Indian woman: ଭାରତୀୟ ନାରୀ: କିଛି ଆଶ୍ଚର୍ଯ୍ୟଜନକ କଥା

Advertisment

ବିଶ୍ବ ଦୃଷ୍ଟିର ଆଢୁଆଳରେ ରହି ଭାରତୀୟ ମହିଳାମାନେ ବହୁ ପୂର୍ବରୁ ନାନା କୀର୍ତ୍ତିମାନ ସ୍ଥାପନ କରିଆସୁଛନ୍ତି। ପର୍ବତ ଶିଖର ଚଢ଼ିବାରୁ ଆରମ୍ଭ କରି ବ୍ୟବସାୟ, ବିମାନ ଚାଳନା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନେ ନୂଆ ଦିଗନ୍ତ ବିସ୍ତାର କରିଆସୁଛନ୍ତି।

ବିଶ୍ବ ଦୃଷ୍ଟିର ଆଢୁଆଳରେ ରହି ଭାରତୀୟ ମହିଳାମାନେ ବହୁ ପୂର୍ବରୁ ନାନା କୀର୍ତ୍ତିମାନ ସ୍ଥାପନ କରିଆସୁଛନ୍ତି। ପର୍ବତ ଶିଖର ଚଢ଼ିବାରୁ ଆରମ୍ଭ କରି ବ୍ୟବସାୟ, ବିମାନ ଚାଳନା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନେ ନୂଆ ଦିଗନ୍ତ ବିସ୍ତାର କରିଆସୁଛନ୍ତି।

dagdgagdzvc

ବିଶ୍ବ ଦୃଷ୍ଟିର ଆଢୁଆଳରେ ରହି ଭାରତୀୟ ମହିଳାମାନେ ବହୁ ପୂର୍ବରୁ ନାନା କୀର୍ତ୍ତିମାନ ସ୍ଥାପନ କରିଆସୁଛନ୍ତି। ପର୍ବତ ଶିଖର ଚଢ଼ିବାରୁ ଆରମ୍ଭ କରି ବ୍ୟବସାୟ, ବିମାନ ଚାଳନା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନେ ନୂଆ ଦିଗନ୍ତ ବିସ୍ତାର କରିଆସୁଛନ୍ତି। ମହିଳାମାନଙ୍କର ଏମିତି ଅନେକ ସଫଳତାର କାହାଣୀ ଅକୁହା ରହିଯାଇଛି।

Horoscope 2026 January 05: ଜାଣନ୍ତୁ ଆଜିର ରାଶିଫଳ

 ନାରୀ ପରିଚାଳିତ ବଜାର: ପୃଥିବୀର ଅନ୍ୟତମ ପୁରାତନ ମହିଳା ପରିଚାଳିତ ବଜାର ଅଛି ମଣିପୁରର ଇମ୍ଫାଲରେ। ଅନେକ ଶତାବ୍ଦୀ ଧରି ଚାଲିଆସିଥିବା ଏହି ବଜାରଟିରେ କେବଳ ମହିଳାମାନେ ବିକ୍ରିବଟା କରିଥାନ୍ତି। ଏହା ହେଉଛି ପୃଥିବୀର ସର୍ବବୃହତ୍‌ ଏବଂ ସବୁଠାରୁ ଦୀର୍ଘ କାଳ ଧରି ଚାଲିଆସିଥିବା ମହିଳା ପରିଚାଳିତ ବଜାର। 

 ବୃହତ୍‌ ମାତୃବଂଶୀୟ ପରିବାର ବ୍ୟବସ୍ଥା: ମେଘାଳୟର ଖାସି, ଗାରୋ ଓ ଜୈନ୍ତିଆ ଜନଜାତିରେ ମହିଳାମାନେ ହିଁ ଘରର ମୁରବି। ସେମାନେ ବଂଶାନୁକ୍ରମିକ ଭାବେ ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି, ସେମାନଙ୍କ ସାଙ୍ଗିଆ ପର ପିଢ଼ିକୁ ପ୍ରବାହିତ ହୋଇଥାଏ। ଏହି ସଂସ୍କୃତି କେରଳ ଓ କର୍ଣ୍ଣାଟକର କିଛି ସଂପ୍ରଦାୟରେ ମଧ୍ୟ ଦେଖିବାକୁ ମିଳେ। ମାତୃବଂଶୀୟ ସଂସ୍କୃତି ଆପଣାଇଥିବା ଅନ୍ୟତମ ବୃହତ୍ତମ ଜନସଂଖ୍ୟା ଭାରତରେ ବସବାସ କରନ୍ତି। 

Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି

 ପ୍ରଥମ ମହିଳା ଫଟୋସାମ୍ବାଦିକ: ହୋମୀ ବ୍ୟାରାଵାଲା ଥିଲେ ଭାରତର ପ୍ରଥମ ମହିଳା ଫଟୋସାମ୍ବାଦିକ। ଭାରତ ଯେତେବେଳେ ବ୍ରିଟିସ୍‌ ଶାସନରୁ ମୁକୁଳି ସ୍ବାଧୀନ ହେଉଥିଲା ହୋମୀ ସେହି ସମୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁଙ୍କ ପରି ନେତାଙ୍କ ଫଟୋ ଉଠାଇଥିଲେ ଏବଂ ସ୍ବାଧୀନତା ଆନ୍ଦୋଳନର ଅନେକ ଐତିହାସିକ ଚିତ୍ର ଉତ୍ତୋଳନ କରିଥିଲେ। ରୋଚକ କଥା ହେଉଛି ସେବେ ମହିଳାମାନଙ୍କୁ କ୍ବଚିତ୍‌ ଖବରକାଗଜରେ ଚାକିରି ମିଳୁଥିଲା। 

 ପାଇଲଟ୍‌ଙ୍କ ବିଶାଳ ଗୋଷ୍ଠୀ: ଭାରତୀୟ ପାଇଲଟ୍‌ମାନଙ୍କ ମଧ୍ୟରେ ମହିଳାଙ୍କ ଭାଗ ୧୫%, ଯାହା ବିଶ୍ବ ହାରାହାରି (୫-୬%) ଠାରୁ ଖୁବ୍ ଅଧିକ। ବିମାନସେବା କ୍ଷେତ୍ରରେ ଲିଙ୍ଗ ସମାନତା ପ୍ରତିଷ୍ଠା ଦିଗରେ ଭାରତର ଏଆର୍‌ଲାଇନ୍‌ଗୁଡ଼ିକ ବିଶ୍ବରେ ଅଗ୍ରଣୀ ସ୍ଥାନ ଅଧିକାର କଲେଣି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe