Advertisment

Life is at stake to build a house: ଘର ଗଢ଼ିବାକୁ ଜୀବନ ବାଜି: ସୁଡ଼ଙ୍ଗରୁ ବିପଦପୂର୍ଣ୍ଣ ମାଟି ଖୋଳା

Advertisment

ଗାଁରେ ଆବାସ ସାତ ସପନ। ପକ୍କାଘର କାହାରି ନାହିଁ। ମାଟିଘର ଗଢ଼ିବାକୁ ବାଜିରେ ଲାଗୁଛି ଜୀବନ। କାନ୍ଥ ନିର୍ମାଣ ପାଇଁ ସୁଡ଼ଙ୍ଗ କରି ମାଟି ଖୋଳୁଛନ୍ତି। ମୂଷା ଗାତ ପରି ତା’ ଭିତରେ ପଶି ମାଟି ଖୋଳି ବାହାରକୁ ଆଣୁଛନ୍ତି।

ଗାଁରେ ଆବାସ ସାତ ସପନ। ପକ୍କାଘର କାହାରି ନାହିଁ। ମାଟିଘର ଗଢ଼ିବାକୁ ବାଜିରେ ଲାଗୁଛି ଜୀବନ। କାନ୍ଥ ନିର୍ମାଣ ପାଇଁ ସୁଡ଼ଙ୍ଗ କରି ମାଟି ଖୋଳୁଛନ୍ତି। ମୂଷା ଗାତ ପରି ତା’ ଭିତରେ ପଶି ମାଟି ଖୋଳି ବାହାରକୁ ଆଣୁଛନ୍ତି।

jgdjdgjbcnbcncbn

ରବି ନାରାୟଣ କର

କାଳିଆପାଣି: ଗାଁରେ ଆବାସ ସାତ ସପନ। ପକ୍କାଘର କାହାରି ନାହିଁ। ମାଟିଘର ଗଢ଼ିବାକୁ ବାଜିରେ ଲାଗୁଛି ଜୀବନ। କାନ୍ଥ ନିର୍ମାଣ ପାଇଁ ସୁଡ଼ଙ୍ଗ କରି ମାଟି ଖୋଳୁଛନ୍ତି। ମୂଷା ଗାତ ପରି ତା’ ଭିତରେ ପଶି ମାଟି ଖୋଳି ବାହାରକୁ ଆଣୁଛନ୍ତି। ଦୈବାତ ଯଦି ଉପରୁ ମାଟି ଧସିଯାଏ ତେବେ ଭିତରେ ଥିବା ଲୋକର ମୃତ୍ୟୁ ନିଶ୍ଚିତ। ନଗଡ଼ା ନିକଟବର୍ତ୍ତୀ ତୁମୁଣି ଗାଁରେ ଗରିବ ଜୁଆଙ୍ଗ ନିଜ ବାସଗୃହ ନିର୍ମାଣ ପାଇଁ ଏଭଳି ଭାବେ ନିଜ ଜୀବନକୁ ବିପନ୍ନ କରି କାମ କରୁଥିବା ଦେଖିବାକୁ ମିଳିଛି। ସ୍ବତନ୍ତ୍ର ଚିକିଟା ନାଲି ମାଟିରେ ମଜଭୁତ କାନ୍ଥ ହେଉଥିବାରୁ ଗ୍ରାମବାସୀ ଗାଁ ମଝିରେ ମାଟି ଖୋଳି ଏକାଧିକ ଗୁମ୍ଫା କରିସାରିଲେଣି। ଉପରେ ମାଟିର ସମତଳ ଭୂମି, ଏହାର ତଳଭାଗ ଫମ୍ପା। ମାଟି ସଂଗ୍ରହ ପାଇଁ ଖୋଳାଯାଇଥିବା ୨ଟି ଗୁମ୍ଫା ଭବିଷ୍ୟତରେ ବିପଦର କାରଣ ହୋଇପାରେ। ପାଖାପାଖି ୧୦୦ ଘନଫୁଟ ଲେଖାଏଁ ଆୟତନର ଦୁଇଟି ସୁଡ଼ଙ୍ଗ ଏବେ ବିପଦସଂକୁଳ ଅବସ୍ଥାରେ ରହିଛି। ହେଲେ ଘର ତିଆରିରେ ଲାଗିଥିବା ଜୁଆଙ୍ଗଙ୍କ ଏଥିପ୍ରତି ନିଘା ନାହିଁ। ସେହିପରି ସୁରକ୍ଷା ଉପକରଣ ବିନା ପାହାଡ଼ିଆ ବାଟରେ କାନ୍ଧରେ ଭାର ବୋହି ୩ କିଲୋମିଟର ଦୂର ଗାଁକୁ ଆ‌ଜବେଷ୍ଟସ୍ ‌ବୋହି ନେବା କମ୍‌ କଷ୍ଟକର ନୁହେଁ। 

୩.୨୫ ଲକ୍ଷ କର୍ମୀଙ୍କୁ ନେଇ ବିଶ୍ୱର ସର୍ବବୃହତ ସିଏପିଏଫ୍ ସାଜିଛି ସିଆରପିଏଫ୍: ଶାହ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡ଼ିପାଳ ପଞ୍ଚାୟତର ‌ଦୈତାରୀ ସଂରକ୍ଷିତ ଜଙ୍ଗଲ (ଫରେଷ୍ଟ୍‌ ବ୍ଲକ୍‌-୨୭)ରେ ୫୦ ବର୍ଷ ତଳୁ ଗଢ଼ି ଉଠିଛି ତୁମୁଣି ଗାଁ। ସମସ୍ତ ୨୪ ପରିବାର ଆଦିମ ଜନଜାତି ଓ ଗରିବ ପରିବାର। ଗାଁର ସମସ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ। ନଗଡ଼ା ଲୋକଲୋଚନକୁ ଆସିବା ପରେ ପ୍ରଶାସନ ପକ୍ଷରୁ ନଗଡ଼ା, ଗୁହିଆଶାଳ, ତୁମୁଣି, ତଳଡିହ ଓ ଅଶୋକଝର ଗାଁର ୧୨୫ ମୂଳ ଜୁଆଙ୍ଗ ପରିବାରଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ (୨୦୦୬) ଆଧାର‌ରେ ସ୍ଥାୟୀ ଜମିପଟ୍ଟା ଦିଆଯାଇଥିଲା। ୨୦୧୭ରୁ ନଗଡ଼ାର ୬୧ ପରିବାରକୁ ଏବଂ ୨୦୨୪ ମସିହାରେ ଅତିରିକ୍ତ ୧୫ ପରିବାରକୁ ସ୍ବତନ୍ତ୍ର ଆବାସ ଯୋଜନାରେ ପକ୍କାଘର ଦିଆଯାଇଛି। ପଡ଼ୋଶୀ ଗୁହିଆଶାଳ ମୌଜାର ୨୬ ଜୁଆଙ୍ଗ ପରିବାରର ‌ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ଅଶୋକଝର ଜୁଆଙ୍ଗ ବସ୍ତିର ୨୦ ପରିବାର ପକ୍କାଘର ପାଇଛନ୍ତି। ୯ ବର୍ଷ ତଳୁ ତୁମୁଣି ଗାଁର ୨୧ ପରିବାରଙ୍କୁ ସମାନ ଯୋଜନାରେ ସ୍ଥାୟୀ ଜମିପଟ୍ଟା ମିଳିଛି, ହେଲେ ଏହି ଜାଗା କିମ୍ବା ଜମି ସେମାନେ ଦେଖିନଥିବା କହିଛନ୍ତି। 

Arrest: ଗହଣା ଚୋରି ମାମଲା: ୨୪ ଘଣ୍ଟା ମଧ୍ୟରେ ଗିରଫ ହେଲେ ୩ ଡକାୟତ

ବନ ବିଭାଗ ପକ୍ଷରୁ ନାଲିଆଡାବରୁ ତୁମୁଣିକୁ ସଡ଼କ ନିର୍ମାଣ ପାଇଁ ୨ ବର୍ଷ ତଳୁ ନିଆଯାଇଥିବା ପଦକ୍ଷେପ ଅଧାରେ ଅଟକିଛି। ୨୦୧୫ ମସିହା ମାର୍ଚ୍ଚ ୨୦ ତାରିଖରେ ଘଟିଥିବା ଅଗ୍ନିକାଣ୍ଡରେ ଗାଁର ସବୁ ଘର ପୋଡ଼ି ଯାଇଥିଲା। ହିତାଧିକାରୀଙ୍କ ସଂପର୍କରେ ବିଡିଓ ପ୍ରଜ୍ଞାପରିମିତା ପୃଷ୍ଟିଙ୍କୁ ପଚାରିବାରୁ ତୁମୁଣିକୁ ଗମନାଗମନ ବ୍ୟବସ୍ଥା ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe