ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ପରେ ଭାରତୀୟ କ୍ରିକେଟ୍ର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମା ଅଚାନକ ଟେଷ୍ଟ୍ କ୍ରିକେଟ୍ରୁ ଅବସର ଘୋଷଣା କରିବା ପ୍ରଶଂସକଙ୍କୁ ଚକିତ କରିଥିଲା। ଉଭୟ ଆଗପଛ ହୋଇ ସନ୍ନ୍ୟାସ ନେବା ଭାରତୀୟ କ୍ରିକେଟ୍ ପାଇଁ ମଧ୍ୟ ଯୁଗଳ ଝଟ୍କା ଥିଲା। ରୋହିତ ମେ ୭ ତାରିଖରେ ଅବସର ଘୋଷଣା କରିବାର ପାଞ୍ଚ ଦିନ ପରେ କୋହଲି ଅବସର ବୋମା ପକାଇଥିଲେ। ଏହା ପରେ ଭାରତୀୟ ଟେଷ୍ଟ୍ ଦଳର ସନ୍ତୁଳନ ବିଗିଡ଼ି ଯାଇଥିଲା। ଶୁବମନ୍ ଗିଲ୍ ଉଭୟ ଦିନିକିଆ ଓ ଟେଷ୍ଟ୍ ଦଳର ମଙ୍ଗ ଧରିଥିଲେ। ଟ୍ବେଣ୍ଟି-୨୦ ଅଧିନାୟକ ଦାୟିତ୍ବ ସୂର୍ଯ୍ୟକୁମାର ଯାଦବ ନେଇଥିଲେ। ଅବସର ବେଳକୁ ରୋହିତ ୬୭ ଟେଷ୍ଟ୍ ଖେଳି ୧୨ ଶତକ ଓ ୧୮ ଅର୍ଦ୍ଧଶତକ ବଳରେ ୪୩୦୧ ରନ୍ କରିଥିଲେ। ଅନ୍ୟପକ୍ଷରେ କୋହଲି ୧୨୩ ଟେଷ୍ଟ୍ ଖେଳି ୩୦ ଶତକ ଓ ୫୧ ଅର୍ଦ୍ଧଶତକ ବଳରେ ୯୨୩୦ ରନ୍ କରିଥିଲେ। ତାଙ୍କ ପାଖରେ ୧୦,୦୦୦ ରନ୍ ପୂରଣ କରିବାର ସୁଯୋଗ ଥିଲେ ମଧ୍ୟ ସେ କୌଣସି ଆଗ୍ରହ ଦେଖାଇ ନଥିଲେ।
Coastal areas: ଭୀଷଣ ଅମ୍ଳୀୟ ହୋଇଯିବ ଉପକୂଳ ଅଞ୍ଚଳ
Dhankhad: ଧନଖଡ଼ଙ୍କ ବିଦାୟ ସମ୍ବର୍ଦ୍ଧନା ପ୍ରସଙ୍ଗ, ରାଜ୍ୟସଭାରେ ବିଜେପି-କଂଗ୍ରେସ ମୁହାଁମୁହିଁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/02/untitled-8-2025-12-02-07-27-17.jpg)