୃକ୍ଷ ରହିଛି।

ଔଷଧୀୟ ବୃକ୍ଷ ଉପରେ ଅଧ୍ୟୟନ ପାଇଁ ପ୍ରୋତ୍ସାହନ ଦିଆଯାଉଛି

ସମ୍ପ୍ରତି ବହୁ ଲୋକ ପାଶ୍ଚାତ୍ୟ ଔଷଧ ବ୍ୟବହାର ଅପେକ୍ଷା ପାରମ୍ପରିକ ଆୟୁର୍ବେଦ ତଥା ବୃକ୍ଷଲତା ଆଧାରିତ ଚିକିତ୍ସା ଚୟନ କରୁଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ଛୋଟରୁ ବଡ଼ ପାହାଡ଼ରେ ଥିବା ଔଷଧୀୟ ବୃକ୍ଷରାଜି ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି। ଓଡ଼ିଶାର ଅଧିକାଂଶ ପାହାଡ଼ରେ ନାନା ପ୍ରଜାତିର ଔଷଧୀୟ ବୃକ୍ଷ ରହିଛି ଏବଂ ଏହାର ଯତ୍ନ ମଧ୍ୟ ନିଆଯାଉଛି। ପସାରୁଣି, ଭୁଇଁକଖାରୁ ପତ୍ର ପେଟଜନିତ ରୋଗଠାରୁ ଆରମ୍ଭକରି ବଦହଜମୀ, କୁଣ୍ଡିଆ, ବାତ, ସ୍ମରଣଶକ୍ତି ବୃଦ୍ଧି, ଦୁର୍ବଳତା ଦୂର କରିବାରେ ବ୍ୟବହାର ହେଉଛି। ଅଶ୍ବଗନ୍ଧା ଚେର, ମୂଳ, ପତ୍ରକୁ ଥାଇରଏଡ୍‌, ଆଞ୍ଜାଇଟ୍ସ, କୋଲଷ୍ଟ୍ରୋଲ୍‌ ନିୟନ୍ତ୍ରଣ, ଅନିଦ୍ରା ଦୂର, ରକ୍ତଚାପ ନିୟନ୍ତ୍ରଣ, ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ଆଦି ବହୁ ରୋଗ ନିରାକରଣ ପାଇଁ ବ୍ୟବହାର କରାଯାଉଛି। ଅନେକ ଔଷଧୀୟ ଦ୍ରବ୍ୟ ମଧ୍ୟରୁ ‘ବଚ’ ଅନ୍ୟତମ। ଏହାକୁ ବହୁ ପୁରୁଣା କାଳରୁ ଔଷଧ ଭାବେ ବ୍ୟବହାର କରାଯାଏ। ଥଣ୍ଡା, ଶ୍ୱାସ, ସ୍ମରଣ ଶକ୍ତି, କଣ୍ଠ, ତ୍ୱଚା, କେଶ ଆଦି ଅନେକ ସମସ୍ୟାର ସମାଧାନ ଏଥିରେ ରହିଛି। ଏମିତିକି ଗନ୍ଧମାର୍ଦ୍ଦନ, ଦେଓମାଳି, କପିଳାସ, ଖଣ୍ଡାଧାର, ଖଣ୍ଡଗିରି ପର୍ବତରେ ଥିବା ଔଷଧୀୟ ବୃକ୍ଷ ଉପରେ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ କରିବା ସହିତ ଗବେଷଣା ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। 
-ଡ. ପ୍ରସାଦ କୁମାର ଦାଶ, ଉଦ୍ଭିଦ ବିଜ୍ଞାନୀ, ଓଡ଼ିଶା ଜୈବବିବିଧତା ବୋର୍ଡ

ଆହୁରି ପଢ଼ନ୍ତୁ: ଶୀତ ଦିନରେ କିପରି ନେବେ ମେକଅପ୍‌, ଆସନ୍ତୁ ଜାଣିବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe