ଭାରତ ମାଇକ୍ରୋପ୍ରୋସେସର୍ର ଏକ ବଡ଼ ବଜାର ଭାବେ ଉଭା ହୋଇଛି; କିନ୍ତୁ ସେଗୁଡ଼ିକୁ ବିଦେଶରୁ ଆମଦାନି କରାଯାଇ ଆସୁଛି। ଏହି ଧାରାକୁ ସମାପ୍ତ କରିବା ପାଇଁ ଭାରତ ସରକାର ସ୍ବଦେଶୀ ପ୍ରସେସର୍ ପ୍ରଯୁକ୍ତି ବିକଶିତ କରିବା ଆରମ୍ଭ କରିଛନ୍ତି। ଏହାର ଫଳଶ୍ରୁତି ହେଉଛି ‘ଧ୍ରୁବ୬୪’। ଏହି ୧ ଗିଗାହର୍ଜ, ୬୪-ବିଟ୍ ଡୁଆଲ୍-କୋର୍ ମାଇକ୍ରୋପ୍ରୋସେସର୍କୁ ପ୍ରସ୍ତୁତ କରିଛି ‘ସେଣ୍ଟର୍ ଫର୍ ଡେଭ୍ଲପ୍ମେଣ୍ଟ ଅଫ୍ ଆଡ୍ଭାନ୍ସ୍ଡ କମ୍ପ୍ୟୁଟିଂ’ (ସି-ଡାକ୍)।
Paddy: ଖରିଫ ମଣ୍ଡି ଉଦ୍ଘାଟିତ, ପ୍ରଥମ ଦିନରେ ହୋଇପାରିଲାନି ଧାନ କିଣା
ଏହା ଘରୋଇ ଚିପ୍ ଡିଜାଇନ୍ ଇକୋସିଷ୍ଟମ୍କୁ ସୁଦୃଢ଼ କରିବା ସହିତ ଦୀର୍ଘକାଳୀନ ଆମଦାନି ନିର୍ଭରଶୀଳତା ହ୍ରାସ କରିବ ବୋଲି କୁହାଯାଉଛି। ଏହାକୁ ୫ଜି ଭିତ୍ତିଭୂମି, ଅଟୋମୋଟିଭ୍, ଶିଳ୍ପକ୍ଷେତ୍ର ଓ ବିଭିନ୍ନ ଖାଉଟି ଯନ୍ତ୍ରର ମସ୍ତିଷ୍କ ଭାବେ ବ୍ୟବହାର କରିବା ଲାଗି ଡିଜାଇନ୍ କରାଯାଇଛି। ଏହାର ଆଉ ଏକ ବିଶେଷତ୍ବ ହେଲା ଏହାକୁ ବିନା କୌଣସି ଲାଇସେନ୍ସ ଦେୟରେ ବ୍ୟବହାର କରିହେବ।
Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ
Follow Us