ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମୟ ଦାବି କରି ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ‘ସ୍ପିରିଟ୍’ ଓ ‘କଳ୍କୀ ୨୮୯୮ ଏଡି’ରୁ ବାଦ୍ ପଡ଼ିବା ପରେ ଚର୍ଚ୍ଚାରେ ରହି ଆସିଛନ୍ତି। ସେ କଳାକାରଙ୍କ ଲାଗି ଆଠଘଣ୍ଟିଆ ସିଫ୍ଟ ସପକ୍ଷରେ ମନ୍ତବ୍ୟ ଦେଇ ବିତର୍କିତ ହୋଇପଡ଼ିଥିଲେ। ଏବେ ଦୀପିକାଙ୍କୁ କରୀନା କପୁର ଖାନ୍ ମଧ୍ୟ ସମର୍ଥନ କରିଛନ୍ତି। କୌଣସି ଫିଲ୍ମ ସ୍ବାକ୍ଷର ପୂର୍ବରୁ ହିଁ ଅଭିନେତ୍ରୀମାନେ ପ୍ରଯୋଜକଙ୍କ ସହ ଏ ବାବଦରେ କଥା ହେବା ଉଚିତ ବୋଲି କରୀନା ମତ ରଖିଛନ୍ତି।
Health: ବୃତ୍ତିରେ ୬୦ ବର୍ଷ: ରାଇରଙ୍ଗପୁର ଦରଦୀ ଚିକିତ୍ସକ ଡା. ପି.ଏସ୍. ମାଣିକେଶ୍ୱରୀ
ନିକଟରେ କରୀନା କହିଥିଲେ,‘‘ପ୍ରତ୍ୟେକ କାମ ପୂର୍ବରୁ ଯୋଜନା ପ୍ରସ୍ତୁତି ଦରକାର। କାମ ଆରମ୍ଭ ହେବା ପୂର୍ବରୁ ହିଁ ଅଭିନେତ୍ରୀମାନେ ନିର୍ମାତାଙ୍କ ସହ ସ୍ପଷ୍ଟ କଥାବାର୍ତ୍ତା କରିନେବା ଉଚିତ। ମୁଁ ଯେତେବେଳେ ‘ଦ ବକିଂହାମ୍ ମଡର୍ସ’ର ସୁଟିଂ କରୁଥିଲି, ସେତେବେଳେ ମୁଁ ନିର୍ମାତାଙ୍କୁ ସଫାସଫା କହିଦେଇଥିଲି ଯେ ମୋତେ ମୋ ପିଲାଙ୍କ ପାଖକୁ ଫେରିବାର ଅଛି।’’ ଏହାଛଡ଼ା କରୀନା ଯେବେ ଲଣ୍ଡନରେ ସୁଟିଂ କରୁଥିଲେ ତ ତାଙ୍କ ସହ ସ୍ବାମୀ ସୈଫ୍ ଅଲ୍ଲୀ ଖାନ୍ ଓ ପିଲାମାନେ ବି ଯାଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୫ ମସିହାରେ ଏକ ସାକ୍ଷାତ୍କାରରେ ଦୀପିକା କହିଥିଲେ କି ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଜଣେ ଦିନକୁ ଅତି ବେଶିରେ ୮ ଘଣ୍ଟା ପରିଶ୍ରମ କରିବା ଉଚିତ। ଅନ୍ୟ ଶିଳ୍ପ ପରି ମନୋରଞ୍ଜନ ଶିଳ୍ପରେ ବି ଏଭଳି ନିୟମ ଲାଗୁ ଜରୁରି ।
Follow Us