hypothermia is dangerous for children: ହାଇପୋଥର୍ମିଆ, ଶିଶୁଙ୍କ ପାଇଁ ବିପଦ

ହାଇପୋଥର୍ମିଆ ଦୁଇପ୍ରକାର ବୟସସୀମା ଭିତରେ ଦେଖାଯାଏ। ମାସକର ଶିଶୁ ଓ ଦୁଇ ମାସରୁ ୧ ବର୍ଷ ବୟସର ପିଲାଙ୍କ ଶରୀରରେ ଏହା ଅଧିକ ଦେଖାଯାଏ। ମାସକରୁ କମ୍‌ ବୟସର ଶିଶୁଙ୍କ ଶରୀର ଜଲଦି ଥଣ୍ଡା ପଡ଼ିଯାଏ

hypotharmia

Photograph: (sambad.in)

ଡାକ୍ତର ପ୍ରିୟବ୍ରତ ପଣ୍ଡା, 
ଶିଶୁରୋଗ ବିଶେଷଜ୍ଞ, ଅଙ୍କୁର ହସ୍‌ପିଟାଲ୍‌, ଭୁବନେଶ୍ବର

ପ୍ରଶ୍ନ: ପିଲାଙ୍କ ଶରୀରରେ ହାଇପୋଥର୍ମିଆ କାହିଁକି ହୁଏ?
ଉତ୍ତର: ହାଇପୋଥର୍ମିଆ ଦୁଇପ୍ରକାର ବୟସସୀମା ଭିତରେ ଦେଖାଯାଏ। ମାସକର ଶିଶୁ ଓ ଦୁଇ ମାସରୁ ୧ ବର୍ଷ ବୟସର ପିଲାଙ୍କ ଶରୀରରେ ଏହା ଅଧିକ ଦେଖାଯାଏ। ମାସକରୁ କମ୍‌ ବୟସର ଶିଶୁଙ୍କ ଶରୀର ଜଲଦି ଥଣ୍ଡା ପଡ଼ିଯାଏ, ଅତ୍ୟାବଶକୀୟ ଗରମ ପୋଷାକ ପିନ୍ଧା ନଗଲେ, ମା’ ପେଟ‌ର ତାପମାତ୍ରାଠାରୁ ବାହାର ତାପମାତ୍ରା କମ୍‌ ହୋଇଗଲେ ଶିଶୁଙ୍କଠାରେ ଏହି ରୋଗ ଦେଖାଯାଏ। ବର୍ଷକରୁ କମ୍‌ ବୟସର ପିଲାମାନଙ୍କର ଶରୀରରେ ହାଇପୋଥର୍ମିଆ ଦେଖାଯିବାର କାରଣ ହେଲା ପରିବେଶ।  

ପ୍ରଶ୍ନ: ରୋଗର ଲକ୍ଷଣ କ’ଣ?
ଉତ୍ତର: ପିଲା ଖାଇବେ ନାହିଁ, ସଂକ୍ରମଣ ଜନିତ ରୋଗ ଦେଖାଯାଏ, ହାର୍ଟରେଟ୍‌ କମିଯାଏ, ଥଣ୍ଡା ଧରିବା ଭଳି ସମସ୍ୟା ଦେଖାଯାଏ।

ଆହୁରି ପଢ଼ନ୍ତୁ: ବଇଁଶୀ ଦେଇଛି ପରିଚୟ

ପ୍ରଶ୍ନ: ହାଇପୋଥର୍ମିଆକୁ କିପରି ରୋକାଯାଇପାରିବ?
ଉତ୍ତର: ନବଜାତ ଶିଶୁଙ୍କୁ ମାସକ ଭିତରେ ଗାଧୋଇବା ନାହିଁ। ମୋଟା ପୋଷାକ ପିନ୍ଧାଇବା, ବଡ଼ ପିଲାଙ୍କୁ ଘରେ ମଧ୍ୟ ଗରମ ପୋଷାକ ପିନ୍ଧାଇବା ଉଚିତ। ଘରର ଉଷ୍ମତା ବଜାୟ ରଖିବା ଉଚିତ। ନାଜାଲ୍‌ ଡ୍ରପ୍‌ ନାକରେ ପକାଇବା ଉଚିତ କାରଣ ଏହା ନାକକୁ ଆର୍ଦ୍ର ରଖିଥାଏ।

  ପ୍ରଶ୍ନ: କିପରି ଜାଣିବା ଶିଶୁଟି ହାଇପୋଥର୍ମିଆର ଶିକାର ହୋଇଛି?
ଉତ୍ତର: ନବଜାତ ପିଲାଙ୍କର ହାତ ଓ ପାଦକୁ ବାରମ୍ବାର ଧ୍ୟାନ ଦେବା ଉଚିତ, କାରଣ ଏହି ରୋଗରେ ସେମାନଙ୍କ ହାତ ଓ ପାଦ ନୀଳ ପଡ଼ିଯାଏ। ପିଲାମାନେ ଖାଇବା ଗ୍ରହଣ କରିବେ ନାହିଁ, ଅଧିକ ସମୟ ଶୋଇବେ। ତାଙ୍କଠାରୁ ବଡ଼ ପିଲାଙ୍କ ଶରୀରରେ ବାରମ୍ବାର ସର୍ଦ୍ଦି ଧରିବ, ‌ଖେଳାଖେଳି କରିବେ ନାହିଁ। ବ୍ୟବହାରରେ ଏପରି କିଛି ପରିବର୍ତ୍ତନ ଆସିଲେ ସଙ୍ଗେ ସଙ୍ଗେ ପାଖ ଡାକ୍ତଖାନା ନେଇଯିବା ଉଚିତ। 

ପ୍ରଶ୍ନ: ହାଇପୋଥର୍ମିଆର ଗ୍ରେଡିଂ କେତେ ରହିବା ଉଚିତ ଓ ଏହା କେତେ ବିପଦପୂର୍ଣ୍ଣ?
ଉତ୍ତର: ଶରୀରର ଉପଯୁକ୍ତ ତାପମାତ୍ରା ପାଇଁ ବିଭିନ୍ନ ପ୍ରକାର ଗ୍ରେଡିଂ ରହିଛି। ମାଇଲ୍‌ଡ ହାଇପୋଥର୍ମିଆରେ ୩୬ ଡିଗ୍ରୀରୁ ୩୬.୫ ଡିଗ୍ରୀ ଶରୀର ତାପମାତ୍ରା ରହିବା ଉଚିତ। ସେହିପରି ମଡରେଟ୍‌ରେ ୩୨-୩୬ ଡିଗ୍ରୀ, ସିଭିଅର ହାଇପୋଥର୍ମିଆ ୩୬ ଡିଗ୍ରୀରୁ କମ୍‌ ତାପମାତ୍ରା। ସେଥିପାଇଁ ମଡରେଟ୍‌ ଓ ସିଭିୟର ହାଇପୋଥର୍ମିଆ ଅଧିକ ବିପଦପୂର୍ଣ୍ଣ। ଏହି ସମୟରେ ଡାକ୍ତରଖାନାରେ ରେଡିଆଣ୍ଟ୍‌ ୱାର୍ମର୍‌ ତଳେ ରଖିଥାଉ। ସେମାନଙ୍କୁ ଜୋର୍‌ ଜୋର୍‌ ଘସାଯାଏ, ୩୪ ଡିଗ୍ରୀ ତାପମାତ୍ରା ଆଣିବା ପର୍ଯ୍ୟନ୍ତ। ଏହାପରେ ଧୀରେ ଧୀରେ ୩୬ ଡିଗ୍ରୀ ପର୍ଯ୍ୟନ୍ତ ଆଣିବାକୁ ଚେଷ୍ଟା କରାଯାଏ।

ଆହୁରି ପଢ଼ନ୍ତୁ: ଅଫିସରେ ବେଶି ସମୟ ବସୁଛନ୍ତି କି ? ବସିଲେ ବଢିବ ସ୍ବାସ୍ଥ୍ୟ ସମସ୍ୟା... ନିରନ୍ତର ବସିବା ଧୂମପାନ ପରି ବିପଦପୂର୍ଣ୍ଣ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe