Life mantra: ଜୀବନ-ମନ୍ତ୍ର: ବ୍ରହ୍ମଚାପୁଡ଼ା କଥା

Advertisment

ଆମ ଭାରତୀୟ ଭାବଧାରାରେ ବ୍ରହ୍ମ ହେଉଛନ୍ତି ବେଦୋକ୍ତ ବିରାଟ ପୁରୁଷ। ତାଙ୍କୁ କୁହାଯାଇଛି ପରମେଶ୍ବର, ପରଂବ୍ରହ୍ମ। ସେ ନିରାକାର, ନିତ୍ୟଚେତନ ସତ୍ତା। ସେ ଏ ଜଗତର ଏକମାତ୍ର କାରଣ ଏବଂ ସତ୍‌, ଚିତ୍‌, ଆନନ୍ଦସ୍ବରୂପ ତତ୍ତ୍ବ। ସେ ନିତ୍ୟ, ନିର୍ଗୁଣ, ଅଖଣ୍ଡ ଓ ଅଦ୍ବିତୀୟ।

ଆମ ଭାରତୀୟ ଭାବଧାରାରେ ବ୍ରହ୍ମ ହେଉଛନ୍ତି ବେଦୋକ୍ତ ବିରାଟ ପୁରୁଷ। ତାଙ୍କୁ କୁହାଯାଇଛି ପରମେଶ୍ବର, ପରଂବ୍ରହ୍ମ। ସେ ନିରାକାର, ନିତ୍ୟଚେତନ ସତ୍ତା। ସେ ଏ ଜଗତର ଏକମାତ୍ର କାରଣ ଏବଂ ସତ୍‌, ଚିତ୍‌, ଆନନ୍ଦସ୍ବରୂପ ତତ୍ତ୍ବ। ସେ ନିତ୍ୟ, ନିର୍ଗୁଣ, ଅଖଣ୍ଡ ଓ ଅଦ୍ବିତୀୟ।

slap

ଆମ ଭାରତୀୟ ଭାବଧାରାରେ ବ୍ରହ୍ମ ହେଉଛନ୍ତି ବେଦୋକ୍ତ ବିରାଟ ପୁରୁଷ। ତାଙ୍କୁ କୁହାଯାଇଛି ପରମେଶ୍ବର, ପରଂବ୍ରହ୍ମ। ସେ ନିରାକାର, ନିତ୍ୟଚେତନ ସତ୍ତା। ସେ ଏ ଜଗତର ଏକମାତ୍ର କାରଣ ଏବଂ ସତ୍‌, ଚିତ୍‌, ଆନନ୍ଦସ୍ବରୂପ ତତ୍ତ୍ବ। ସେ ନିତ୍ୟ, ନିର୍ଗୁଣ, ଅଖଣ୍ଡ ଓ ଅଦ୍ବିତୀୟ। ‘ବ୍ରହ୍ମ’ ଶବ୍ଦର ବ୍ୟୁତ୍ପତ୍ତି କହେ, ତାହା ବୃନ୍‌ହ ଧାତୁରୁ ଉତ୍ପନ୍ନ, ଯାହାର ଅର୍ଥ- ବୃଦ୍ଧି ପାଇବା, ଦୀପ୍ତି ପାଇବା। ସେଥିରେ କରଣ ବା କର୍ତ୍ତୃବାଚକ ‘ମନ୍‌’ର ନିପାତନରେ ବ୍ରହ୍ମ ଶବ୍ଦର ସୃଷ୍ଟି ହୋଇଛି। କିନ୍ତୁ ଏହିପରି ଯେଉଁ ସତ୍ତା ବା ଯେଉଁ ତତ୍ତ୍ବ, ତାହା ‘ଚାପୁଡ଼ା’ ବା ‘ଚାପଡ଼ା’ ସହ ଯୋଡ଼ିହେଲା କିପରି? ଏହା ରହସ୍ୟମୟ।

ଆମ ଶରୀରରେ ବ୍ରହ୍ମଙ୍କର ସ୍ଥାନ କେଉଁଠି?
‘କଠୋପନିଷଦ’ରେ ‘ଅଙ୍ଗୁଷ୍ଠମାତ୍ର ପୁରୁଷ’ଙ୍କର ବର୍ଣ୍ଣନା ଅଛି। ଏହା କିନ୍ତୁ କୌଣସି ବସ୍ତୁଗତ ଆକାର ନୁହେଁ। ଏହା ଜୀବାତ୍ମାର ଏକ ଜ୍ୟୋତିରୂପ। ଏହାର ଆକାର ଆମର ଆଙ୍ଗୁଠି ପରି। ସେ ଆମର ହୃଦୟରେ ଆତ୍ମା ବା ଜୀବାତ୍ମା ରୂପେ ନିବାସ କରନ୍ତି ବୋଲି ‘କଠୋପନିଷଦ’ କହିଛନ୍ତି।

Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍

ଆଉ ଗୋଟିଏ ଭାବଧାରା ହେଉଛି- ବ୍ରହ୍ମଙ୍କର ସ୍ଥାନ ବା ନିବାସ ଆମର ମସ୍ତିଷ୍କର ସହସ୍ରାରଚକ୍ରରେ। ସେଠାରେ ପ୍ରକୃତି ଓ ପୁରୁଷଙ୍କର ନିତ୍ୟ ରାସ ସଂପନ୍ନ ହୁଏ। ସେଥିରେ ଚୈତନ୍ୟ ପୁରୁଷ, ପରମା ପ୍ରକୃତିଙ୍କ ସହିତ ନିତ୍ୟ ମିଳିତ ରହିଥାନ୍ତି। ସେହି ପ୍ରସଙ୍ଗରେ  ‘ବ୍ରହ୍ମ କରୋଟି’ ଓ ‘ବ୍ରହ୍ମତାଳୁ’ର ବର୍ଣ୍ଣନା ଅଛି। ଏହା ମୁଣ୍ଡ ଉପରର ମଧ୍ୟଭାଗ ବା ମସ୍ତିଷ୍କର କୋମଳ ଅଂଶ। ଆମ ଶରୀରର ଷଡ଼ଚକ୍ରର ଏହା ଶୀର୍ଷଚକ୍ର ବା ସହସ୍ରାରଚକ୍ର। ଏହାକୁ ‘ଶତଦଳ କମଳ’ ସହିତ ମଧ୍ୟ ତୁଳନା କରାଯାଇଛି। କିନ୍ତୁ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ଶ୍ଳୋକ ଆମକୁ ଅନ୍ୟ ଏକ ସୂତ୍ର ଦିଏ। ତାହା ସେହି ପୁରାଣର ଚତୁର୍ଥ ଅଧ୍ୟାୟର ୩୩ ଓ ୩୪ ସଂଖ୍ୟକ ଶ୍ଳୋକ। ସେଥିରେ କୁହାଯାଇଛି- ବାରାଣସୀ କ୍ଷେତ୍ର ହେଉଛି ‘ଅବିମୁକ୍ତ’ କ୍ଷେତ୍ର- କାରଣ ଭଗବାନ ମହେଶ୍ବର (କାଶୀ ବିଶ୍ବନାଥ) ଏହି କ୍ଷେତ୍ର ସହିତ ସତତ ଯୁକ୍ତ ରହିଥାଆନ୍ତି। ସେହି କ୍ଷେତ୍ରରେ ସେ ମୁମୁକ୍ଷୁ ବା ମୁକ୍ତିକାମୀ ବ୍ୟକ୍ତିଙ୍କ କାନରେ ଜ୍ଞାନ-ଉପାସନାସଂପନ୍ନ  ବ୍ରହ୍ମନାମ ଉପଦେଶ ଦିଅନ୍ତି। ସେଥିରେ ସେହି ବ୍ୟକ୍ତିଙ୍କର ବୋଧ ଜନ୍ମିଲେ ସେ ତାହାର ଅଭ୍ୟାସ କରନ୍ତି ଏବଂ ସେହି ଅଭ୍ୟାସ ଦ୍ବାରା ତାଙ୍କର ମୋକ୍ଷପ୍ରାପ୍ତ ହୁଏ।

Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ

ଏହି ‘ଅବିମୁକ୍ତ’ର ଅନ୍ୟ ଏକ ଅର୍ଥ ମଧ୍ୟ ଅଛି। ‘ଜାବାଳ ଉପନିଷଦ’ ଅନୁସାରେ, ଆମ ଶରୀରରେ ବ୍ରହ୍ମଙ୍କର ସ୍ଥାନ ମଧ୍ୟ ଅବିମୁକ୍ତ। କାରଣ ବ୍ରହ୍ମ ସେହି ସ୍ଥାନ ସହିତ ସତତ ଯୁକ୍ତ ହୋଇ ରହିଥାନ୍ତି।
ତାହା ଆମ ଶରୀରର କାନମୂଳ। ତାହା ଆଖିର ଶେଷ ଏବଂ କାନର ଆରମ୍ଭ ସ୍ଥାନ। ସମ୍ଭବତଃ ଏହି ଦୃଷ୍ଟିରୁ ଏହି ସ୍ଥାନରେ କରତଳରେ ତୀବ୍ର ଆଘାତ ବା ଚାପୁଡ଼ାକୁ ‘ବ୍ରହ୍ମଚାପୁଡ଼ା’ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe