Janki Ballav Patnaik's birth centenary celebrations: ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହ: ସଂଗ୍ରହ ହେବ କଂସା, ପିତ୍ତଳ ବାସନ

Advertisment

ଓଡ଼ିଶାର ପ୍ରତିଟି ଘର ବୁଲିବେ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟିର ସଦସ୍ୟ। ବିଭିନ୍ନ ଲୋକଙ୍କ ଘରୁ ସଂଗ୍ରହ ହେବ ଭଙ୍ଗା କଂସା ଓ ପିତ୍ତଳ ବାସନକୁସନ। ସେହି କଂସା.....

ଓଡ଼ିଶାର ପ୍ରତିଟି ଘର ବୁଲିବେ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟିର ସଦସ୍ୟ। ବିଭିନ୍ନ ଲୋକଙ୍କ ଘରୁ ସଂଗ୍ରହ ହେବ ଭଙ୍ଗା କଂସା ଓ ପିତ୍ତଳ ବାସନକୁସନ। ସେହି କଂସା.....

dgdgdagddg

ଓଡ଼ିଶାର ପ୍ରତିଟି ଘର ବୁଲିବେ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟିର ସଦସ୍ୟ। ବିଭିନ୍ନ ଲୋକଙ୍କ ଘରୁ ସଂଗ୍ରହ ହେବ ଭଙ୍ଗା କଂସା ଓ ପିତ୍ତଳ ବାସନକୁସନ। ସେହି କଂସା, ପିତ୍ତଳରେ ନିର୍ମାଣ ହେବ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତିକୁ ଓଡ଼ିଶା ବିଧାନସଭା ପରିସରରେ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କମିଟିର ସଦସ୍ୟ। ଏଥିସହ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନାମରେ ରାଜଧାନୀର କୌଣସି ସ୍ଥାନର ନାମକରଣ ହୋଇ ନ ଥିବା ବେ‌ଳେ ସେ ଉଦ୍‌ଘାଟନ କରିଥିବା କଳିଙ୍ଗ ଷ୍ଟାଡିୟମ୍‌ ହେଉ ଅବା ଏକାମ୍ର ପାର୍କ କିମ୍ବା ଭୁବନେଶ୍ବର ରେଳଷ୍ଟେସନକୁ ଜାନକୀବାବୁଙ୍କ ନାମରେ ନାମିତ କରିବା ସହ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ। ପ୍ରତିମୂର୍ତ୍ତିକୁ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏଥିସହ ଖୋର୍ଦ୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନର ଉନ୍ନତୀକରଣ ଓ ରକ୍ଷଣାବେକ୍ଷଣା ରାଜ୍ୟ ସରକାର କରିବାକୁ ଶ୍ରୀ ପଟ୍ଟନାୟକ ଦାବି ରଖିଛନ୍ତି। ଏହି ତିନି ଦାବି ସମ୍ବଳିତ ଦାବିପତ୍ରକୁ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି।

Vande Bharat Sleeper Train: ଦିଲ୍ଲୀ ରେଳ ଷ୍ଟେସନରେ 'ବନ୍ଦେ ଭାରତ ସ୍ଲିପର ଟ୍ରେନ'ର ନିରୀକ୍ଷଣ କଲେ କେନ୍ଦ୍ର ରେଳମନ୍ତ୍ରୀ

ଫଟୋଚିତ୍ର ପ୍ରଦର୍ଶନୀ
ଜାନକୀବଲ୍ଲଭ ପଟ୍ଟନାୟକ  କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଠାରୁ ଆରମ୍ଭ କରି ତିନି ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପରେ ଆସାମର ରାଜ୍ୟପାଳ ଦାୟିତ୍ବ ତୁଲାଇବା ଭିତରେ ଏମିତି ଅନେକ କିଛି କୃତି ନିଜ ନାମରେ କରି ଯାଇଛନ୍ତି, ଯାହାକି ତାଙ୍କୁ ଚିର ଅମର ରଖିବ। ତାଙ୍କର ସାହିତ୍ୟ କୃତି ଅବା ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଯୋଗଦାନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଆଜି ସମାରୋହ ପରିସରରେ ଏକ ଫଟୋଚତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବିଭିନ୍ନ ପୁସ୍ତକ ଯଥା ‘ଗୌତମ ବୁଦ୍ଧ’, ‘ଅସମାପ୍ତ ଆତ୍ମଲିପି’, ‘ଆସାମରୁ ଲେଖୁଛି’, ‘ବାଚସ୍ପତି ମହୋଦୟ’, ଅନୁବାଦ ପୁସ୍ତକ ‘ବଙ୍କିମ ଉପନ୍ୟାସମାଳା’, ‘ଗୋକୁଳାନନ୍ଦ ଗ୍ରନ୍ଥାବଳୀ’ ଆଦି ପୁସ୍ତକର ପ୍ରଚ୍ଛଦ ପ୍ରଦର୍ଶିତ ହେବା ସହ ବିଶିଷ୍ଟ ବ୍ୟକ୍ତିତ୍ବମାନଙ୍କ ସହ ସାକ୍ଷାତ, ବିଭିନ୍ନ ବିଶ୍ବବିଦ୍ୟାଳୟରେ ବକ୍ତବ୍ୟ ଓ ସମ୍ବର୍ଦ୍ଧିତ କରାଯାଉଥିବାର ମୁହୂର୍ତ୍ତ ସହ ରାଜନୀତି, ସାମ୍ବାଦିକତା ଜୀବନର ତାଙ୍କ ବିଶେଷ ଫଟୋଚିତ୍ର ମଧ୍ୟମରେ ଆ‌ଜି କରିବାକୁ ଉଦ୍ୟମ କରାଯାଇଥିଲା।

ଅନୈତିକ ଅର୍ଥଠାରୁ ଦୂରେଇ ରହୁଥିଲେ
ଜାନକୀବାବୁ ଜଣେ ସଚ୍ଚୋଟ ତଥା ଭଦ୍ର ଓ ନମ୍ର ରାଜନୀତିଜ୍ଞ ଥିଲେ। ଅନୈତିକ ତଥା କଳା ଟଙ୍କାରୁ ସେ ଦୂରେଇ ରହୁଥିଲେ। ଲାଞ୍ଚୁଆମାନଙ୍କୁ ଘୃଣା କରୁଥିଲେ। ଏଭଳି କିଛି ଅନୁଭୂତି ଆଜି ବଖାଣିଛନ୍ତି ଜାନକୀବାକୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ରାଜନେତା ସୁର ରାଉତରାୟ। ସେ ଜାନକୀବାବୁଙ୍କ ସହ ଏକ ଘଟଣାକୁ ମନେପକାଇ କହିଛନ୍ତି, ‘‘ଥରେ ଜାନକୀବାବୁଙ୍କୁ ଭେଟିବାକୁ ଗଲାବେଳେ ମୁଁ ଟଙ୍କା ଭର୍ତ୍ତି ଆଟାଚ୍‌ ଧରି ଯାଇଥିଲି। ଜାନକୀବାବୁ ମୋତେ ଦେଖିବା କ୍ଷଣି କହିଥିଲେ, ସେଇଠି ରୁହ। ସେହି ଟଙ୍କାକୁ ସେଠି ଛାଡ଼ିଲେ ହିଁ ଭିତରକୁ ଆାସିପାରିବ। ସେହି ଆଟାଚ୍‌ ମୋ ରୁମ୍‌ ଭିତରକୁ ଆସିପାରିବ ନାହିଁ। ମୁଁ କହିଲି, ଆପଣଙ୍କୁ କଣ ଟଙ୍କା ଦରକାର ନାହିଁ। ସେ କହିଥିଲେ, ବିଲ୍‌କୁଲ୍‌ ନୁହେଁ। ମୋତେ ଏଭଳି ଟଙ୍କା ଆବଶ୍ୟକ ନାହିଁ।’’ ଲାଞ୍ଚ ଓ କଳା ଟଙ୍କାକୁ ସେ ସମ୍ପୂର୍ଣ୍ଣ ଘୃଣା କରୁଥିଲେ। 

PMAY: କଚ୍ଛପ ଗତିରେ ସହରାଞ୍ଚଳ ପ୍ରଧାମନ୍ତ୍ରୀ ଆବାସ ଯୋଜନା

 ମଞ୍ଚ ତଳେ ତ୍ରିବେଣୀ ସଙ୍ଗମ
ସାହିତ୍ୟ-ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଙ୍ଗମ ଥିଲେ ଜନନାୟକ ଜାନକୀବଲ୍ଲଭ। ଆଜି ତାଙ୍କ ଶତବାର୍ଷିକୀ ସମାରୋହରେ ବି ମଞ୍ଚ ତଳେ ଏହି ତ୍ରିବେଣୀ ସଙ୍ଗମ ଦେଖିବାକୁ ମିଳିଥିଲା। କଂଗ୍ରେସ, ବିଜେପି, ବିଜେଡି ସହ ବାମଦଳର ବହୁ ରାଜନେତାଙ୍କ ସହ ବହୁ ସାହିତ୍ୟିକଙ୍କ ଭିଡ଼ ଜମିଥିଲା ‌କେବଳ ଜାନକୀବାବୁଙ୍କ ସମ୍ମାନାର୍ଥେ। ଓଡ଼ିଶାର ବହୁ ବରିଷ୍ଠ ସାମ୍ବାଦିକଙ୍କ ସହ ସବୁ ଜିଲ୍ଲାରୁ ‘ସମ୍ବାଦ-ସାହିତ୍ୟଘର’ର ବହୁ କବି, ଲେଖକ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe