Advertisment

Leading: ଆଗେଇପାରୁନି ଉନ୍ନୟନ ପ୍ରକଳ୍ପ

Advertisment

 ସାରାଦେଶ ତଥା ବିଶ୍ବର ଏକ ବିରଳ ବେଳାଭୂମି ଭାବେ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ବେଳାଭୂମି ପରିଚିତ। ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସକାଳେ ଓ ସନ୍ଧ୍ୟାରେ କୂଳ ପର୍ଯ୍ୟନ୍ତ ସମୁଦ୍ର....

 ସାରାଦେଶ ତଥା ବିଶ୍ବର ଏକ ବିରଳ ବେଳାଭୂମି ଭାବେ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ବେଳାଭୂମି ପରିଚିତ। ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସକାଳେ ଓ ସନ୍ଧ୍ୟାରେ କୂଳ ପର୍ଯ୍ୟନ୍ତ ସମୁଦ୍ର....

Untitled-22

ବାଲେଶ୍ବର:  ସାରାଦେଶ ତଥା ବିଶ୍ବର ଏକ ବିରଳ ବେଳାଭୂମି ଭାବେ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ବେଳାଭୂମି ପରିଚିତ। ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସକାଳେ ଓ ସନ୍ଧ୍ୟାରେ କୂଳ ପର୍ଯ୍ୟନ୍ତ ସମୁଦ୍ର ଲହଡ଼ି ମାଡ଼ି ଆସିବା, ପୁଣି ଘଣ୍ଟାଘଣ୍ଟା ଧରି ୫ କିମି ପର୍ଯ୍ୟନ୍ତ ବେଳାଭୂମି ସମୁଦ୍ର ମଧ୍ୟକୁ ଚାଲିଯିବା ଏଠାକାର ବିଶେଷ ପ୍ରାକୃତିକ ଆକର୍ଷଣ। ଜିଲ୍ଲା ସଦର ମହକୁମାଠାରୁ ୧୬ କିମି ଦୂରରେ ଥିବା ଏହି ବେଳାଭୂମିକୁ ୧୯୭୩ ମସିହାରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲା।  ମାନ୍ୟତା ମିଳିବାକୁ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ବିତିଥିଲେ ମଧ୍ୟ ବେଳାଭୂମିର ଉନ୍ନତୀକରଣ ହୋଇପାରିନି। ପର୍ଯ୍ୟଟକଙ୍କୁ ବାନ୍ଧି ରଖିବା ଲାଗି ଏଠାରେ କୌଣସି ପ୍ରକଳ୍ପ ନାହିଁ।

Mountain: ପାହାଡ଼ ଥିଲା, ଏବେ ପୋଖରୀ

The name: ନାମ ବଦଳିଲା, କାମ ନାହିଁ

 
ହସ୍ତଗତ ତଥ୍ୟ ଅନୁସାରେ, ପ୍ରସ୍ତାବିତ ଚାନ୍ଦିପୁର ବେଳାଭୂମି ଉନ୍ନତୀକରଣ ପ୍ରକଳ୍ପ ନିମନ୍ତେ ୨୦୨୪-୨୫ରେ ୨କୋଟି, ୨୦୨୫-୨୬ରେ ୩ କୋଟି ଟଙ୍କା ଅନୁଦାନ ଆସିଥିଲା। ହେଲେ, ବେଳାଭୂମିରେ ସୌନ୍ଦର୍ଯ୍ୟୀକରଣ ନିମନ୍ତେ ଇଟାଖଣ୍ଡେ ପଡ଼ିପାରି ନାହିଁ। ବେଳାଭୂମିର ଆଲୋକୀକରଣ ବ୍ୟବସ୍ଥା ହେଉ କି ପାର୍କ, ‌ଶୌଚାଳୟ, ପୁଲିସ ସୁରକ୍ଷା ଭଳି ସାମାନ୍ୟତମ ମୌଳିକ ସୁବିଧା ନାହିିଁ। ୨୦୨୦ ମସିହାରେ ଏଠାରେ ନିର୍ମାଣ କରାଯାଇଥିବା ମେରାଇନ୍‌ ଡ୍ରାଇଭ୍‌ ଭାଙ୍ଗିରୁଜି ଯାଇଛି। ବେଳାଭୂମି ଘାସରେ ପରିପୂର୍ଣ୍ଣ ହୋଇଥିବା ବେଳେ ପୂର୍ବଭଳି ଆଉ କୂଳ ପର୍ଯ୍ୟନ୍ତ ଜୁଆର ଆସୁନି। ପଶ୍ଚିମବଙ୍ଗର ଦୀଘା ବେଳାଭୂମି ଯେଭଳି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି, ଚାନ୍ଦିପୁର କ୍ଷେତ୍ରରେ ତାହା ଘଟୁନାହିଁ।   
ତଥ୍ୟ ଅନୁସାରେ, ୨୦୧୯ ମସିହା ଅର୍ଥାତ୍‌ କ‌ରୋନା ମହାମାରୀ ପୂର୍ବରୁ ଏଠାକୁ ପ୍ରତିବର୍ଷ ୪୦୦ରୁ ଉର୍ଦ୍ଧ୍ବ ବିଦେଶୀ ପର୍ଯ୍ୟଟକ, ୯ ଲକ୍ଷରୁ ଅଧିକ ଘରୋଇ ପର୍ଯ୍ୟଟକ ଆସୁଥିଲେ। ଏବେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦୦ ବି ଟପୁନାହିଁ। ୨୦୧୮ରେ ୯ ଲକ୍ଷ ୬୨ ହଜାର ୪୩୨ ଘରୋଇ, ୪୧୪ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୫ର ତଥ୍ୟ ଏ ପର୍ଯ୍ୟନ୍ତ ଆସି ନ ଥିବା ବେଳେ ୨୦୨୪ ମସିହାରେ ୬ଲକ୍ଷ ୫୨ହଜାର ୧୬ ଜଣ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ମାତ୍ର ୧୯୦ ଜଣ। 
ଏ ସମ୍ପର୍କରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଶ୍ବଜିତ ବେହେରା କହିଛନ୍ତି, ଏହି ଅଞ୍ଚଳ ସଂରକ୍ଷିତ ଜଙ୍ଗଲଠାରୁ ଆରମ୍ଭ କରି କୋଷ୍ଟାଲ୍‌ ରେଗୁଲେସନ ଜୋନ୍‌ରେ ଆସୁଥିବାରୁ ବେଳାଭୂମିର ଉନ୍ନତୀକରଣ ହୋଇପାରୁନି। ଆଇନଗତ ପ୍ରତିବନ୍ଧକର ସମାଧାନ କରି ବେଳାଭୂମିର ଉନ୍ନତି କରିବାକୁ ପ୍ରକ୍ରିୟା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe